ଅନୁଗୁଳ – ଜାତୀୟ ରାଜପଥ ୫୫ରେ ମୋଟରସାଇକେଲ ଓ କାର ମଧ୍ୟରେ ମୁହାଁମୁହିଁ ଧକ୍କାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ନେ ଜଣେ ଗୁରୁତର ହୋଇଛନ୍ତି ।
ସୁଚନା ଅନୁସାରେ ଜରପଡା ଥାନା ଅନ୍ତର୍ଗତ ତୁକୁଡା ଗ୍ରାମର ରବି ସାହୁ ଓ ମନୋଜ ନାୟକ ଏକ ହିରୋହୋଣ୍ଡା ମୋଟରସାଇକେଲରେ ଦିନ ୧୧ଟା ସମୟରେ ତୁକୁଡା ଗାଁ ହାଟଛକରୁ ଘରକୁ ଫେରୁଥିବା ବେଳେ ସମ୍ବଲପୁର ଆଡୁ ଆସୁଥିବା ଏକ କାର ତାଙ୍କୁ ଧକ୍କା ଦେଇଥିଲା । ଯାହା ଫଳରେ ଜଣେ ଛିଟିକି ପଡ଼ିଥିଲେ ଓ ଅନ୍ୟ ଜଣେ କାର ଉପରେ ପଡ଼ି ଯାଇଥିଲେ । ସେଠାରୁ ସ୍ଥାନୀୟ ଲୋକମାନେ ଉଭୟଙ୍କୁ ଉଦ୍ଧାର କରି ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସେଠାରେ ରବି ସାହୁଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ମନୋଜ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ଜଣାପଡିଛି। ଖବର ପାଇ ଘଟଣାସ୍ଥଳରେ ଜରପଡା ଥାନା ପୁଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

