ଆଞ୍ଚଳିକ ନଦୀରେ ବୁଡି ଜଣେ ମୃତ Angul OnlineSeptember 28, 2021September 28, 2021 ତାଳଚେର – ନଦୀକୁ ଗାଧୋଇବାକୁ ଯାଇ ନଦୀରେ ବୁଡି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ମୃତ ବ୍ୟକ୍ତି ଜଣକ ହେଲେ ତାଳଚେର କଙ୍କିଳି ଗ୍ରାମର ତ୍ରିପୁର ବିଶ୍ୱାଳ । ସୂଚନାଅନୁଯାୟୀ ତ୍ରିପୁର ଗାଁ ପାଖ ବ୍ରାହ୍ମଣୀ ନଦୀକୁ ଗାଧୋଇବାକୁ ଯାଇଥିବା ବେଳେ ପାଣିରେ ତାଙ୍କ ଗୋଡ଼ଟି ଖସି ଯାଇଥିଲା ଫଳରେ ନଦୀର ସ୍ରୋତରେ ସେ କିଛି ଦୂର ଭାସି ଯାଇଥିଲେ । ଗ୍ରାମବାସୀ ତାଙ୍କୁ ବହୁ ଖୋଜା ଖୋଜି କରିବା ପରେ ନଦୀର କିଛି ଦୂରରୁ ତାଙ୍କୁ ଉଦ୍ଧାର କରି ସ୍ଥାନିୟ ମଣ୍ଡାପାଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ କିନ୍ତୁ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ । Advertisement
କୋଲ ୱାସେରିକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ ତାଳଚେର – ଅନୁଗୋଳ ଜିଲ୍ଲା ତାଳଚେର ଘଣ୍ଟପଡ଼ା ଠାରେ ଥିବା ଗ୍ଲୋବାଲ କୋଲ ୱାସେରିକୁ ନେଇ ସପକ୍ଷବାଦୀ ଓ ବିପକ୍ଷବାଦୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା…
ଚିକିତ୍ସାଧୀନ ହାତୀ ଛୁଆର ମୃତ୍ୟୁ ଅନୁଗୁଳ – ଅନୁଗୁଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟ କୁଶଖଲି ଜଙ୍ଗଲରେ ଆଜି(ମଙ୍ଗଳବାର) ଏକ ହାତୀଛୁଆର ମୃତ୍ୟୁ ହୋଇଛି । ମୃତ ହାତୀର ବୟସ ୩ ରୁ ୪…
ଟୀକା ପାଇଁ ମୃତ୍ୟୁ ଅଭିଯୋଗ କରି ଡାକ୍ତରଖାନାରେ ପ୍ରତିବାଦ ନାଲକୋନଗର – ଅନୁଗୁଳ ଜିଲ୍ଲା ନାଲକୋନଗର ଥାନା ଅନ୍ତର୍ଗତ ନାଲକୋ ଡାକ୍ତରଖାନାରେ ଆଜି ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ମୃତଦେହ ରଖି ପରିବାର ଲୋକ ପ୍ରତିବାଦ କରିଥିଲେ…