ଅପରାଧ କାରର କାଚ ଭାଙ୍ଗି ଏକ ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ Angul OnlineDecember 20, 2024December 20, 2024 ଅନୁଗୁଳ – ଜନ ଗହଳିପୂର୍ଣ୍ଣ ସ୍ଥାନରୁ କାରର କାଚ ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ। ଅନୁଗୁଳ ଜିଲ୍ଲାପାଳ ସମ୍ମୁଖରେ ଏହି ଘଟଣା ଘଟିଥିବା ବେଳେ କାରର ଝରକା କାଚ ଭାଙ୍ଗି ପୁରା ଏକ ଲକ୍ଷ ଟଙ୍କା କୁଟ ହୋଇଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ ଅନୁଗୁଳ ଜୁକୁବୁ ଗାଁର ସତ୍ୟବ୍ରତ ପ୍ରଧାନ ନାମକ ଜଣେ ବ୍ୟକ୍ତି ତାଙ୍କ ଭାଇଙ୍କ ସହ କାରରେ ଅନୁଗୁଳ ଆସିଥିଲେ । ସେ ଜାଗା ରେଜିଷ୍ଟ୍ରେସନ ପାଇଁ ପ୍ରଥମେ ପି ଏନ ବି ବ୍ୟାଙ୍କ ଯାଇ ପ୍ରାୟ ଏକ ଲକ୍ଷ ୪୦ ହଜାର ଟଙ୍କା ଉଠାଇ ଥିଲେ । ୪୦ ହଜାର ଟଙ୍କା ପକେଟରେ ରଖିଥିବା ବେଳେ ବାକି ଏକ ଲକ୍ଷ ଟଙ୍କା କାରର ଡ୍ୟାସବୋର୍ଡ ରେ ରଖିଥିଲେ । ବ୍ୟାଙ୍କରୁ ସେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଥିବା ରେଜିଷ୍ଟ୍ରେସନ ଅଫିସ ଆସିଥିଲେ । ରାସ୍ତା କଡରେ ଗାଡି ରଖି ସେ ଅଫିସ ଭିତରକୁ ଯାଇ ଫେରିବା ପରେ ତାଙ୍କ କାରର କାଚ ଭଙ୍ଗା ଯାଇଥିବା ଦେଖି ପ୍ରଥମେ ଦେଖିଥିଲେ । ଡ୍ୟାସବୋର୍ଡ ଖୋଲି ଜାଞ୍ଚ କଲାପରେ ଟଙ୍କା ନଥିବା ଜାଣି ପୁଲିସକୁ ସୂଚନା ଦେଇଥିଲେ । ଖବର ପାଇ ଅନୁଗୁଳ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । Advertisement
ରଙ୍ଗ ନମ୍ବରରୁ ବିବିାହିତା ମହିଳାଙ୍କ ପ୍ରେମ – ଆଉ ପ୍ରତାରଣା ଅଭିଯୋଗରେ ପ୍ରେମିକ ଘର ଆଗରେ ଧାରଣା ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଗୋହିରାପଶି ଗ୍ରାମରେ ପ୍ରେମିକ ଘର ଆଗରେ ନିଜର ୩ ବର୍ଷର ପୁଅକୁ ଧରି ଗର୍ଭବତୀ ମା ଧାରଣାରେ ବସିଛନ୍ତି…
ନାବାଳିକା ଦୁଷ୍କର୍ମକାରୀ କୁ ୨୦ବର୍ଷ ସଶ୍ରମ କାରାଦଣ୍ଡ ଅନୁଗୋଳ – ସୋମବାର ଦିନ ମାନ୍ୟବର ଆଡହକ ଆଡିସନାଲ ଜିଲ୍ଲା ଓ ସେସନ୍ ଜଜ୍ ଫାଷ୍ଟଟ୍ରାକ ସ୍ପେସାଲ୍ କୋର୍ଟ ଜଜ ଜଣେ ନାବାଳିକା ଦୁଷ୍କର୍ମ କାରୀକୁ ୨୦ବର୍ଷ…
ଚୋରା ତେଲ ସହ ୨ ପିକଅପ ଜବତ – ୩ ଗିରଫ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ପୁଲିସ ଗୁରୁବାର ଚଢାଉ କରି ୧୧୯୦ ଲିଟର ଚୋରା ଡିଜେଲ ଓ ପେଟ୍ରୋଲ ଜବତ କରିବା ସହିତ ଦୁଇଟି…