ମୁଖ୍ୟ ଖବର ବିଦ୍ୟୁତ ଆଘାତରେ ଶ୍ରମିକ ମୃତ Angul OnlineAugust 18, 2021August 18, 2021 ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଅଞ୍ଚଳରେ ପଶ୍ଚିମବଙ୍ଗରୁ ଆସି କାର୍ଯ୍ୟ କରୁଥିବା ଜଣେ ଶ୍ରମିକଙ୍କ ବିଦ୍ୟୁତ ଆଘାତରେ ମୃତ୍ୟୁ ହୋଇଛି । ସୂଚନା ଅନୁସାରେ ପଶ୍ଚିମବଙ୍ଗ ରାଜ୍ୟ ମୁର୍ସିଦାବାଦ ଜିଲ୍ଲା ଔରଙ୍ଗବାଦ ଥାନା କୁମରପରା ଗ୍ରାମର ମିରାଜ ଏସକେ ଗତ ୬ ମାସ ହେବ ଛେଣ୍ଡିପଦା କୁଲୁକୁଲି ବେହେରାଙ୍କ ଘରେ ଭଡାରେ ରହି ଅଞ୍ଚଳରେ ଘର ତିଆରି ଠିକାଦାର ଭାବେ କାର୍ଯ୍ୟ କରୁଥିଲେ । ମିରାଜଙ୍କ ଭାଇ ରନି ଏସକେ ତାଙ୍କ ସହିତ ରହି ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ । ରନି ଗତକାଲି ସନ୍ଧ୍ୟା ୭ଟାରେ ରହୁଥିବା ଭଡା ଘରେ ଲାଇଟ ଲଗେଇବା ପାଇଁ ପ୍ଲଗରେ ତାର ଲଗାଉଥିଲେ । ଏହି ସମୟରେ ପ୍ଲଗ କରେଣ୍ଟରେ ଗୁରୁତର ଆହତ ହୋଇ ଛିଟିକି ପଡିଥିଲେ । ଗୁରୁତର ଅବସ୍ଥାରେ ତାକୁ ଛେଣ୍ଡିପଦା ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ରନିଙ୍କର ମୃତ୍ୟୁ ହୋଇଥିଲା । ରନିଙ୍କ ଭାଇ ମିରାଜ ଏସକେ ଥାନାରେ ଲିଖିତ ଅଭିଯୋଗରେ ପୁଲିସ ମୃତଦେହ ଜବତ ଓ ବ୍ୟବଛେଦ କରି ଏକ ମାମଲା ରୁଜୁ କରି ତଦନ୍ତ କରୁଛି । Advertisement
ଜିଲ୍ଲାରେ ପୁଣି ବଢିଲାଣି ସଂକ୍ରମଣ – ସାବଧାନତା ଅବଲମ୍ବନ କରିବାକୁ ପରାମର୍ଶ ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ପୁଣି କଡ ଲେଉଟାଇଲାଣି କରୋନା । ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଅନୁଗୁଳ ଜିଲ୍ଲାରେ ଗତ ଜୁନ ମାସ…
ଦୁଇ ଦୁଷ୍କର୍ମକାରୀକୁ କାରାଦଣ୍ଡାଦେଶ ଅନୁଗୁଳ – ଅନୁଗୁଳ ମାନ୍ୟବର ଅତିରିକ୍ତ ଜିଲ୍ଲା ଓ ସେସନ ଜଜ ଜନୈକ ଦୁଷ୍କର୍ମକାରୀକୁ ୧୦ବର୍ଷ ଜେଲଦଣ୍ଡ ରେ ଦଣ୍ଡିତ କରିଛନ୍ତି । ସୂଚନା ଅନୁସାରେ ଗତ…
ଟ୍ରେନ ଧକ୍କାରେ ହାତୀ ମୃତ ଅନୁଗୋଳ – ଅନୁଗୋଳ ଜିଲ୍ଲା ଜରପଡା ବନାଂଚଳର ଜରପଡା ଗ୍ରାମ ଦେଇ ଯାଇଥିବା ଅନୁଗୋଳ-ସମ୍ବଲପୂର ରେଳ ଲାଇନରେ ରେଳ ଧକ୍କାରେ ଗୁରୁବାର ରାତିରେ ଗୋଟିଏ ଦନ୍ତା ହାତୀର…