ମୁଖ୍ୟ ଖବର ସଡକ ଦୁର୍ଘଟଣାରେ ଜଣେ ମୃତ Angul OnlineMarch 24, 2021March 24, 2021 ଅନୁଗୁଳ – ଅନୁଗୁଳ ପିଟିସି ଛକ ନିକଟରେ ବୁଧବାର ଭୋର ସମୟରେ ଏକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ବଳରାମ ପ୍ରସାଦର ଦିଲ୍ଲୀପ ମହାଳିକ ବୋଲି ଜଣା ପଡିଛି । ସୂଚନା ଅନୁସାରେ ମୃତ ଦିଲ୍ଲୀପ , ଅନୁଗୁଳ ହେମସୁରପଡ଼ାରେ ଗାଡି ଡ୍ରାଇଭର ଭାବେ କାମ କରନ୍ତି । ଆଜି ଭୋର ସମୟରେ ସେ ତାଙ୍କ ମୋଟରସାଇକେଲ (ଓଡ଼ି-୧୯- କିୟୁ-୬୬୫୬)ରେ ବଳରାମ ପ୍ରସାଦରୁ ଅନୁଗୁଳକୁ ଆସୁଥିବା ବେଳେ ସମୁଖରୁ ଆସୁଥିବା ଏକ ଏକ ଟ୍ରାଭେରା (ଓଡ଼ି-୦୨ –ଭି- ୩୬୪୩) ଗାଡି ତାଙ୍କୁ ଧକ୍କା ଦେଇଥିଲା । ଦୁର୍ଘଟଣା ସ୍ଥଳରେ ଦିଲ୍ଲୀପ ଗୁରୁତର ହୋଇ ପଡ଼ିଥିବାବେଳେ ପୁଲିସ ଖବର ପାଇ ତାଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲା । ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପୁଲିସ ଘଟଣାରେ ଏକ ମାମଲା ରୁଜୁ କରି ତଦନ୍ତ କରୁଥିବାବେଳେ ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ଜବତ କରିଛି । ଅନ୍ୟପଟେ ଗାଡ଼ି ଡ୍ରାଇଭର ଫେରାର ହୋଇ ଯାଇଥିବା ଜଣା ପଡିଛି । Advertisement
ମତ୍ସ ବିଭାଗ ଅଧିକାରୀଙ୍କ ନାମରେ ସାଙ୍ଘାତିକ ଅଭିଯୋଗ ଅନୁଗୋଳ – ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ମତ୍ସ ବିଭାଗ ନାମରେ ଏକ ସାଙ୍ଘାତିକ ହୋଇଛି । ଅନୁଗୋଳ ସହରର ଜଣେ ଦୋକାନୀ ତାଙ୍କ ଦୋକାନ ନାମକୁ ଏବଂ…
ବିପୁଳ ପରିମାଣର ମଦ ଓ ଡିଜେଲ ଓ ଗୁଟଖା ଜବତ ଅନୁଗୁଳ – ଅନୁଗୁଳ ଜିଲା ନିଶା ଶିଳ୍ପାଞ୍ଚଳ ଥାନା ପିତାବଳି ଛକରେ ଆଜି (ମଙ୍ଗଳବାର ) ସ୍ପେସିଆଲ ସ୍କ୍ବାର୍ଡର ଟିମ ଚଢାଉ କରି ବିପୁଳ ପରିମାଣର ବିଦେଶୀ…
ଡାକ୍ତର ଗୋକୁଳାନନ୍ଦ ବେହେରାଙ୍କ ପରଲୋକ ଅନୁଗୋଳ – ଅନୁଗୋଳର ଜଣାଶୁଣା ବରିଷ୍ଠ ମେଡ଼ିସିନ ସ୍ପେସିଆଲିଷ୍ଟ,(ଅବସରପ୍ରାପ୍ତ) ଡ଼ଃ ଗୋକୁଳାନନ୍ଦ ବେହେରାଙ୍କର ପରଲୋକ ହୋଇ ଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୯ ବୟସ ହୋଇଥିବା…