ଅପରାଧ ଗୁଳିମାଡରେ ଯୁବକ ଆହତ ଘଟଣା – ଗୁଳି କରିଥିବା ଯୁବକ ଗିରଫ Angul OnlineJuly 1, 2021July 1, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ବଡକନ୍ତକୁଳ ଗାଁରେ ବୁଧବାର ବିଳମ୍ବିତ ରାତିରେ ଘଟିଥିବା ଗୁଳିକାଣ୍ଡ ଘଟଣାରେ ଜଣଙ୍କୁ ପୁଲିସ ଗିରଫ କରିଛି । ତାଙ୍କ ନିକଟରୁ ଗୁଳି କରା ଯାଇଥିବା ବନ୍ଧୁକ ମଧ୍ୟ ଜବତ କରା ଯାଇଥିବା ଜଣା ପଡିଛି । ସୂଚନା ଅନୁସାରେ ଗାଁର ଅଖିଳ ବେହେରା ଓ ଶିଶିର ସାହୁଙ୍କ ମଧ୍ୟରେ ପୂର୍ବରୁ କୌଣସି କାରଣ ପାଇଁ ଶତ୍ରୁତା ଥିଲା । ଗତକାଲି ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ବେଳେ ଉତ୍ତ୍ୟକ୍ତ ହୋଇ ଶିଶିର ଏକ ବନ୍ଧୁକରେ ଅଖିଳଙ୍କ ଉପରକୁ ଗୁଳି ଚଳାଇ ଥିଲେ । ଗୁଳିଟି ଆସି ଅଖିଳଙ୍କ ବାମ ହାତ କହୁଣିରେ ବାଜିଥିଲା । ଗାଁ ଲୋକ ତାଙ୍କୁ ଘଟଣା ସ୍ଥଳରୁ ଉଧାର କରି ପ୍ରଥମେ ବନ୍ତଳା ଓ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସେଠାରେ ମଧ୍ୟ ଅଖିଳଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡିବାରୁ ତାଙ୍କୁ କଟକ ସ୍ଥାନାନ୍ତର କରା ଯାଇଥିଲା । ତେବେ ଏହି ଘଟଣାରେ ଆଜି ବନ୍ତଳା ପୁଲିସ ତଦନ୍ତ କରି ଶିଶିରକୁ ଗିରଫ କରି କୋର୍ଟ ଚାଲାଣ କରିଛି । Advertisement
ମହିଳାଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟିନେଲେ ସାଇବର ଠକ ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ସାଇବର ଠକଙ୍କ ଉତ୍ପାତ ବୃଦ୍ଧି ପାଇବାର ଲାଗିଛି । କେତେବେଳେ ଅନଲାଇନ ଟ୍ରାଞ୍ଜାକସନ ସମସ୍ୟା ତ କେତେବେଳେ ବ୍ୟାଙ୍କିଙ୍ଗ ସମସ୍ୟା ,…
ଯୁବତୀଙ୍କ ଅଶ୍ଳୀଳ ଫଟୋ ଉଠାଇବା ସହ ବ୍ଲାକମେଲ କରି ଅବକାରୀ ଏ ଏସ ଆଇ ଗିରଫ ଅନୁଗୁଳ – ଯୁବତୀଙ୍କୁ ପ୍ରେମ ଫାଶରେ ଫସାଇବା ପରେ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଉଠାଇଥିଲେ । ଆଉ ପରେ ସେହି ଫଟୋ ଦେଖାଇ ବ୍ଲାକମେଲ କରିବା ଅଭିଯୋଗରେ…
ପତ୍ନୀହନ୍ତାକୁ ଆଜୀବନ କାରାଦଣ୍ଡ ଅନୁଗୁଳ – ପତ୍ନୀହନ୍ତା ସ୍ୱାମୀକୁ ଆଜୀବନ କାରାଦଣ୍ଡ । ୧୫/୦୨/୧୫ ମସିହାରେ ଅନୁଗୁଳ ଶାବଳଭଙ୍ଗା ଗାଁରେ ଏହି ହତ୍ୟାକାଣ୍ଡ ଘଟିଥିଲା । ସ୍ତ୍ରୀ ରଶ୍ମିତା ବିଶ୍ୱାଳକୁ ତଣ୍ଟି…