ଅପରାଧ ଚୋରା ତେଲ ସହ ୨ ପିକଅପ ଜବତ – ୩ ଗିରଫ Angul OnlineSeptember 3, 2021September 3, 2021 ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ପୁଲିସ ଗୁରୁବାର ଚଢାଉ କରି ୧୧୯୦ ଲିଟର ଚୋରା ଡିଜେଲ ଓ ପେଟ୍ରୋଲ ଜବତ କରିବା ସହିତ ଦୁଇଟି ପିକଅପ ଭ୍ୟାନ ଜବତ କରିଛି । ଏହି ଘଟଣାରେ ସମ୍ପୃକ୍ତ ୩ ଜଣଙ୍କୁ ଗିରଫ ମଧ୍ୟ ପୁଲିସ କରିଛି । ସୂଚନା ଅନୁସାରେ ଛେଣ୍ଡିପଦା ପୁଲିସ ଶୁକ୍ରବାର ଅପରାହ୍ନରେ କୋଶଳା ଅଞ୍ଚଳରେ ପେଟ୍ରୋଲିଂ କରୁଥିବା ବେଳେ ଏକ ଧଳା ବୋଲେରୋ ପିକଅପ ଭ୍ୟାନ(ଓଡି୧୯ଟି୩୯୩୧)ରେ ଚୋରା ଡିଜେଲ ଓ ପେଟ୍ରୋଲ ଅନୁଗୁଳରୁ ୬୩ ନଂ ରାଜ୍ୟ ରାଜପଥରେ ଛେଣ୍ଡିପଦା ଆଡେ ଆସୁଥିବା ବିଶ୍ୱସ୍ତ ସୂତ୍ରରୁ ଖବର ପାଇଥିଲେ । ଏ ନେଇ ପୁଲିସ ୬୩ ନଂ ରାଜ୍ୟ ରାଜପଥର କକୁରପେଟା ଡ୍ୟାମ ଠାରେ ସନ୍ଦିଗ୍ଧ ଗାଡିକୁ ଅଟକାଇ ଯାଞ୍ଚ କରିଥିଲେ । ଯାଞ୍ଚ ବେଳେ ଗାଡିରେ ୪୧୦ଲିଟର ଡିଜେଲ ଓ ୪୫୦ ଲିଟର ପେଟ୍ରୋଲ ଥିବା ଦେଖିବାକୁ ମିଳିଥିଲା । ଏ ନେଇ ଗାଡିର ଚାଳକ ବିକାଶ ଷଣ୍ଢ ଓ ଗାଡିରେ ବସିଥିବା ରଞ୍ଜନ ଦେହୁରୀଙ୍କୁ ଆବଶ୍ୟକିୟ କାଗଜ ପତ୍ର ମାଗିବା ସହିତ ଘଟଣାର ତଦନ୍ତ କରିଥିଲେ । ତଦନ୍ତ ବେଳେ ଉକ୍ତ ଚୋରା ଡିଜେଲ ଓ ପେଟ୍ରୋଲ ନିଶା ଥାନା ଭୁବନପୁର ଅଞ୍ଚଳରୁ ସମ୍ବଲପୁର ଜିଲ୍ଲା ନାକିଟିଦେଉଳ ଥାନା ନିଜଘର ବାଟଗାଁକୁ ନେଉଥିବା ପ୍ରକାଶ କରିଥିଲେ । ଏ ନେଇ ଛେଣ୍ଡିପଦା ପୁଲିସ ନିଶା ଶିଳ୍ପାଞ୍ଚଳ ପୁଲିସ ସହାୟତାରେ ଚୋରା ଚାଲାଣ ହେଉଥିବା ଭୁବନପୁର ଅଞ୍ଚଳରେ ଚଢାଉ କରି ଆଉ ଏକ ଗାଡିରେ (ଓଆର୦୪ଏନ୭୨୯୧) ୪ଟି ଜାରକିନରେ ଥିବା ୩୩୦ଲିଟର ଡିଜେଲ ଜବତ କରିବା ସହିତ ମୁଖ୍ୟ ଚାଲାଣକାରୀ ପ୍ରଶାନ୍ତ ନାଥକୁ ଗିରଫ କରିଥିଲେ । ଏନେଇ ଛେଣ୍ଡିପଦା ଥାନା କେସ ନଂ୪୧୪/୨୧ରେ ଏକ ମାମଲା ରୁଜୁ କରାଯିବା ସହିତ ବେଆଇନ ପରିବହନ କରୁଥିବା ଦୁଇଟି ପିକଅପ ,୧୧୯୦ଲିଟର ବେଆଇନ ଚୋରା ଡିଜେଲ ଓ ପେଟ୍ରୋଲ ଜବତ କରିବା ସହିତ ବାଟଗାଁ ଅଞ୍ଚଳର ବିକାଶ ଷଣ୍ଢ ଓ ରଞ୍ଜନ ଦେହୁରୀ ଏବଂ ଭୁବନପୁରର ପ୍ରଶାନ୍ତ ନାଥଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । Advertisement
ବାୟାମ ସାରି ଫେରୁଥିବା ବେଳେ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ହାଣ୍ଡିଧୂଆଁ ଛକ ନିକଟରେ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ କରାଯାଇଛି । ସେଠାରେ ଥିବା ଏକ ଜିମ୍ ରୁ ବାୟାମ କରି…
ସିରିଜ ଲୁଟ – ମାରଣାସ୍ତ୍ର ଦେଖାଇ ଲୁଟି ନେଲେ ଟଙ୍କା ସୁନା ଲାପଟପ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେରରେ ସିରିଜ ଲୁଟ । ଲୁଟେରା ଗ୍ୟାଙ୍ଗ ତାଳଚେର ପୁଲିସକୁ ଖୋଲା ଚ୍ୟାଲେଞ୍ଜ୍ ଦେଇଛନ୍ତି। ବିଳମ୍ବିତ ରାତିରେ ଲୁଟେରା ଗ୍ୟାଙ୍ଗ କିଛି…
ଗୁଳିମାଡରେ ଯୁବକ ଆହତ ଘଟଣା – ଗୁଳି କରିଥିବା ଯୁବକ ଗିରଫ ଅନୁଗୁଳ – ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ବଡକନ୍ତକୁଳ ଗାଁରେ ବୁଧବାର ବିଳମ୍ବିତ ରାତିରେ ଘଟିଥିବା ଗୁଳିକାଣ୍ଡ ଘଟଣାରେ ଜଣଙ୍କୁ ପୁଲିସ ଗିରଫ କରିଛି । ତାଙ୍କ…