ମୁଖ୍ୟ ଖବର ଟ୍ରକ ମୋଟରସାଇକେଲ ଧକ୍କା – ମୋଟରସାଇକେଲ ଚାଳକଙ୍କର ମୃତ୍ୟୁ Angul OnlineSeptember 20, 2021September 21, 2021 ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅନୁଗୁଳ-ଛେଣ୍ଡିପଦା ୬୩ ନମ୍ବର ରାଜ୍ୟ ରାଜପଥର ଗୋପୀନାଥପୁର ଠାରେ ଥିବା ସରଲିୟା ପେଟ୍ରୋଲ ପମ୍ପ ନିକଟରେ ଗତ ରବିବାର ସନ୍ଧ୍ୟା ୭ଟା ବେଳେ ମୋଟରସାଇକେଲ ଏବଂ ଟ୍ରକ୍ ମଧ୍ୟରେ ଧକ୍କା ହୋଇଥିଲା । ଏଥିରେ ମୋଟରସାଇକେଲ ଚାଳକ ଗରୁତର ହୋଇ କଟକ ସ୍ଥାନାନ୍ତର ହେଉଥିବା ବେଳେ ଆଜି ତାଙ୍କର ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ହେଲେ କୁକୁରପେଟା ଗ୍ରାମର ମହେଶ୍ୱର ସେଠୀ । ସୂଚନା ଅନୁସାରେ ଗତ ରବିବାର ମହେଶ୍ୱର ଛେଣ୍ଡିପଦାରୁ ତାଙ୍କ ଗ୍ରାମ କୁକୁରପେଟାକୁ ମୋଟରସାଇକେଲରେ ଫେରୁଥିବା ବେଳେ ସରଳିୟା ପେଟ୍ରୋଲ୍ ପମ୍ପ୍ ନିକଟରେ ଅନୁଗୁଳ ଦିଗରୁ ଛେଣ୍ଡିପଦା ଦିଗକୁ ଆସୁଥିବା ଏକ ଟ୍ରକ ତାଙ୍କୁ ଧକ୍କା ଦେଇଥିଲା । ଫଳରେ ମହେଶ୍ୱର ମୋଟରସାଇକେଲରୁ ଛିଟିକି ତଳେ ପଡି ଗୁରୁତର ହୋଇଥିଲେ । ରାସ୍ତାରେ ଯାଉଥିବା ଲୋକମାନେ ମହେଶ୍ୱରଙ୍କୁ ଉଦ୍ଧାର ଅନୁଗୁଳ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟକୁ ଚିକିତ୍ସା ନିମନ୍ତେ ପଠାଇଥିଲେ । ସେଠାରୁ ତାଙ୍କୁ କଟକ ପଠା ଯାଉଥିବାବେଳେ ବାଟରେ ତାଙ୍କର ମୃତ୍ୟୁ ହୋଇଥିଲା । ଛେଣ୍ଡିପଦା ପୁଲିସ ଦୁର୍ଘଟଣା ଗ୍ରସ୍ତ ଟ୍ରକଟିକୁ ଜବତ କରିବା ସହିତ ଚାଳକକୁ ଅଟକ ରଖି ଘଟଣାର ତଦନ୍ତ ଚଳାଇଛି । Advertisement
ଶୈଳ ଶ୍ରୀକ୍ଷେତ୍ରରେ ଦିନ ୨:୩୦ ରେ ହେବ ରଥ ଟଣା ଅନୁଗୋଳ – ଆସନ୍ତା ୨୦ ତାରିଖରୁ ରଥଯାତ୍ରା । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଯଥାରୀତି ନୀତି ଅନୁସାରେ ଅନୁଗୋଳ ଶୈଳ ଶ୍ରୀକ୍ଷେତ୍ରରେ ରଥଯାତ୍ରା ଅନୁଷ୍ଠିତ…
ସ୍ୱାଧିନତା ଦିବସରେ ଅନୁଗୋଳର ଚାଷୀଙ୍କୁ ଦିଲ୍ଲୀରୁ ନିମନ୍ତ୍ରଣ ଅନୁଗୁଳ – ଘାସ ଚାଷୀଙ୍କୁ ଦିଲ୍ଲୀରେ ପାଳିତ ହେବାକୁ ଥିବା ସ୍ୱାଧୀନତା ଦିବସରେ ଅତିଥି ଭାବେ ନିମନ୍ତ୍ରଣ । ଆସନ୍ତା ସ୍ବାଧୀନତା ଦିବସରେ ଅନୁଗୁଳ ଜିଲ୍ଲାର ଚାଷୀ…
ବୁବୁ ଭଞ୍ଜ ହତ୍ୟା ଘଟଣାରେ ୨ ଗିରଫ – ୫ ଜଣ ଏବେବି ଫେରାର ଅନୁଗୁଳ – ଅନୁଗୁଳ ସଦର ଥାନା ଛେଳିଆପଡ଼ାର ଭବାନୀ ଶଙ୍କର ଭଞ୍ଜ ଓରଫ୍ ବୁବୁ ହତ୍ୟାକାଣ୍ଡର ପର୍ଦାଫାଶ କରିଛି ପୁଲିସ । ଅନୁଗୁଳ ସହରରେ ଗଣେଶ ଭଷାଣୀ…