ଅପରାଧ ଦୁଷ୍କର୍ମ ଅଭିଯୋଗରେ ଜଣେ ଗିରଫ Angul OnlineSeptember 11, 2024September 11, 2024 ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅଞ୍ଚଳର ଜୈନେକ ମହିଳାଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ପୁଲିସ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଯୁବକ ଜଣଙ୍କ ହେଲେ ଛେଣ୍ଡିପଦା ଥାନା ଅଞ୍ଚଳର ହଳଧର ମାଝୀ । ପୁଲିସ ସୂତ୍ରରୁ ପ୍ରକାଶ ଯେ ଛେଣ୍ଡିପଦା ଥାନା ଅଞ୍ଚଳର ହଳଧର ମାଝୀ ଗତ ୬ ତାରିଖ ଦିନ ସେହି ଗ୍ରାମର ଜଣେ ମହିଳାଙ୍କୁ ଘରେ କେହି ନଥିବାର ସୁଯୋଗ ନେଇ ଯୋର ଜବରଦସ୍ତି ଦୁଷ୍କର୍ମ କରିଥିଲେ । ଏହି ଘଟଣା ସମ୍ପର୍କରେ କାହାକୁ କହିଲେ ତାଙ୍କର ଛୋଟ ଶିଶୁକୁ ମାରି ଦେବାର ଧମକ ଦେଇଥିଲେ । ଏପରିକି ଆଗରୁ ମଧ୍ୟ ମହିଳାଙ୍କୁ ବିଭିନ୍ନ ଧମକ ଦେଇ ଦୁଷ୍କର୍ମ କରିଛି । ଏ ନେଇ ମହିଳା ଜଣଙ୍କ ଭୟଭୀତ ହୋଇ ଦୀର୍ଘ ଦିନ ଚୁପ ରହିବା ପରେ ସାହସ ବାନ୍ଧି ଛେଣ୍ଡିପଦା ଥାନାରେ ଦ୍ୱାରସ୍ଥ ହେବା ସହିତ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତିକରି ଛେଣ୍ଡିପଦା ଥାନା ଅଧିକାରୀ ବିଭୁଦତ୍ତ ରାଉତରାୟ ଛେଣ୍ଡିପଦା ଥାନା କେସ ନଂ ୩୭୬/୨୪ରେ ଏକ ମାମଲା ରୁଜୁ କରିବା ସହିତ ହଳଧର ମାଝୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । Advertisement
ସାହାଯ୍ୟ ଆଳରେ ରୋଗୀଙ୍କ ସମ୍ପର୍କୀୟଙ୍କୁ ଲୁଟ ଅନୁଗୁଳ – ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସାହାଯ୍ୟ ଆଳରେ ରୋଗୀଙ୍କ ସମ୍ପର୍କୀୟଙ୍କୁ ଜଣେ ଦୁର୍ବୃତ୍ତ ଟଙ୍କା ଓ ମୋବାଇଲ ଲୁଟି ନେଇଛି । ଗରିବ ,…
ମହିଳାଙ୍କ ସହ ୪ ଚେନ ଲୁଟେରା ଗିରଫ ତାଳଚେର – ଅନୁଗୁଳ ତାଳଚେରର ଜନଗହଳିପୂର୍ଣ୍ଣ ସ୍ପଷ୍ଟ ଦିବାଲୋକରେ ପୁଲିସ୍କୁ ଚ୍ୟାଲେଞ୍ଜ ଦେଇ ଗୋଟିଏ ପରେ ଗୋଟିଏ ସ୍ଥାନରୁ ମହିଳାଙ୍କ ଠାରୁ ସୁନାଚେନ୍ ଝାମ୍ପିନେଇ ଆଖି ପିଛୁଳାକେ…
ଦେହ ବ୍ୟବସାୟ ସନ୍ଦେହରେ ପୁଲିସର ଚଢ଼ାଉ – ୨ ଅଟକ ଅନୁଗୁଳ – ଅନୁଗୁଳ ଥାନା ଅନ୍ତର୍ଗତ ତୁରଙ୍ଗ ଅଞ୍ଚଳରେ ଥିବା ଇନ୍ଦ୍ରହରି ନଗର ପୋଖରୀ ନିକଟରେ ଥିବା ଏକ ଭଡ଼ା ଘରେ ଦୀର୍ଘ ଦିନ ହେବ ଦେହ…