ମୁଖ୍ୟ ଖବର ଦୁର୍ଘଟଣାରେ ଜଣେ ମୃତ , ଦୁଇ ଗୁରୁତର Angul OnlineNovember 14, 2022November 14, 2022 ଅନୁଗୁଳ – ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ମଧୁପୁର ନିକଟରେ ଏକ ସଡ଼କ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ହୋଇଛନ୍ତି । ସୂଚନା ଅନୁସାରେ ଜଗନ୍ନାଥପୁର ଅଞ୍ଚଳରୁ ତିନି ଜଣ ଯୁବକ ମୋଟରସାଇକେଲରେ ଅନୁଗୁଳ ଆଡକୁ ଆସୁଥଲେ । ତେବେ ମଧୁପୁର ନିକଟରେ ଏକ ଟ୍ରକ ଛିଡା ହୋଇଥିବା ବେଳେ ଚାଳକ ନ ଜାଣି ପାରିବାରୁ ସେଥିରେ ବାଡେଇ ହୋଇ ଯାଇଥିଲେ । ଫଳରେ ଘଟଣା ସ୍ଥଳରେ ହିଁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ଗୁରୁତର ହୋଇ ପଡ଼ିଥିଲେ । ସ୍ଥାନୀୟ ଲୋକ ସେମାନଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି । ଖବର ପାଇ ବନ୍ତଳା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି । Advertisement
ଦମ୍ପତିଙ୍କୁ ମହିଳା ଏଏସଆଇ ମାଡ ମାରିଥିବା ନେଇ ଥାନାରେ ଅଭିଯୋଗ ଛେଣ୍ଡିପଦା- ଅନୁଗୁଳ ଜିଲ୍ଲା ବାଗଡିଆ ଥାନାରେ ଅଭିଯୋଗ କରି ଆସିଥିବା ଦମ୍ପତିଙ୍କୁ ମହିଳା ଏଏସଆଇ ମାଡ଼ମାରିଥିବା ନେଇ ପିପଳବାହଳ ଗ୍ରାମର ଦମ୍ପତି ବାଗଡିଆ ଥାନାରେ ଲିଖିତ ଅଭିଯୋଗ…
ଘରୁ ଘୋଷାଡ଼ି ଆଣିଲା ହାତୀ – ସ୍ତ୍ରୀ ମୃତ ସ୍ଵାମୀ ଗୁରୁତର ତାଳଚେର – ଘରେ ଶୋଇଥିବା ବେଳେ ଘର ଭାଙ୍ଗିବା ସହ ଦମ୍ପତ୍ତିଙ୍କୁ ହାତୀ ଘୋଷାଡ଼ି ଆଣିଲା । ଆଉ ଏହି ହାତୀ ଆକ୍ରମଣ ଫଳରେ ଘଟଣା ସ୍ଥଳରେ…
ଡଙ୍ଗାରୁ ପଡି ଭାସିଗଲେ ବୃଦ୍ଧ – ୪ ଘଣ୍ଟା ପରେ ମୃତଦେହ ଉଦ୍ଧାର କଣିହାଁ – ଅନୁଗୁଳ ଜିଲ୍ଲା କଣିହାଁ ଥାନା ବୁରୁବାହାଳ ଗାଁ ଟିକିରା ନଦୀ ଘାଟରେ ଦଙ୍ଗାରେ ଆସୁଥିବା ବେଳେ ଦଙ୍ଗାରୁ ପଡି ଜଣେ ବୃଦ୍ଧଙ୍କର ମୃତ୍ୟୁ ହୋଇଛି…