ମୁଖ୍ୟ ଖବର ମୋଟରସାଇକେଲ – ସ୍କୁଟର ଧକ୍କା ଜଣେ ମୃତ , ଜଣେ ଗୁରୁତର Angul OnlineFebruary 9, 2023February 9, 2023 ଅନୁଗୋଳ – ଅନୁଗୋଳ ଟାଉନ୍ ଥାନା କୁରୁଡୁଲ ଠାରେ ଏକ ମୋଟରସାଇକେଲ ଏବଂ ସ୍କୁଟର ମୁହାଁମୁହିଁ ଧକ୍କା ହୋଇଛି । ଫଳରେ ସ୍କୁଟର ଚାଳକଙ୍କ ମୃତ୍ୟୁ ହୋଇଥିବା ବେଳେ ମୋଟରସାଇକେଲ ଆରୋହୀ ଗୁରୁତର ହୋଇଛନ୍ତି । ମୃତକ ଜଣଙ୍କ ହେଲେ କୁରୁଡୁଲ ଗ୍ରାମର ଯୁବ ଆଇନଜୀବୀ ସିଦ୍ଧାନ୍ତ ପ୍ରଧାନ ବୋଲି ଜଣା ପଡ଼ିଛି । ଗୁରୁତର ମୋଟରସାଇକେଲ ଚାଳକ କୁରୁଡୁଲ ଗ୍ରାମର ପିଣ୍ଟୁ ପ୍ରଧାନଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ସୂଚନା ମୁତାବକ , ଏକ ବାହାଘରରେ ଯୋଗ ଦେବାକୁ ସିଦ୍ଧାନ୍ତ ଅପରାହ୍ଣ ୨ଟା ବେଳେ ଘରୁ ବାହାରି ଯାଉଥିଲେ । ସେ ସ୍କୁଟରରେ କୁରୁଡୁଲ ପଟୁ ଆସୁଥିବା ବେଳେ ଅନୁଗୋଳ ପଟୁ ମୋଟରସାଇକେଲରେ ଯାଉଥିବା ପିଣ୍ଟ ପ୍ରଧାନଙ୍କ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଦୁର୍ଘଟଣା ଫଳରେ ଉଭୟ ଛିଟିକି ହୋଇ ପଡ଼ିଥିଲେ । ଘଟଣା ସ୍ଥଳରେ ହିଁ ସିଦ୍ଧାନ୍ତଙ୍କ ମୃତ୍ୟୁ ହୋଇଥିଲା । ସ୍ଥାନୀୟ ଲୋକ ପିଣ୍ଟୁଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । Advertisement
ଗାଡି ଧକ୍କାରେ ନାବାଳକ ମୃତ – ଦୁଇ ଜେସିବି ମେସିନ ପୋଡିଲେ ଉତ୍ତ୍ୟକ୍ତ ଲୋକ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ନିଶା ଥାନା କାଳିଆକଟା ଗାଁରେ ରାସ୍ତା କାର୍ଯ୍ୟ ଚଲୁଥିବା ବେଳେ ହାଇଓ୍ବା ଟ୍ରକ ମାଟି ପକାଉଥିବା ବେଳେ ଚାପି ହୋଇ ଜଣେ…
ତାଳଚେରର ପୁଅ – ୟୁପିଏସସି ପରୀକ୍ଷାରେ ସର୍ବଭାରତୀୟ ସ୍ତରରେ ଦ୍ଵିତୀୟ ଅନୁଗୁଳ – ୟୁପିଏସସି ପରୀକ୍ଷାରେ ଝଟକିଛନ୍ତି ଅନୁଗୁଳ ଜିଲ୍ଲା ତାଳଚେରର ପୁଅ ଅନିମେଶ ପ୍ରଧାନ । ୧ ହଜାର ୧୬ ପରୀକ୍ଷାର୍ଥୀଙ୍କ ମଧ୍ଯରୁ ଦ୍ବିତୀୟ ସ୍ଥାନରେ ବାଜି…
ସିଙ୍ଗରେଣୀ ଖଣି ପାଇଁ ଗଛ କଟାକୁ ବିରୋଧ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ତିପଦା ବନାଞ୍ଚଳର ଛେଣ୍ଡିପଦା ସଂରକ୍ଷିତ ଜଙ୍ଗଲରେ ଗଛକଟା ଚାଲିଥିବା ବେଳେ ଥଳିପଶି ଓ କରଡବହାଳର ଗ୍ରାମବାସୀ ଏହାକୁ ବିରୋଧ କରିବା ସହିତ…