ମୁଖ୍ୟ ଖବର ହାତୀ ଆକ୍ରମଣରେ ଜଣେ ମୃତ Angul OnlineMarch 22, 2023March 22, 2023 ଅନୁଗୋଳ – ଅନୁଗୋଳ ଜିଲ୍ଲାରେ ହାତୀ ଆକ୍ରମଣରେ ପୁଣି ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ବନ୍ତଳା , ମହିଧରପଡାର ଗଣେଶ୍ୱର ବେହେରା । ହାତୀ ତାଙ୍କୁ ମାରି ସାରିବା ପରେ ଗାଁ ନିକଟରେ ଘୁରି ବୁଲିଥିଲା । ଯାହା ଫଳରେ ଗ୍ରାମବାସୀ ମାନେ ଭୟଭୀତ ହୋଇ ପଡ଼ିଥିଲେ । ସୂଚନା ଅନୁସାରେ ଆଜି ମଧ୍ୟାହ୍ନରେ ଗଣେଶ୍ୱର ନିଜ ଘର ବାଡ଼ି ପଟ ଜମିରୁ ଖଜୁରୀ ପତ୍ର ସଂଗ୍ରହ କରି ଫେରୁଥିଲେ । ଏହି ସମୟରେ ଏକ ଦନ୍ତା ହାତୀ ତାଙ୍କୁ ଆକ୍ରମଣ କରିଥିଲା । ଫଳରେ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ଖବର ପାଇ ବନ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଛି । Advertisement
ପାଞ୍ଚ ଦିନ ସ୍କୁଲ ଛୁଟି – ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଛୁଟି ଘୋଷଣା ଭୁବନେଶ୍ୱର – ରାଜ୍ୟରେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲକୁ କାଲି ଠାରୁ ୫ ଦିନ ଯାଏଁ ଛୁଟି ଘୋଷଣା କରିଛନ୍ତି…
କାରକୁ ଧକ୍କା ଦେଲା ଟ୍ରେନ – ଅଳ୍ପକେ ବର୍ତ୍ତିଲେ ତିନି ଅନୁଗୁଳ – ଅନୁଗୁଳ ଜିଲ୍ଲା ବନ୍ଦା ନିକଟରେ ଏକ ଟ୍ରେନ ଧକ୍କାରେ ଗୋଟିଏ କାର ଚୁରମାର ହୋଇଯାଇଥିବା ବେଳେ ଅଳ୍ପକେ ତିନି ଜଣ ବର୍ତ୍ତୀ ଯାଇଥିବା ଜଣା…
୨୪ ତାରିଖ ୧୨ ଘଣ୍ଟିଆ ପାଲଲହଡା ବନ୍ଦ ପାଲଲହଡା – ଜାତୀୟ ରାଜପଥ ନଂ ୧୪୯ ର ଦୁରବସ୍ଥା ଏବଂ ଜାତୀୟ ରାଜପଥ ନଂ ୪୯ ର ସ୍ଥାନୀୟ ଶିବମନ୍ଦିରକୁ ଅଣ୍ଡରପାସ ରାସ୍ତା ନିର୍ମାଣ ଦାବିରେ…