ମୁଖ୍ୟ ଖବର ବିଷଧର ସାପ କାମୁଡ଼ାରେ ଝିଅ ମୃତ ମା ଗୁରୁତର Angul OnlineJuly 3, 2021July 3, 2021 ଅନୁଗୁଳ – ଅନୁଗୁଳ ସହର ଉପକଣ୍ଠ ଖଲାରି ଗାଁରେ ଆଜି ଏକ ଅଭାବନୀୟ ଘଟଣା ଘଟି ଯାଇଛି । ବିଷଧର ସାପ କାମୁଡାରେ ଝିଅର ମୃତ୍ୟୁ ହୋଇଥିବା ବେଳେ ମା ଏବେ ମଧ୍ୟ ଗୁରୁତର ହୋଇଛନ୍ତି । ସୂଚନା ଅନୁସାରେ ଖଲାରି ଗାଁର ଶିବାନୀ ନାଥ ଓ ୫ ବର୍ଷର ଝିଅ ଜେସି ନାଥ ଘରେ ଶୋଇଥିବା ବେଳେ ଏକ ସାପ କାମୁଡି ଦେଇଥିଲା । ପରିବାର ଲୋକେ ଜାଣିବା ପରେ ଉଭୟଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଲୟରେ ଭର୍ତି କରିଥିଲେ । ତେବେ ଡାକ୍ତର ସେଠାରେ ଝିଅ ଜେସିକୁ ମୃତ୍ୟୁ ଘୋଷଣା କରିଥିବା ବେଳେ ମା ଶିବାନୀ ଜୀବନ ସହ ସଂଗ୍ରାମ କରୁଥିବା ଡାକ୍ତର କହିଛନ୍ତି । Advertisement
ଗାଁରେ ମଦ ମନା – ଶହ ଶହ ବିଦେଶୀ ମଦ ବୋତଲ ଭାଙ୍ଗିଲେ ମହିଳା ଅନୁଗୁଳ – ଅନୁଗୁଳ ସଦର ଥାନା ଅନ୍ତର୍ଗତ ପୁରୁଣା ଜରାସିଂହା ଗ୍ରାମର ଚୋରା ମଦ କାରବାରକୁ ବିରୋଧ କରି ମଦ ବୋତଲ ଭାଙ୍ଗି ଦେଇଛନ୍ତି ଗାଁର ବହୁ…
ଶ୍ରୀ ମେଟାଲିକ୍ ଆଇରନ କମ୍ପାନୀରେ ଦୁର୍ଘଟଣା – ଶ୍ରମିକଙ୍କ ମୃତ୍ୟୁ ଅନୁଗୁଳ – ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା ଅଧୀନରେ ଥିବା ଶ୍ରୀ ମେଟାଲିକ୍ ଆଇରନ କମ୍ପାନୀ ଭିତରେ ମଙ୍ଗଳବାର ସକାଳେ ଏକ ଦୁର୍ଘଟଣା ଘଟିଥିଲା ।ସେହି…
ବିଜେପିରେ ଯୋଗଦେଲେ ଦିଲ୍ଲୀପ ଏବଂ ସୁନୀଲ ଅନୁଗୁଳ – ପୌର ନିର୍ବାଚନ ପାଇଁ ରାଜନୀତି ସରଗରମ ହୋଇ ଉଠିଛି । ନିଜ ନିଜ ଦଳର ପତିଆରା କେମିତି ଜାହିର ହେବ ସେଥିପାଇଁ ସମସ୍ତ ଚେଷ୍ଟା…