ଆଞ୍ଚଳିକ ଦୁର୍ଘଟଣାରେ ଜଣେ ଭାଇ ମୃତ , ଜଣେ ଭାଇ ଗୁରୁତର Angul OnlineDecember 8, 2024December 8, 2024 ଅନୁଗୁଳ – ରାସ୍ତା କଡରେ ଛିଡା ହୋଇ ଥିବା ଏକ ହାଇୱା ସହ ଧକ୍କା ହୋଇ ଜଣେ ମୋଟରସାଇକେଲ ଆରୋହିଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି । ମୃତାହତ ମାନେ ହେଲେ ବଅଁରପାଳ ଥାନା ଅଧୀନସ୍ଥ ତୁଳସୀପାଳ ଗ୍ରାମର ଦୁଇ ଭାଇ ରାଜେନ୍ଦ୍ର ସାହୁ ଏବଂ ଜିତେନ୍ଦ୍ର ସାହୁ । ସୂଚନା ଅନୁସାରେ , ଜିତେନ୍ଦ୍ରଙ୍କ ଆଖିରେ ଧାନ କେଣ୍ଡା ବାଜି ଥିବାରୁ ଅନୁଗୁଳ ସହରକୁ ସାନ ଭାଇ ରାଜେନ୍ଦ୍ରଙ୍କୁ ସାଥିରେ ନେଇ ମୋଟରସାଇକେଲ ଯୋଗେ ଆସି ଚିକିତ୍ସା କରିବା ପରେ ନୂଆ କରି ହେଉଥିବା ବାଇପାସ୍ ରାସ୍ତା ରେ ଫେରୁଥିଲେ । ତେବେ ବେନ୍ତପୁର ଓଭର୍ ବ୍ରିଜ ନିକଟରେ ରାସ୍ତା କଡରେ ଛିଡା ହୋଇଥିବା ଏକ ହାଇୱା ପଛରେ ଭାରସାମ୍ୟ ହରାଇ ତାଙ୍କ ମୋଟରସାଇକେଲ ଧକ୍କା ହୋଇଥିଲା । ଯାହା ଫଳରେ ଦୁଇ ଭାଇ ଗୁରୁତର ହୋଇ ପଡିଥିଲେ । ଖବର୍ ପାଇଁ ପରିବାର ଲୋକ ଏବଂ ସ୍ଥାନୀୟ ଲୋକ ଦୁଇ ଭାଇକୁ କାର ଯୋଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତି କରିଥିଲେ । ଚିକିତ୍ସାଧିନ ଅବସ୍ଥାରେ ରାଜେନ୍ଦ୍ରଙ୍କୁ ଡାକ୍ତର ମୃତ ଘୋଷଣା କରି ଥିବା ବେଳେ ଜିତେନ୍ଦ୍ରଙ୍କର ଅଣ୍ଟା, ଗୋଡ ମୁଣ୍ଡରେ ଗଭୀର ଆଘାତ ଲାଗିଛି । Advertisement
ସାବରମତି ଆଶ୍ରମ ଆଧୁନିକୀକରଣର ପ୍ରତିବାଦ ଅନୁଗୁଳ – ମହାତ୍ମା ଗାନ୍ଧୀଙ୍କ ସାବରମତୀ ଆଶ୍ରମକୁ ଗୁଜରାଟ ଓ ଭାରତ ସରକାର ଆଧୁନିକୀକରଣ ନାମରେ ଏକ ପର୍ଯ୍ୟଟନସ୍ଥଳୀରେ ପରିବର୍ତ୍ତିତ କରିବାକୁ ଯୋଜନା କରିଛନ୍ତି । ଯାହାକୁ…
ଆମ୍ବ ଗଛରୁ ପଡି ଯୁବକ ମୃତ ଛେଣ୍ଡିପଦା – ଆମ୍ବ ଗଛରୁ ପଡ଼ି ଯୁବକଙ୍କ ମୃତ୍ୟୁ । ଅନୁଗୁଳ ଜିଲ୍ଲା ଛେଣ୍ଡିପଦା କୁମ୍ଭାର ସାହିରେ ଏଭଳି ଅଭାବନୀୟ ଘଟଣା ଘଟିଛି । ମୃତକ ଜଣଙ୍କ…
ଏସୟୁସିଆଇ କମ୍ୟୁନିଷ୍ଟର ଅନୁଗୁଳ ବନ୍ଦ ଡାକରା ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ଟିଟିପିଏସ ପ୍ଲାଣ୍ଟ ବନ୍ଦକୁ ବିରୋଧ ବଢିବାରେ ଲାଗିଛି । ଏହାକୁ ବିରୋଧ କରି ଶାସକ ବିଜେଡି ଦଳ ୧୨ ଘଣ୍ଟିଆ…