ମୁଖ୍ୟ ଖବର ଟ୍ରଲର ପଛରେ ବାଡେଇ ହୋଇ ମୋଟରସାଇକେଲ ଆରୋହୀ ମୃତ Angul OnlineSeptember 9, 2021September 9, 2021 ଅନୁଗୁଳ – ଅନୁଗୁଳ ଜିଲା ଅନ୍ତର୍ଗତ ଅନୁଗୁଳ-ସମ୍ବଲପୁର ୫୫ନଂ ଜାତୀୟ ରାଜପଥର ଜରପଡା ଥାନା କତଡା ଠାରେ ଏକ ଟ୍ରଲର ପଛପଟରେ ଜଣେ ମୋଟରସାଇକେଲ ବାଡେଇ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ଘଟଣା ସ୍ଥଳରେ ମଟରସାଇକେଲ ଆରୋହୀଙ୍କର ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ ଜରପଡା ଥାନା ଜେରେଙ୍ଗଦେହୁରୀ ସାହିର ଟୁନା ନାଏକ । ସୂଚନା ଅନୁସାରେ ଜେରେଙ୍ଗ ଦେହୁରୀସାହିର ଟୁନା ନାଏକ ଏକ ମୋଟରସାଇକେଲରେ କତଡାରୁ ବଇଣ୍ଡା ଆଡକୁ ଯାଉଥିବାବେଳେ ୫୫ନଂ ଜାତୀୟ ରାଜପଥର କତଡା ଗାଁ ନିକଟସ୍ଥ ଏକ ଢାବା ସମ୍ମୁଖରେ ଟ୍ରଲର ପଛପଟରେ ବାଡେଇ ହୋଇ ତଳେ ପଡିଯାଇଥିଲେ । ମୁଣ୍ଡରେ ଗଭୀର ଆଘାତ ଲାଗିବା ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ଜରପଡା ପୁଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ବ୍ୟବଛେଦ ନିମନ୍ତେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି । ଟ୍ରଲରଟି ପଳାଇ ଯାଇଥିବାବେଳେ ପୁଲିସ ମଟରସାଇକେଲକୁ ଜବତ କରି ଘଟଣାର ତଦନ୍ତ ଚଳାଇଛି । Advertisement
ନାଳରେ ଭାସୁଛି ନବଜାତକର ମୃତଦେହ ଛେଣ୍ଡିପଦା – ନାଳରେ ଭାସୁଛି ନବଜାତକର ମୃତଦେହ । ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ବାଗଡିଆ ଗ୍ରାମ ନିକଟ ଦେଇ ବହି ଯାଇଥିବା ବଡଯୋରା ନାଳରେ ଏକ…
ଅନୁଗୁଳରୁ ଅକ୍ସିଜେନ ଗଲା ବିଶାଖାପାଟଣା ଅନୁଗୁଳ – ଆଜି ଅନୁଗୁଳରୁ ମେଡିକାଲ୍ ଅକ୍ସିଜେନର ଅଭାବୀ ରାଜ୍ୟକୁ ଅକ୍ସିଜେନ ପଠା ଯାଇଛି । ଅନୁଗୁଳ ଜିନ୍ଦାଲ ଷ୍ଟିଲ ଏଣ୍ଡ ପାୱାର ଲିମିଟେଡରୁ ଏକ ସ୍ଵତନ୍ତ୍ର…
ଜାଲ ପ୍ରମାଣପତ୍ରରେ ଅଧ୍ୟାପକ , ଉପ-ଜିଲାପାଳଙ୍କ ତଦନ୍ତ ଅନୁଗୁଳ – ଅନୁଗୁଳ ଜିଲ୍ଲା ଜରପଡ଼ା ପତିତପାବନ ଡିଗ୍ରି ମହାବିଦ୍ୟାଳୟର ଅର୍ଥନୀତି ଅଧ୍ୟାପକ ବିକାଶ ଚନ୍ଦ୍ର ମିଶ୍ର ଜାଲ ପ୍ରମାଣପତ୍ର ଦେଇ ଚାକିରି କରିଥିଲେ । ସେ…