ଅନୁଗୁଳ – ସମବାୟ ବ୍ୟାଙ୍କ ସମ୍ପାଦକଙ୍କୁ ଭିଜିଲାନ୍ସ ଗିରଫ କରିଛି । ଲକ୍ଷାଧିକ ଟଙ୍କା ହେରଫେର ଅଭିଯୋଗରେ ଅନୁଗୁଳ ଜିଲ୍ଲା ଗଡସନ୍ତ୍ରୀ ସମବାୟ ବ୍ୟାଙ୍କରେ ସମ୍ପାଦକ ଭାବେ କାର୍ଯ୍ୟ କରୁଥିବା ପତିତପାବନ ମାଝୀଙ୍କୁ ଭିଜିଲାନ୍ସ ଗିରଫ କରିଛି ।

ସୂଚନା ଅନୁସାରେ, ସମବାୟ ବ୍ୟାଙ୍କର ଅଡିଟ୍ ବେଳେ ପାଖାପାଖି ୩୩ ଲକ୍ଷ ୮୦୯୬୩ ଟଙ୍କା ହେରଫେର କରାଯାଇଥିବା ଜଣା ପଡିବା ପରେ ଭିଜିଲାନ୍ସରେ ଅଭିଯୋଗ ହୋଇଥିଲା । ଅଭିଯୋଗ ପାଇ ଭିଜିଲାନ୍ସ ତଦନ୍ତ କରିବା ବେଳେ ଜାଣିବାକୁ ପାଇଥିଲା ଯେ, ସମବାୟ ବ୍ୟାଙ୍କ୍ ରେ ସମ୍ପାଦକ ଭାବେ କାର୍ଯ୍ୟ କରୁଥିବା ପତିତପାବନ ମାଝୀ ଏହି ଟଙ୍କା ହେରଫେର କରିଛନ୍ତି। ଯାହା ଫଳରେ ଆଜି ଭିଜିଲାନ୍ସ ଅନୁଗୋଳ ବ୍ୟାଙ୍କ୍ ରୁ ପତିତପାବନ ମାଝୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

