ଅପରାଧ ବନ୍ଧୁକ ଓ ଖଣ୍ଡା ଦେଖାଇ ୧୫ ଲକ୍ଷ ଟଙ୍କା ଲୁଟ Angul OnlineDecember 22, 2024December 22, 2024 ପାଲଲହଡା – ଅନୁଗୁଳ ଜିଲ୍ଲା ପାଲଲହଡା ସଦରମହକୁମା ସ୍ଥିତ ଶିବମନ୍ଦିର ଛକ ନିକଟରୁ ଆଜି ଅପରାହ୍ନରେ ଖଣ୍ଡା ଏବଂ ବନ୍ଧୁକ ମୁନରେ ଜଣେ ବେପାରୀଙ୍କ ଠାରୁ ୧୫ ଲକ୍ଷ ଟଙ୍କା ଦୁର୍ବୁତ୍ତ ଲୁଟିନେଇଛନ୍ତି । ସୂଚନା ଅନୁସାରେ ରବିବାର ପାଲଲହଡାରେ ସାପ୍ତାହିକ ହାଟ ଥିବାରୁ ସମ୍ବଲପୁର ଅଞ୍ଚଳର ବ୍ୟବସାୟୀ ବଜରଙ୍ଗ ଅଗ୍ରୱାଲଙ୍କର ଦୁଇଜଣ କର୍ମଚାରୀ ଶ୍ୟାମ ପାଣ୍ଡେ ଏବଂ ମନୀଷ ତିୱାରୀ ବାକି ଟଙ୍କା ଆଦାୟ କରିବାପାଇଁ ଏକ କାର ଯୋଗେ ପାଲଲହଡା ଆସିଥିଲେ । ଏହି ଅଞ୍ଚଳରୁ ପ୍ରାୟ ୧୫ ଲକ୍ଷ ଟଙ୍କା ଆଦାୟ କରି ସମ୍ବଲପୁର ଫେରୁଥିବା ବେଳେ ଦିନ ପ୍ରାୟ ୨.୩୦ ସମୟରେ ସ୍ଥାନୀୟ ଶିବମନ୍ଦିର ଛକ ନିକଟ ଜାତୀୟ ରାଜପଥ NH 49 କୁ ସଂଯୋଗ କରୁଥିବା ରାସ୍ତାରେ ଦୁଇଟି ମଟରସାଇକେଲ ଯୋଗେ ୫ ଜଣ ଦୁର୍ବୁତ୍ତ ଅତର୍କିତ ଭାବେ ଉକ୍ତ କାରକୁ ଅଟକାଇ ଥିଲେ । ହଠାତ ସେମାନେ ଖଣ୍ଡା ଏବଂ ପିସ୍ତଲ ସାହାଯ୍ୟରେ ଦୁଇ ବେପାରୀଙ୍କୁ ଆକ୍ରମଣ କରି ଗାଡି ମଧ୍ୟରେ ଥିବା ୧୫ ଲକ୍ଷ ଟଙ୍କା ଲୁଟିନେଇ ଦେବଗଡ଼ ପଟକୁ ଫେରାର ହୋଇ ଯାଇଥିଲେ । ଏହି ଘଟଣା ଜନଗହଳି ପୁର୍ଣ ରାସ୍ତାରେ ଘଟୁଥିବାବେଳେ କିଛି ସ୍ଥାନୀୟ ଲୋକ ଦୁର୍ବୁତ୍ତ ମାନଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଥଲେ । ଖବର ପାଇ ପାଲଲହଡା ପୁଲିସ ଘଟଣା ସ୍ଥଳରେ ପହଞ୍ଚିବା ସହ ଦୁର୍ବୁତ୍ତ ମାନଙ୍କର ପିଛା କରିଥିଲେ ଏବଂ ଦେବଗଡ଼ ସୀମାନ୍ତରୁ ଜଣେ ସନ୍ଦିଗ୍ଧ ଙ୍କୁ ଧରିବା ସହ ଥାନାରେ ଅଟକ ରଖି ପଚରା ଉଚୁରା ଚଳାଇଛି । Advertisement
ନବ ନିର୍ବାଚିତ ସରପଞ୍ଚଙ୍କ ସମେତ ପରିବାରକୁ ଧାରୁଆ ଅସ୍ତ୍ରରେ ଆକ୍ରମଣ ପାଲଲହଡା – ଅନୁଗୁଳ ଜିଲ୍ଲା ପାଲଲହଡା ଉପଖଣ୍ଡ ଖମାର ଥାନା ଅନ୍ତର୍ଗତ ରଜଡଙ୍ଗ ଗ୍ରାମ ରେ ନବ-ନିର୍ବାଚିତ ସରପଞ୍ଚଙ୍କ ସମେତ ପରିବାରର ୪ ଜଣଙ୍କୁ ଆକ୍ରମଣ ହୋଇଛି…
ବ୍ରାଉନସୁଗାର ଜବତ – ବିକ୍ରି କରୁଥିବା ଅଭିଯୋଗରେ ମହିଳା ଗିରଫ ଅନୁଗୋଳ – ଅନୁଗୋଳ ଜିଲ୍ଲା ତାଳଚେର ଦେଉଳବେଡା କଲୋନିରୁ ଅବକାରୀ ବିଭାଗ ଦ୍ଵାରା ୧୮ ଗ୍ରାମ ବ୍ରାଉନସୁଗାର ଜବତ କରିଥିବା ବେଳେ ବିକ୍ରି କରୁଥିବା ଅଭିଯୋଗରେ…
ଜେଲରୁ ଫେରାର ଜଣେ କଏଦୀ ଧରା ପଡିଲା ପାଲଲହଡା – ଗତ କାଲି ରାତି ପାଳଲହଡା ଉପଖଣ୍ଡ କାରାଗାରରୁ ଦୁଇ ଜଣ କଏଦୀ ଫେରାର ହୋଇ ଯାଇଥିଲେ । ସେମାନଙ୍କ ମଧ୍ୟରୁ ଜଣଙ୍କୁ ଧରିବାରେ ସଫଳ…