ମୁଖ୍ୟ ଖବର ବଜ୍ରପାତରେ ଜଣେ ମୃତ, ଦୁଇ ଗୁରୁତର Angul OnlineAugust 24, 2024August 24, 2024 ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ବାଗଡିଆ ଥାନା ବଜାରପଡାରେ ବଜ୍ରପାତ ଘଟି ଜଣେ ଯୁବକଙ୍କର ମୃତ୍ୟୁ ହୋଇଥିବା ଜଣେ ମହିଳାଙ୍କ ସମେତ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି । ସୂଚନା ଅନୁସାରେ ଶନିବାର ଅପରାହ୍ନ ୩ଟା ବେଳେ ଛେଣ୍ଡିପଦା ଅଞ୍ଚଳରେ ପ୍ରବଳ ବର୍ଷା ସହିତ ବଜ୍ରପାତ ହୋଇଥିଲା । ଏହି ସମୟରେ ଶିମିଳିପାଳ ପଞ୍ଚାୟତ ଖଜୁରିଆ ମୁଣ୍ଡା ଗ୍ରାମର ପ୍ରହ୍ଲାଦ ମାଝୀ ବର୍ଷା ଯୋଗୁଁ ଏକ ଦୋକାନ ସମୁଖରେ ଛିଡା ହୋଇଥିବା ବେଳେ ବଜ୍ରପାତରେ ତଳି ପଡ଼ିଥିଲେ । ଏହା ଦେଖି ସେଠାରେ ଥିବା ଲୋକମାନେ ତାଙ୍କୁ ଛେଣ୍ଡିପଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇ ଯାଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସେହିପରି ନୂଆପଡା ଗାଁର ଟୁକୁ ପରିଡା ଗାଈ ଚରାଉଥିବା ବେଳେ ବଜ୍ରପାତରେ ଗୁରୁତର ଆହତ ହୋଇଥିବା ବେଳେ ବାଗଡିଆ ଗାଁର ମିନତୀ ବାରିକ ଭାତ ଖାଉଥିବା ବେଳେ ବଜ୍ରପାତରେ ଗୁରୁତର ଆହତ ହୋଇଥିଲେ । ଗୁରୁତର ଆହତ ମାନେ ଛେଣ୍ଡିପଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି । Advertisement
୧୯ ଲକ୍ଷ ୩୮ ହଜାର ଟଙ୍କାର ଲଡୁ – ଲଡୁର ଓଜନ ୩୫ କୁଇଣ୍ଟାଲ ଅନୁଗୁଳ – ଅନୁଗୁଳ ଜିଲ୍ଲା ତାଳଚେରର ପ୍ରସିଦ୍ଧ ଗଣେଶ ପୂଜାର ଆଜ୍ଞା ଲଡୁ ନିଲାମ ହୋଇଛି । ଚଳିତ ବର୍ଷ ୩୫ କୁଇଣ୍ଟାଲ ଓଜନ ବିଶିଷ୍ଟ ଏହି…
ସରିଲା ତାଳଚେରର ଗଣପର୍ବ ଗଣେଷ ପୂଜା – ୮ଲକ୍ଷ ୭୦ ହଜାରରେ ଲଡୁ ନିଲାମ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେରରୁ ଆଜି(ଶନିବାର) ବିଦାୟ ନେଇଛନ୍ତି ପ୍ରଭୁ ଗଜାନନ । ଦୀର୍ଘ ୧୦ ଦିନ ଧରି ବିଭିନ୍ନ ପୂଜା ମଣ୍ଡପରେ ପୂଜା ପାଇବା…
ପ୍ରଥମ ଜିଲ୍ଲାପାଳଙ୍କ ଦେହାନ୍ତ ଅନୁଗୁଳ – ଅନୁଗୁଳ ଜିଲ୍ଲାର ପ୍ରଥମ ଜିଲ୍ଲାପାଳ ତଥା ଅବସରପ୍ରାପ୍ତ ଆଇଏସ୍ ଅଧିକାରୀ ଦ୍ବିଜବର କାନୁନଗୋଙ୍କର ପରଲୋକ ଘଟିଛି । ସ୍ଵର୍ଗତ କାନୁନ୍ଗୋ କିଛିଦିନ ତଳେ କରୋନାରେ…