ଜାତୀୟ ରାଜପଥରେ ଦୁର୍ଘଟଣା – ଜଣେ ମୃତ , ଜଣେ ଆହତ

ଅନୁଗୁଳ – ଅନୁଗୁଳ ଜିଲ୍ଲା ଜରପଡା ଥାନା ଅନ୍ତର୍ଗତ ତୁବେ ଗ୍ରାମ ଦେଇ ଯାଇଥିବା ଜାତୀୟ ରାଜପଥରେ ଦୁର୍ଘଟଣା । ଏକ ଟ୍ରେଲର ପଛରେ ମୋଟରସାଇକେଲ ପିଟିହେବା ଫଳରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି । ମୃତକ ହେଲେ ଅନୁଗୁଳ ସଦର ଥାନା ଅନ୍ତର୍ଗତ ଟିପିରିସିଂହା ମାଳିସାହି ଅଞ୍ଚଳର ସମୀର ନାଏକ ବୋଲି ଜଣା ପଡ଼ିଛି ।

ସୂଚନା ଅନୁସାରେ, ଅନୁଗୁଳ ସଦର ଥାନା ଅନ୍ତର୍ଗତ ଟିପିରିସିଂହା ମାଳିସାହି ଅଞ୍ଚଳର ସମୀର ନାଏକ ସାଙ୍ଗ ସହିତ ନାକଚି ଯାଇ ଘରକୁ ଫେରୁଥିଲେ । ଫେରିବା ବେଳେ ଜରପଡା ଥାନା ତୁବେ ଗାଁ ନିକଟରେ ଏକ ଟ୍ରେଲର ପଛରେ ତାଙ୍କ ମୋଟରସାଇକେଲ ଧକ୍କା ଦେଇଥିଲା । ଟ୍ରେଲର ଆଗକୁ ଗୋଟିଏ ଷଣ୍ଢ ପଳାଇ ଆସିବାରୁ ଚାଳକ ହଠାତ ବ୍ରେକ୍ ମାରିଥିଲେ । ଯାହା ଫଳରେ ସମୀର ଓ ତାଙ୍କ ସାଙ୍ଗ ଟ୍ରେଲର ପଛରେ ପିଟି ହୋଇଯାଇଥିଲେ ।  ସ୍ଥାନୀୟ ଲୋକ ଦୁଇ ଜଣଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସେଠାରେ ସମୀରକୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ତାଙ୍କ ସାଙ୍ଗ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି ।

Advertisement

Leave a Reply

Your email address will not be published. Required fields are marked *