ମୁଖ୍ୟ ଖବର ସଡକ ଦୁର୍ଘଟଣାରେ ଜଣେ ମୃତ Angul OnlineMarch 24, 2021March 24, 2021 ଅନୁଗୁଳ – ଅନୁଗୁଳ ପିଟିସି ଛକ ନିକଟରେ ବୁଧବାର ଭୋର ସମୟରେ ଏକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ବଳରାମ ପ୍ରସାଦର ଦିଲ୍ଲୀପ ମହାଳିକ ବୋଲି ଜଣା ପଡିଛି । ସୂଚନା ଅନୁସାରେ ମୃତ ଦିଲ୍ଲୀପ , ଅନୁଗୁଳ ହେମସୁରପଡ଼ାରେ ଗାଡି ଡ୍ରାଇଭର ଭାବେ କାମ କରନ୍ତି । ଆଜି ଭୋର ସମୟରେ ସେ ତାଙ୍କ ମୋଟରସାଇକେଲ (ଓଡ଼ି-୧୯- କିୟୁ-୬୬୫୬)ରେ ବଳରାମ ପ୍ରସାଦରୁ ଅନୁଗୁଳକୁ ଆସୁଥିବା ବେଳେ ସମୁଖରୁ ଆସୁଥିବା ଏକ ଏକ ଟ୍ରାଭେରା (ଓଡ଼ି-୦୨ –ଭି- ୩୬୪୩) ଗାଡି ତାଙ୍କୁ ଧକ୍କା ଦେଇଥିଲା । ଦୁର୍ଘଟଣା ସ୍ଥଳରେ ଦିଲ୍ଲୀପ ଗୁରୁତର ହୋଇ ପଡ଼ିଥିବାବେଳେ ପୁଲିସ ଖବର ପାଇ ତାଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲା । ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପୁଲିସ ଘଟଣାରେ ଏକ ମାମଲା ରୁଜୁ କରି ତଦନ୍ତ କରୁଥିବାବେଳେ ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ଜବତ କରିଛି । ଅନ୍ୟପଟେ ଗାଡ଼ି ଡ୍ରାଇଭର ଫେରାର ହୋଇ ଯାଇଥିବା ଜଣା ପଡିଛି । Advertisement
ସ୍ଵାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ବଙ୍ଗାଲିତଇଲା ଗାଁରେ ହତ୍ୟାକାଣ୍ଡ ଘଟିଯାଇଛି । ପାରିବାରିକ କଳହ ଯୋଗୁଁ ସ୍ୱାମୀ ଟାଙ୍ଗିଆରେ ହାଣି ସ୍ତ୍ରୀକୁ ହତ୍ୟା କରିଛି ।…
ସାବତ ବାପ କଲା ଦୁଷ୍କର୍ମ – ନାବାଳିକା କଲେ ସାଂଘାତିକ ଅଭିଯୋଗ ପାଲଲହଡା – ୧୨ ବର୍ଷର ନାବାଳିକା ଝିଅକୁ ହଷ୍ଟେଲରୁ ଡାକି ନେଲା ସାବତ ବାପା । ଆଉ ରକ୍ଷାସ ସାବତ ବାପ ଘରେ କେହି ନଥିବା ସୁଯୋଗ…
ମହିଳାଙ୍କ ସହ ୪ ଚେନ ଲୁଟେରା ଗିରଫ ତାଳଚେର – ଅନୁଗୁଳ ତାଳଚେରର ଜନଗହଳିପୂର୍ଣ୍ଣ ସ୍ପଷ୍ଟ ଦିବାଲୋକରେ ପୁଲିସ୍କୁ ଚ୍ୟାଲେଞ୍ଜ ଦେଇ ଗୋଟିଏ ପରେ ଗୋଟିଏ ସ୍ଥାନରୁ ମହିଳାଙ୍କ ଠାରୁ ସୁନାଚେନ୍ ଝାମ୍ପିନେଇ ଆଖି ପିଛୁଳାକେ…