ଆଞ୍ଚଳିକ ଦୁର୍ଘଟଣାରେ ଜଣେ ଭାଇ ମୃତ , ଜଣେ ଭାଇ ଗୁରୁତର Angul OnlineDecember 8, 2024December 8, 2024 ଅନୁଗୁଳ – ରାସ୍ତା କଡରେ ଛିଡା ହୋଇ ଥିବା ଏକ ହାଇୱା ସହ ଧକ୍କା ହୋଇ ଜଣେ ମୋଟରସାଇକେଲ ଆରୋହିଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି । ମୃତାହତ ମାନେ ହେଲେ ବଅଁରପାଳ ଥାନା ଅଧୀନସ୍ଥ ତୁଳସୀପାଳ ଗ୍ରାମର ଦୁଇ ଭାଇ ରାଜେନ୍ଦ୍ର ସାହୁ ଏବଂ ଜିତେନ୍ଦ୍ର ସାହୁ । ସୂଚନା ଅନୁସାରେ , ଜିତେନ୍ଦ୍ରଙ୍କ ଆଖିରେ ଧାନ କେଣ୍ଡା ବାଜି ଥିବାରୁ ଅନୁଗୁଳ ସହରକୁ ସାନ ଭାଇ ରାଜେନ୍ଦ୍ରଙ୍କୁ ସାଥିରେ ନେଇ ମୋଟରସାଇକେଲ ଯୋଗେ ଆସି ଚିକିତ୍ସା କରିବା ପରେ ନୂଆ କରି ହେଉଥିବା ବାଇପାସ୍ ରାସ୍ତା ରେ ଫେରୁଥିଲେ । ତେବେ ବେନ୍ତପୁର ଓଭର୍ ବ୍ରିଜ ନିକଟରେ ରାସ୍ତା କଡରେ ଛିଡା ହୋଇଥିବା ଏକ ହାଇୱା ପଛରେ ଭାରସାମ୍ୟ ହରାଇ ତାଙ୍କ ମୋଟରସାଇକେଲ ଧକ୍କା ହୋଇଥିଲା । ଯାହା ଫଳରେ ଦୁଇ ଭାଇ ଗୁରୁତର ହୋଇ ପଡିଥିଲେ । ଖବର୍ ପାଇଁ ପରିବାର ଲୋକ ଏବଂ ସ୍ଥାନୀୟ ଲୋକ ଦୁଇ ଭାଇକୁ କାର ଯୋଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତି କରିଥିଲେ । ଚିକିତ୍ସାଧିନ ଅବସ୍ଥାରେ ରାଜେନ୍ଦ୍ରଙ୍କୁ ଡାକ୍ତର ମୃତ ଘୋଷଣା କରି ଥିବା ବେଳେ ଜିତେନ୍ଦ୍ରଙ୍କର ଅଣ୍ଟା, ଗୋଡ ମୁଣ୍ଡରେ ଗଭୀର ଆଘାତ ଲାଗିଛି । Advertisement
ମହାମହିମ ରାଜ୍ୟପାଳଙ୍କ ଅନୁଗୁଳ ଜିଲ୍ଲା ଗସ୍ତ ଅନୁଗୁଳ – ମହାମହିମ ରାଜ୍ୟପାଳ ଶ୍ରୀ ରଘୁବର ଦାସ ନିଜର କାର୍ଯ୍ୟଭାର ଗ୍ରହଣ କରିବା ପରେ ପ୍ରଥମ ଥର ପାଇଁ ଅନୁଗୁଳ ଜିଲ୍ଲା ଗସ୍ତ କରିଛନ୍ତି ।…
ନଦୀରେ ବୁଡି ମହିଳା ନିଖୋଜ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା କଇଁଛପଦା ଗାଁ ନିକଟ ଦେଇ ଯାଇଥିବା ଟିକିରା ନଦୀକୁ ଗାଧୋଇବାକୁ ଯାଇ ଜଣେ ମହିଳା ନିଖୋଜ ହୋଇ ଯାଇଛନ୍ତି…
ବିପ୍ଲବ ଜେନାଙ୍କୁ ସଭାପତି ଦାୟିତ୍ଵ ଅନୁଗୁଳ – ୧୭.୦୩.୨୦୨୫ ତାରିଖରେ ନାଲକୋ ଠିକାଦାର ସଂଘ ର ସାଧାରଣ ବୈଠକ ସଂଘ କାର୍ଯ୍ୟାଳୟ ରେ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ସଂଘର କାର୍ଯକର୍ତ୍ତା…