ମୁଖ୍ୟ ଖବର ଟ୍ରଲର ପଛରେ ବାଡେଇ ହୋଇ ମୋଟରସାଇକେଲ ଆରୋହୀ ମୃତ Angul OnlineSeptember 9, 2021September 9, 2021 ଅନୁଗୁଳ – ଅନୁଗୁଳ ଜିଲା ଅନ୍ତର୍ଗତ ଅନୁଗୁଳ-ସମ୍ବଲପୁର ୫୫ନଂ ଜାତୀୟ ରାଜପଥର ଜରପଡା ଥାନା କତଡା ଠାରେ ଏକ ଟ୍ରଲର ପଛପଟରେ ଜଣେ ମୋଟରସାଇକେଲ ବାଡେଇ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ଘଟଣା ସ୍ଥଳରେ ମଟରସାଇକେଲ ଆରୋହୀଙ୍କର ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ ଜରପଡା ଥାନା ଜେରେଙ୍ଗଦେହୁରୀ ସାହିର ଟୁନା ନାଏକ । ସୂଚନା ଅନୁସାରେ ଜେରେଙ୍ଗ ଦେହୁରୀସାହିର ଟୁନା ନାଏକ ଏକ ମୋଟରସାଇକେଲରେ କତଡାରୁ ବଇଣ୍ଡା ଆଡକୁ ଯାଉଥିବାବେଳେ ୫୫ନଂ ଜାତୀୟ ରାଜପଥର କତଡା ଗାଁ ନିକଟସ୍ଥ ଏକ ଢାବା ସମ୍ମୁଖରେ ଟ୍ରଲର ପଛପଟରେ ବାଡେଇ ହୋଇ ତଳେ ପଡିଯାଇଥିଲେ । ମୁଣ୍ଡରେ ଗଭୀର ଆଘାତ ଲାଗିବା ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ଜରପଡା ପୁଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ବ୍ୟବଛେଦ ନିମନ୍ତେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି । ଟ୍ରଲରଟି ପଳାଇ ଯାଇଥିବାବେଳେ ପୁଲିସ ମଟରସାଇକେଲକୁ ଜବତ କରି ଘଟଣାର ତଦନ୍ତ ଚଳାଇଛି । Advertisement
ପତ୍ନୀହନ୍ତା ସ୍ୱାମୀକୁ ଆଜୀବନ କାରାଦଣ୍ଡ ଅନୁଗୁଳ – ପତ୍ନୀହନ୍ତା ସ୍ୱାମୀକୁ ଆଜୀବନ କାରାଦଣ୍ଡାଦେଶ । ସୂଚନା ଅନୁସାରେ ଅନୁଗୁଳ ନାଲକୋନଗର ଥାନା ନାଲକୋର ସନ୍ଦୀପ ପ୍ରେବୋଧ କେର୍କେଟା ଇଲେକ୍ଟ୍ରିକାଲ ଇଂଜିନିୟର ଭାବେ କାମ…
ସଡକ ଦୁର୍ଘଟଣା ନେଲା ବାପ-ପୁଅଙ୍କ ଜୀବନ ଅନୁଗୁଳ – ସଡକ ଦୁର୍ଘଟଣାରେ ବାପ-ପୁଅ ମୃତ । ଅନୁଗୁଳ ଜିଲ୍ଲା ହଣ୍ଡପା ଥାନା ପ୍ରତାପପୁର ଠାରେ ଅଜଣା ଗାଡି ଧକ୍କାରେ ୨ ଜଣ ମୋଟରସାଇକେଲ ଆରୋହୀଙ୍କ…
ତହସିଲ ଅଫିସର କନିଷ୍ଠ କିରାଣିଙ୍କ ସନ୍ଦେହଜନକ ମୃତ୍ୟୁ ଅନୁଗୁଳ – ଅନୁଗୁଳ ସଦର ଥାନା ଅନ୍ତର୍ଗତ ଖଲାରି ବିଶ୍ବାଳ ସାହି ନିକଟରେ ଏକ ଭଡ଼ା ଘରେ ରହୁଥିବା ତାଳଚେର ତହସିଲ ଅଫିସର କନିଷ୍ଠ କିରାଣି ପ୍ରଶାନ୍ତ…