ଅପରାଧ ଦୁଷ୍କର୍ମ ଅଭିଯୋଗରେ ଜଣେ ଗିରଫ Angul OnlineSeptember 11, 2024September 11, 2024 ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅଞ୍ଚଳର ଜୈନେକ ମହିଳାଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ପୁଲିସ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଯୁବକ ଜଣଙ୍କ ହେଲେ ଛେଣ୍ଡିପଦା ଥାନା ଅଞ୍ଚଳର ହଳଧର ମାଝୀ । ପୁଲିସ ସୂତ୍ରରୁ ପ୍ରକାଶ ଯେ ଛେଣ୍ଡିପଦା ଥାନା ଅଞ୍ଚଳର ହଳଧର ମାଝୀ ଗତ ୬ ତାରିଖ ଦିନ ସେହି ଗ୍ରାମର ଜଣେ ମହିଳାଙ୍କୁ ଘରେ କେହି ନଥିବାର ସୁଯୋଗ ନେଇ ଯୋର ଜବରଦସ୍ତି ଦୁଷ୍କର୍ମ କରିଥିଲେ । ଏହି ଘଟଣା ସମ୍ପର୍କରେ କାହାକୁ କହିଲେ ତାଙ୍କର ଛୋଟ ଶିଶୁକୁ ମାରି ଦେବାର ଧମକ ଦେଇଥିଲେ । ଏପରିକି ଆଗରୁ ମଧ୍ୟ ମହିଳାଙ୍କୁ ବିଭିନ୍ନ ଧମକ ଦେଇ ଦୁଷ୍କର୍ମ କରିଛି । ଏ ନେଇ ମହିଳା ଜଣଙ୍କ ଭୟଭୀତ ହୋଇ ଦୀର୍ଘ ଦିନ ଚୁପ ରହିବା ପରେ ସାହସ ବାନ୍ଧି ଛେଣ୍ଡିପଦା ଥାନାରେ ଦ୍ୱାରସ୍ଥ ହେବା ସହିତ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତିକରି ଛେଣ୍ଡିପଦା ଥାନା ଅଧିକାରୀ ବିଭୁଦତ୍ତ ରାଉତରାୟ ଛେଣ୍ଡିପଦା ଥାନା କେସ ନଂ ୩୭୬/୨୪ରେ ଏକ ମାମଲା ରୁଜୁ କରିବା ସହିତ ହଳଧର ମାଝୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । Advertisement
ବିପୁଳ ପରିମାଣର କଫ୍ ସିରପ୍ ଓ ବ୍ରାଉନ୍ ସୁଗାର ଜବତ ସମଲ – ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ସମଲ ଥାନା ପୂଲିସ ବିଭିନ୍ନ ଜାଗାରେ ଚଢାଉ କରି ବିପୁଳ ପରିମାଣର କଫ୍ ସିରପ୍ ଓ ବ୍ରାଉନ୍ ସୁଗାର…
୨୦ ଗ୍ରାମ ବ୍ରାଉନସୁଗାର ସହ ୬ ଜଣ ଗିରଫ ଅନୁଗୁଳ – ଅନୁଗୁଳ ଜିଲ୍ଲା ନାଲକୋନଗର ପୁଲିସକୁ ଆଜି ୨୦ ଗ୍ରାମ ବ୍ରାଉନସୁଗାର ଜବତ କରିବା ସହ ୬ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି…
ନାବାଳିକା ଦୁଷ୍କର୍ମକାରୀକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଅନୁଗୁଳ – ନାବାଳିକା ଦୁଷ୍କର୍ମ କରିଥିବା ଜଣେ ଅଭିଯୁକ୍ତ ଆଜି ଅନୁଗୋଳର ଅତିରିକ୍ତ ଜିଲ୍ଲା ଦୌରା ଜଜ ତଥା ସ୍ବତନ୍ତ୍ର ପକ୍ସୋ ଅଦାଲତରେ ଦୋଷୀ ସାବ୍ୟସ୍ତ ହୋଇଛି…