ମୁଖ୍ୟ ଖବର ବଜ୍ରପାତରେ ଜଣେ ମୃତ, ଦୁଇ ଗୁରୁତର Angul OnlineAugust 24, 2024August 24, 2024 ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ବାଗଡିଆ ଥାନା ବଜାରପଡାରେ ବଜ୍ରପାତ ଘଟି ଜଣେ ଯୁବକଙ୍କର ମୃତ୍ୟୁ ହୋଇଥିବା ଜଣେ ମହିଳାଙ୍କ ସମେତ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି । ସୂଚନା ଅନୁସାରେ ଶନିବାର ଅପରାହ୍ନ ୩ଟା ବେଳେ ଛେଣ୍ଡିପଦା ଅଞ୍ଚଳରେ ପ୍ରବଳ ବର୍ଷା ସହିତ ବଜ୍ରପାତ ହୋଇଥିଲା । ଏହି ସମୟରେ ଶିମିଳିପାଳ ପଞ୍ଚାୟତ ଖଜୁରିଆ ମୁଣ୍ଡା ଗ୍ରାମର ପ୍ରହ୍ଲାଦ ମାଝୀ ବର୍ଷା ଯୋଗୁଁ ଏକ ଦୋକାନ ସମୁଖରେ ଛିଡା ହୋଇଥିବା ବେଳେ ବଜ୍ରପାତରେ ତଳି ପଡ଼ିଥିଲେ । ଏହା ଦେଖି ସେଠାରେ ଥିବା ଲୋକମାନେ ତାଙ୍କୁ ଛେଣ୍ଡିପଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇ ଯାଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସେହିପରି ନୂଆପଡା ଗାଁର ଟୁକୁ ପରିଡା ଗାଈ ଚରାଉଥିବା ବେଳେ ବଜ୍ରପାତରେ ଗୁରୁତର ଆହତ ହୋଇଥିବା ବେଳେ ବାଗଡିଆ ଗାଁର ମିନତୀ ବାରିକ ଭାତ ଖାଉଥିବା ବେଳେ ବଜ୍ରପାତରେ ଗୁରୁତର ଆହତ ହୋଇଥିଲେ । ଗୁରୁତର ଆହତ ମାନେ ଛେଣ୍ଡିପଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି । Advertisement
ସୁରକ୍ଷା କର୍ମୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଜରପଡା ଥାନା ସୀମାନ୍ତ ଜରପଡା ଓ ବଇଣ୍ଡା ମଧ୍ୟରେ ଥିବା ଏଆଇପିଏଲ (ଅଗ୍ରୱାଲା ଇନଫ୍ରା ବିଲଡ ପ୍ରାଇଭେଟ ଲିମିଟେଡ) କମ୍ପାନୀ ପରିସରରୁ…
ରାସ୍ତା ଉପରେ ଜଳିଗଲା ସ୍କୁଟର(ଭିଡିଓ) ଅନୁଗୁଳ – ଅନୁଗୁଳ ସହର କାଲଟାକ୍ସ ଛକ ନିକଟରେ ଆଜି ଏକ ଚଳନ୍ତା ସ୍କୁଟରରେ ନିଆଁ ଲାଗିଯିବାରୁ ସ୍କୁଟରଟି ସମ୍ପୂର୍ଣ୍ଣ ପୋଡି ନଷ୍ଟ ହୋଇ ଯାଇଛି ।…
ଅଜଣା ଗାଡି ଧକ୍କାରେ ଟ୍ରକ ଚାଳକ ମୃତ କଣିହାଁ – ଅନୁଗୁଳ ଜିଲ୍ଲା କଣିହାଁ ଡେରେଙ୍ଗସ୍ଥିତ ଜେଆଇଟିପିଏଲ ଫାଟକ ନିକଟରେ ଅଜଣା ଗାଡି ଧକ୍କାରେ ଜଣେ ଟ୍ରକ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି । ସୂଚନା ଅନୁସାରେ…