ଅପରାଧ ପାଞ୍ଚ ଜଣିଆ ଡକାୟତ ଗ୍ୟାଙ୍ଗକୁ ଧରିଲା ପୁଲିସ Angul OnlineSeptember 16, 2022September 16, 2022 ଅନୁଗୁଳ – ଅନୁଗୁଳ ଜିଲ୍ଲା ସଦର ଥାନା ଗତ କାଲି ବିଲମ୍ବିତ ରାତିରେ ଡକାୟତି ଯୋଜନା କରୁଥିବା ବେଳେ ୫ ଜଣ ଙ୍କୁ ଗିରଫ କରିଛି। ସୂଚନା ଅନୁସାରେ , କୌଣସି ସୂତ୍ରରୁ ଖବର ପାଇ ସଦର ଥାନା ଅଧିକାରୀ ସତ୍ୟବ୍ରତ ରାଉତଙ୍କ ନେତୃତ୍ଵରେ ଏକ ଟିମ୍ କୁଇଓ ଜଙ୍ଗଲରେ ଡକାୟତି ଯୋଜନା କରୁଥିବା ଚଢ଼ାଉ କରିଥିଲେ । ଚଢ଼ାଉ ବେଳେ ସେଠାରେ ଥିବା ୫ ଜଣଙ୍କୁ ପୁଲିସ କାବୁ କରି ନେଇଥିଲା । ପଚରାଉଚରା ବେଳେ ସେମାନେ ଡକାୟତି ପାଇଁ ଯୋଜନା କରୁଥିବା କଥା ମାନି ଯାଇଥିବା ପୁଲିସ କହିଛି । ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଗିରଫ ଅଭିଯୁକ୍ତ ମାନେ ହେଲେ କରଡ଼ାଗାଡ଼ିଆ ଗ୍ରାମର ନୀଳକଣ୍ଠ ଗୋଚ୍ଛାୟତ , ପୁରୁଣାଗଡ଼ ଗ୍ରାମର ମିଲନ ନାଏକ , କୁମଣ୍ଡ ଗ୍ରାମର ତ୍ରିଲୋଚନ ନାଏକ ,କୁଇଓ ଗ୍ରାମର ଆଶିଷ ଗଡ଼ନାୟକଙ୍କ ସମେତ ଜଣେ ନାବାଳକ ଥିବା ଜଣା ପଡ଼ିଛି। ସେମାନଙ୍କ ନିକଟରୁ ବହୁ ମାରଣାସ୍ତ୍ର, ଦୁଇଟି ଚୋରା ମୋବାଇଲ ଫୋନ, ଦୁଇଟି ନମ୍ବର ବିହିନ ମଟର ସାଇକେଲ ଜବତ କରାଯାଇଛି। Advertisement
ହତ୍ୟା ଅଭିଯୁକ୍ତ ବାପ-ପୁଅଙ୍କୁ ଆଜୀବନ କାରାଦଣ୍ଡ ଅନୁଗୋଳ – ଅନୁଗୋଳ ଜିଲ୍ଲା ଅତିରିକ୍ତ ଜିଲ୍ଲା ଦୌରାଜଜଙ୍କ କୋର୍ଟରେ ମଙ୍ଗଳବାର ହତ୍ୟା ଅଭିଯୁକ୍ତ ବାପା ଓ ପୁଅଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ସୂଚନା…
କାରର କାଚ ଭାଙ୍ଗି ଏକ ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ ଅନୁଗୁଳ – ଜନ ଗହଳିପୂର୍ଣ୍ଣ ସ୍ଥାନରୁ କାରର କାଚ ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ। ଅନୁଗୁଳ ଜିଲ୍ଲାପାଳ ସମ୍ମୁଖରେ ଏହି ଘଟଣା ଘଟିଥିବା ବେଳେ କାରର ଝରକା…
ସକ୍ରିୟ ସାଇବର ଠକଙ୍କ ଦୌରାତ୍ମ – ଯୁବକଙ୍କ ଆକାଉଣ୍ଟରୁ ୨.୮୯ ଲକ୍ଷ ଲୁଟି ସକ୍ରିୟ ସାଇବର ଠକଙ୍କ ଦୌରାତ୍ମ – ଯୁବକଙ୍କ ଆକାଉଣ୍ଟରୁ ୨.୮୯ ଲକ୍ଷ ଲୁଟି ଅନୁଗୁଳ – ଜିଲ୍ଲାରେ ମାତିଛନ୍ତି ସାଇବର ଅପରାଧୀ । କେତେବେଳେ ଫେସବୁକ୍ ହ୍ୟାକ୍…