ମୁଖ୍ୟ ଖବର ଦୁର୍ଘଟଣାରେ ଜଣେ ମୃତ – ଘଟଣା ସ୍ଥଳରେ ଉତ୍ତେଜନା Angul OnlineSeptember 25, 2021September 25, 2021 ଅନୁଗୁଳ – ଅନୁଗୁଳ ଛେଳିଆପଡା ଠାରେ ଏକ ସଡକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁର୍ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖା ଦେଇଛି । ମୃତକା ଜଣଙ୍କ କାଙ୍ଗୁଲା ଗ୍ରାମର ରଞ୍ଜିତ ଘଡେଇ ବୋଲି ଜଣା ପଡିଛି । ସୂଚନା ଅନୁସାରେ ରଞ୍ଜିତ ରାତି ପ୍ରାୟ ୯ ଟା ବେଳେ ରାସ୍ତାରେ ଯାଉଥିବା ବେଳେ ଅନୁଗୁଳ ପଟରୁ ମହୀଧରପୁର ଆଡକୁ ଦ୍ରୁତ ଗତିରେ ଯାଉଥିବା ଏକ ଟ୍ରିପର ତାଙ୍କୁ ଧକ୍କା ଦେଇ ପଳାଇ ଯାଇଥିଲା । ଦୁର୍ଘଟଣାରେ ରଞ୍ଜିତଙ୍କ ମୁଣ୍ଡ ଉପରେ ଗାଡି ଚଢି ଯାଇଥିବା ବେଳେ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ଏହି ଦୁର୍ଘଟଣାକୁ ନେଇ ଘଟଣା ସ୍ଥଳରେ ଉତ୍ତେଜନା ପରିସ୍ଥିତି ଦେଖା ଦେଇଥିଲା । ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଛି ଲୋକଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତା ପଡିଥିଲା । ସେପଟେ ଦୁର୍ଘଟଣା ଘଟାଇ ପଳାଇ ଯାଉଥିବା ଗାଡିଟି ମହୀଧରପୁର ଠାରେ ଧରା ପଡିଥିବା ସୂଚନା ମିଳିଛି । Advertisement
ଟ୍ରେନରୁ ପଡି ଜଣେ ମୃତ ଅନୁଗୋଳ – ଅନୁଗୋଳ ଜିଲ୍ଲା ବେଣାଗାଡ଼ିଆ ନିକଟରେ ଚଳନ୍ତା ଟ୍ରେନରୁ ପଡି ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଜଣଙ୍କ କେନ୍ଦ୍ରାପଡା ଅଞ୍ଚଳର ଛବିନ୍ଦ୍ର କୁମାର ଗୋଛୟତ…
ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ଡିକି ଭାଙ୍ଗି ଟଙ୍କା ଲୁଟ ଅନୁଗୁଳ – ଭାରତୀୟ ଷ୍ଟେଟବ୍ୟାଙ୍କ ସାମ୍ନାରୁ ଲୁଟ । ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ଡିକି ଭାଙ୍ଗି ତାଙ୍କଠାରୁ ୧ ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୁତ୍ତ। ସୂଚନା ଅନୁସାରେ…
ବଦଳିଲେ ଥାନା ଅଧିକାରୀ ଏବଂ ସବ-ଇନ୍ସପେକ୍ଟର ଅନୁଗୁଳ – ଅନୁଗୁଳ ଜିଲ୍ଲା ପୁଲିସରେ ଏକ ବଡ ଧରଣର ଅଦଳବଦଳ ହୋଇଛି । ଗତ ଦୁଇଦିନ ତଳେ ଜିଲ୍ଲାର ଇନ୍ସପେକ୍ଟର ଓ ସବ-ଇନ୍ସପେକ୍ଟର ସ୍ତରରେ ଅଦଳବଦଳ…