ଅପରାଧ ଠକେଇ କରି ବନ୍ଧା ହେଲେ ସ୍ଵାମୀ-ସ୍ତ୍ରୀ Angul OnlineJune 26, 2024June 26, 2024 ଅନୁଗୁଳ – କମ୍ ଦାମରେ ରାଶନ ସାମଗ୍ରୀ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇ ଠକେଇ କରିଥିବା । ଅଭିଯୋଗରେ ବଅଁରପାଳ ବନ୍ଦା ଗ୍ରାମର ବିନୋଦିନୀ ମୁଦୁଲି ଓ ତାଙ୍କ ସ୍ଵାମୀ ଉପେନ୍ଦ୍ର ମୁଦୁଲିଙ୍କୁ ଗିରଫ କରିଛି ବଅଁରପାଳ ପୁଲିସ । ପୁଲିସ କହିବା ଅନୁସାରେ କଟକ ଜିଲ୍ଲା ଗୋବିନ୍ଦପୁର ଗ୍ରାମର ଜଣେ ମହିଳା ବଅଁରପାଳସ୍ଥିତ ଏକ କ୍ଲିନିକରେ ଚାକିରି କରିଛନ୍ତି । ବନ୍ଦା ଗ୍ରାମର ବିନୋଦିନୀଙ୍କ ସହିତ ତାଙ୍କର ପରିଚିତ ହୋଇଥିଲା । ପରିଚୟ ପରେ ବିନୋଦିନୀ ୩ ଲକ୍ଷ ୫୦ ହଜାର ଟଙ୍କା ଦେଲେ କମ୍ ଦାମରେ ରାଶନ ସାମଗ୍ରୀ ଯୋଗାଇ ଦେବେ ବୋଲି ଅଭିଯୋଗକାରୀ ମହିଳାଙ୍କୁ ପ୍ରଲୋଭନ ଦେଖାଇଥିଲେ । ତାଙ୍କ ପ୍ରଲୋଭନରେ ପଡି ଅଭିଯୋଗକାରିଣୀ ମହିଳା ବିନୋଦିନୀଙ୍କୁ ଗତ ନଭେମ୍ବର ୩୦ରେ ଏକ ଆକାଉଣ୍ଟ ମାଧ୍ୟମରେ ଟଙ୍କା ଦେଇଥିଲେ । ହେଲେ ଟଙ୍କା ଦେବାର ଦିନ ପରେ ଦିନ ଗଡି ଚାଲିଥିଲେ ମଧ୍ୟ ରାଶନ ସାମଗ୍ରୀ ନ ମିଳିବାରୁ ଅଭିଯୋଗକାରୀ ମହିଳା ବିନୋଦିନୀଙ୍କୁ ଟଙ୍କା ଫେରସ୍ତ ପାଇଁ କହିଥିଲେ । ଟଙ୍କା ଫେରସ୍ତ ମାଗିବାରୁ ବିନୋଦିନୀଙ୍କ ସ୍ବାମୀ ଉପେନ୍ଦ୍ର ମୁଦୁଲି ଅଶ୍ରାବ୍ଯ ଭାଷା ଖାରେ ଗାଳିଗୁଲଜ କରିବା ସହ ଜୀବନରେ ମାରିଦେବାକୁ ଧମକ ଦେଇଥିଲେ । ଫଳରେ ମହିଳା ଜଣଙ୍କ ବାଧ୍ୟ ହୋଇ ପୁଲିସର ଦ୍ଵାରସ୍ଥ ହୋଇଥିଲେ । ପୁଲିସ ଘଟଣାର ତଦନ୍ତ କରି ବିନୋଦିନୀ ଓ ତାଙ୍କ ସାମୀ ଉପେନ୍ଦ୍ରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ପୂର୍ବରୁ ଏପରି ଠକେଇ ଅଭିଯୋଗରେ ବିନୋଦିନୀ ଜେଲ ଯାଇଥିବା ପୁଲିସ କହିଛି । Advertisement
ଚାକିରି ନାଁରେ କୋଟି କୋଟି ଟଙ୍କା ଠକେଇ , ବାପା-ପୁଅ ଗିରଫ ଅନୁଗୁଳ – ଚାକିରି ଦେବା ନାଁରେ ଲକ୍ଷାଧିକ ଟଙ୍କା ଠକି ନେବା ଆଉ ଟଙ୍କା ଫେରସ୍ତ ମାଗିବା ବେଳେ ଗାଳିଗୁଲଜ କରିବା ଅଭିଯୋଗରେ ବାପା-ପୁଅକୁ ଗିରଫ କରିଛି…
ଜମି ବାଡ଼ି ବିବାଦକୁ କେନ୍ଦ୍ର କରି ବଡ ଭାଇକୁ ହତ୍ୟା କଲା ସାନଭାଇ ପାଲଲହଡା – ଜମି ଜମା ବିବାଦକୁ କେନ୍ଦ୍ର କରି ବଡ ଭାଇକୁ ଗଳା କାଟି ହତ୍ୟା କରିଛି ସାନ ଭାଇ I ଏଭଳି ବିଭତ୍ସ ହତ୍ୟା କାଣ୍ଡ…
ସ୍ତ୍ରୀକୁ କାଙ୍କରେ ହାଣି ହତ୍ୟା ଅନୁଗୁଳ – ସ୍ତ୍ରୀକୁ କାଙ୍କରେ ହାଣି ହତ୍ୟା । ଏଭଳି ଘଟଣା ଘଟିଛି ଅନୁଗୁଳ ସହର ଶିକ୍ଷକପଡ଼ାରେ । ଘରୋଇ କଳହରୁ ନିଜର ଦ୍ଵିତୀୟ ପତ୍ନୀକୁ ସ୍ଵାମୀ…