ମୁଖ୍ୟ ଖବର ବିଦ୍ୟୁତ ଆଘାତରେ ଶ୍ରମିକ ମୃତ Angul OnlineAugust 18, 2021August 18, 2021 ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଅଞ୍ଚଳରେ ପଶ୍ଚିମବଙ୍ଗରୁ ଆସି କାର୍ଯ୍ୟ କରୁଥିବା ଜଣେ ଶ୍ରମିକଙ୍କ ବିଦ୍ୟୁତ ଆଘାତରେ ମୃତ୍ୟୁ ହୋଇଛି । ସୂଚନା ଅନୁସାରେ ପଶ୍ଚିମବଙ୍ଗ ରାଜ୍ୟ ମୁର୍ସିଦାବାଦ ଜିଲ୍ଲା ଔରଙ୍ଗବାଦ ଥାନା କୁମରପରା ଗ୍ରାମର ମିରାଜ ଏସକେ ଗତ ୬ ମାସ ହେବ ଛେଣ୍ଡିପଦା କୁଲୁକୁଲି ବେହେରାଙ୍କ ଘରେ ଭଡାରେ ରହି ଅଞ୍ଚଳରେ ଘର ତିଆରି ଠିକାଦାର ଭାବେ କାର୍ଯ୍ୟ କରୁଥିଲେ । ମିରାଜଙ୍କ ଭାଇ ରନି ଏସକେ ତାଙ୍କ ସହିତ ରହି ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ । ରନି ଗତକାଲି ସନ୍ଧ୍ୟା ୭ଟାରେ ରହୁଥିବା ଭଡା ଘରେ ଲାଇଟ ଲଗେଇବା ପାଇଁ ପ୍ଲଗରେ ତାର ଲଗାଉଥିଲେ । ଏହି ସମୟରେ ପ୍ଲଗ କରେଣ୍ଟରେ ଗୁରୁତର ଆହତ ହୋଇ ଛିଟିକି ପଡିଥିଲେ । ଗୁରୁତର ଅବସ୍ଥାରେ ତାକୁ ଛେଣ୍ଡିପଦା ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ରନିଙ୍କର ମୃତ୍ୟୁ ହୋଇଥିଲା । ରନିଙ୍କ ଭାଇ ମିରାଜ ଏସକେ ଥାନାରେ ଲିଖିତ ଅଭିଯୋଗରେ ପୁଲିସ ମୃତଦେହ ଜବତ ଓ ବ୍ୟବଛେଦ କରି ଏକ ମାମଲା ରୁଜୁ କରି ତଦନ୍ତ କରୁଛି । Advertisement
କୂଅରେ ପଡି ନାବାଳକ ମୃତ ଅନୁଗୋଳ – ଅନୁଗୋଳ ଜିଲ୍ଲା ଜରପଡ଼ା ଥାନା ଟାସରା ଗାଁରେ ଗାଧେଇବାକୁ ଯାଇ କୂଅରେ ପଡି ଜଣେ ନାବାଳକର ମୃତ୍ୟୁ ହୋଇଛି । ମୃତ ନାବାଳକ…
ସାଙ୍ଗ ବାପାଙ୍କ ମୃତ୍ୟୁରେ ସହାନୁଭୂତି ଜଣାଇବାକୁ ଯିବା ବେଳେ ଚାପିଦେଲା ଟ୍ରକ ଅନୁଗୋଳ – ସାଙ୍ଗର ବାପାଙ୍କ ମୃତ୍ୟୁର ଦୁଃଖ ସମୟରେ ସାଙ୍ଗକୁ ସହାନୁଭୂତି ଜଣାଇବାକୁ ଯାଉଥିଲେ । କିନ୍ତୁ ରାସ୍ତାରେ ଦୁର୍ଘଟଣା ଘଟି ମୃତ୍ୟୁ ହୋଇଗଲା । ଖନ୍ଦାନାଳୀ…
ନଦୀରେ ଭାସିଗଲେ ଦୁଇ ସାଙ୍ଗ – ଜଣେ ଉଦ୍ଧାର , ଜଣେ ମୃତ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର କଙ୍କିଳି ଗାଁ ନିକଟ ଦେଇ ଯାଇଥିବା ବ୍ରାହ୍ମଣୀ ନଦୀରେ ଅଘଟଣ । ଭୋଜି କରିବାକୁ ନଦୀ ଘାଟକୁ ଆସିଥିବା ବେଳେ …