ଅପରାଧ ଚୋରା କାଠ ବୋଝେଇ ପିକଅପ୍ ସହିତ ଜଣେ ଗିରଫ Angul OnlineMay 28, 2023May 28, 2023 କଣିହାଁ – ଅନୁଗୋଳ ଜିଲ୍ଲା କଣିହାଁ ବନାଞ୍ଚଳର କୁମୁଣ୍ଡା ବିଟ୍ ହାଉସ ଅଧିନସ୍ଥ କୋଶଳା -ହିଙ୍ଗୁଳା ରାସ୍ତାରେ ଶନିବାର ଚଢାଉ କରି ୮୩ ପିସ୍ ଶାଳ ପଟ୍ଟା, ଓଡି -୧୯-ଇ -୭୬୬୭ ନମ୍ୱର୍ ବିଶିଷ୍ଟ ପିକଅପ୍ ଭ୍ୟାନରୁ ଜବତ କରିଛି । ପିକଅପ୍ ସହିତ ଅଭିଯୁକ୍ତ ଚାଳକ ଚିନ୍ମୟ ସାହୁ (୨୧) ଙ୍କୁ ଗିରଫ କରିଛି । ଚିନ୍ମୟର ଘର ଛେଣ୍ଡିପଦାର କୋଶଳା ଗ୍ରାମରେ ବୋଲି ବନ ବିଭାଗ ପକ୍ଷରୁ ସୂଚନା ମିଳିଛି । ପୂର୍ବରୁ ଶାଳ ପଟ୍ଟା ଚାଲାଣ ବିଷୟରେ ବନ ବିଭାଗକୁ ଖବର ଥିବାରୁ ଆଜି କଣିହାଁ ରେଞ୍ଜ ଅଧିକାରୀ ନୀଳମଣି ଦେହୁରୀଙ୍କ ନେତୃତ୍ବ ରେ ଆଜି ଦିବା ଦୁଇଟା ସମୟରେ ଅତର୍କିତ ଚଢାଉ କରି ଚୋରା ପଟ୍ଟା ବୋଝେଇ ପିକଅପ୍ ଭ୍ୟାନ ସହିତ ଅଭିଯୁକ୍ତକୁ ଧରିବାରେ ସକ୍ଷମ ହୋଇଥିବା ବେଳେ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି । Advertisement
୪ ଲକ୍ଷ ୧୦ ହଜାର ଟଙ୍କା ମୂଲ୍ଯର ବ୍ରାଉନସୁଗାର ଜବତ – ଜଣେ ଗିରଫ ଅନୁଗୁଳ – ପାର୍ବଣ ବେଳେ ଅବକାରୀ ବିଭାଗକୁ ଏକ ବଡ଼ ସଫଳତା ମିଳିଛି । ତାଳଚେର ସହର ଉପକଣ୍ଠ ଓରା ସାହିରୁ ୪୧ ଗ୍ରାମ ବ୍ରାଉନସୁଗାର ଜବତ…
ଲିଙ୍ଗରାଜ କୋଇଲା ଖଣିରେ ଓଆଇଏସଏଫ ର ଚଢ଼ାଉ ତାଳଚେର – ଗତକାଲି ବିଳମ୍ବିତ ରାତିରେ ଅନୁଗୁଳ ଜିଲ୍ଲା ତାଳଚେରରେ ଥିବା କୋଇଲାଖଣି ସୁରକ୍ଷା ଦାଇତ୍ୱ ରେ ଥିବା OISF କର୍ମଚାରୀଙ୍କ ଦ୍ୱାରା ଲିଙ୍ଗରାଜ କୋଇଲା ଖଣିରେ…
ନାବାଳକକୁ ଅପହରଣ ଅଭିଯୋଗରେ ଜଣେ ଗିରଫ ଅନୁଗୁଳ – ଅନୁଗୁଳ ସହରରୁ ଖେଳୁଥିବା ବେଳେ ଜଣେ ନାବାଳକକୁ ଅପହରଣ କରି ନେଇଥିବା ଅଭିଯୋଗରେ ଅନୁଗୁଳ ପୁଲିସ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି…