ମୁଖ୍ୟ ଖବର ବଜ୍ରପାତରେ ଜଣେ ମୃତ ଜଣେ ଗୁରୁତର Angul OnlineSeptember 18, 2022September 18, 2022 ଅନୁଗୁଳ – ଅନୁଗୁଳ ଜିଲ୍ଲା ବଲଙ୍ଗ ଗାଁରେ ବଜ୍ରପାତ ଯୋଗୁଁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି । ମୃତକ ଜଣଙ୍କ ହେଲେ ୫୫ ବର୍ଷୀୟ ପ୍ରଭାକର ଦେହୁରୀ ଓ ଗୁରୁତର ଜଣଙ୍କ ୫୨ ବର୍ଷୀୟ ଦେବରାଜ ଦେହୁରୀ ବୋଲି ଜଣା ପଡିଛି । ସୂଚନା ଅନୁସାରେ ପ୍ରଭାକର ଏବଂ ଦେବରାଜ ଉଭୟ ଗୋରୁ ଚରାଇ ଅପରାହ୍ନରେ ଘରକୁ ଫେରୁଥିଲେ । ଗାଁ ମୁଣ୍ଡ ଯାଏଁ ହୋଇଥିବା ବେଳେ ବଜ୍ରପାତ ହୋଇଥିଲା । ଫଳରେ ଘଟଣା ସ୍ଥଳରେ ପ୍ରଭାକରଙ୍କ ମୃତ୍ୟୁ ହୋଇଥିବା ବେଳେ ଦେବରାଜ ଗୁରୁତର ଅବସ୍ଥାରେ ପଡି ଯାଇଥିଲେ । ଉଭୟଙ୍କୁ ଉଦ୍ଧାର କରି ଗାଁ ଲୋକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ତେବେ ଏବେ ମଧ୍ୟ ଦେବରାଜଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ଥିବା ଜଣା ପଡିଛି । Advertisement
ତଣ୍ଟି କାଟି ଓ ପଥରରେ ଛେଚି ହତ୍ୟା ପାଲଲହଡା – ତଣ୍ଟି କାଟି ଓ ପଥରରେ ଛେଚି ମହିଳାଙ୍କୁ ଜଘନ୍ୟ ହତ୍ୟା । ମୃତକ ଜଣକ ହେଲେ ସୁସବନାଳି ଗ୍ରାମର ଜନ ମୁଣ୍ଡା । ଏମିତି…
ଅପାରଗ ଟ୍ୟାକ୍ସ କଲେକ୍ଟରଙ୍କୁ ବାଧ୍ୟତାମୂଳକ ଅବସର ଭୁବନେଶ୍ୱର – ଦୁର୍ନୀତିଗ୍ରସ୍ତ ଓ ଅପାରଗଙ୍କ ବିରୁଦ୍ଧରେ ମୁଖ୍ୟମନ୍ତ୍ରୀଙ୍କ କଠୋର ଆଭିମୁଖ୍ୟ ଜାରି ରହିଛି । ଆଜି ପୁଣି ୧୪ ଜଣ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ…
ତୁରନ୍ତ ଜାତୀୟ ରାଜପଥ ମରାମତି ପାଇଁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦେଶ ଅନୁଗୁଳ – ଅନୁଗୁଳ ଜିଲ୍ଲା ଦେଇ ଯାଇଥିବା ଜାତୀୟ ରାଜପଥ ୫୫ ର ଅବସ୍ଥା ଶୋଚନୀୟ । ମୁଖ୍ୟତଃ ବଅଁରପାଳ ଠାରେ ଏହି ରାଜପଥରେ ଆଣ୍ଠୁଏ ଲେଖାଏଁ…