ମୁଖ୍ୟ ଖବର ଯୁବକଙ୍କ ସନ୍ଦେହ ଜନକ ମୃତ୍ୟ -୫ ଅଟକ Angul OnlineSeptember 9, 2021September 9, 2021 ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ସାପୋଇନାଳି ସ୍ଥିତ ରାଜୀବଭବନରେ ଜଣେ ଡ୍ରାଇଭରଙ୍କ ସନ୍ଦେହ ଜନକ ମୃତ୍ୟ ହୋଇଛି । ମୃତ ଡ୍ରାଇଭର ଜଣକ ହେଲେ ଘଡ ଗ୍ରାମର ସଦାନନ୍ଦ ଦେହୁରୀଙ୍କ ପୁଅ ଦୀପକ ଦେହୁରୀ ବୋଲି ଜଣାପଡିଛି । ସୁଚନା ଅନୁସାରେ ଗତକାଲି (ବୁଧବାର) ରାତିରେ ସାପୋଇନାଳି ସ୍ଥିତ ରାଜୀବଭବନରେ ୬ଜଣ ଟ୍ରାକ୍ଟର ଡ୍ରାଇଭର ଭୋଜି କରୁଥିଲେ । ଭୋଜିକରି ଅନ୍ୟ ଡ୍ରାଇଭର ମାନେ ଚାଲିଯାଇଥିବା ବେଳେ ଦୀପକ କିନ୍ତୁ ଘରକୁ ନଯାଇ ସେଠାରେ ଶୋଇ ରହିଥିଲେ । ପରିବାର ଲୋକ ଘରକୁ ପୁଅ ଫେରିବାରେ ବିଳମ୍ବ ଦେଖି ଖୋଜିବା ବେଳେ ରାଜୀବଭବନରେ ତାଙ୍କର ମୃତ ଦେହ ପାଇଥିଲେ । ଏ ନେଇ ମୃତକ ଦୀପକଙ୍କ ବାପା ବାଗଡିଆ ଫାଣ୍ଡିରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପାଇ ବାଗଡିଆ ଫାଣ୍ଡି ଅଧିକାରୀ ଆଶିଷ କୁମାର ଦାଶ ଘଟଣାସ୍ଥଳରେ ପହଁଚି ଘଟଣାର ତଦନ୍ତ କରିବା ସହିତ ରାତିରେ ଭୋଜି କରୁଥିବା ଯୁବକ ମାନଙ୍କୁ ଅଟକ ରଖି ଘଟଣାର ତଦନ୍ତ ଚଳାଇଛି । ପୁଲିସ ଶବକୁ ଜବତ କରି ବ୍ୟବଛେଦ ନିମନ୍ତେ ଛେଣ୍ଡିପଦା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇ ଦେଇଛନ୍ତି । ଏହା ହତ୍ୟା ନା ଅନ୍ୟ କୈାଣସି କାରଣ ରହିଛି ବ୍ୟବଛେଦ ରିପୋର୍ଟ ଆସିବା ପରେ ଜଣାପଡିବ ବୋଲି ବାଗଡିଆ ଫାଣ୍ଡି ଅଧିକାରୀ ପ୍ରକାଶ କରିଛନ୍ତି । Advertisement
ଟ୍ରାଏଲ ରନ ବେଳେ ଫାଟିଲା ପାଉଁଶ ପାଇପ – ଭାସିଗଲା ଆସବାବପତ୍ର ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ଏକଡାଳ ଗାଁ ନିକଟରେ ଏନଟିପିସିର ପାଉଁଶ ପାଣି ପାଇପ ଫାଟିବା ଫଳରେ ଏକ କୁତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି…
ଲାଞ୍ଚ ନେଇ ଚାକିରୀରୁ ବିଦା ହେଲେ ବରିଷ୍ଠ କିରାଣୀ ଅନୁଗୁଳ – ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଥିଲେ । ଏବେ ଚାକିରୀରୁ ବିଦା ହେଲେ । ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ତହସିଲର ପୂର୍ବତନ ବରିଷ୍ଠ କିରାଣୀ…
ଗାତରେ ପଡିଲା ହାତୀ – ଉଦ୍ଧାର ପରେ ଗୋଡାଇ ଆକ୍ରମଣ କଲା ପାଲଲହଡ଼ା – ଅନୁଗୁଳ ଜିଲ୍ଲା ପାଲଲହଡ଼ା ବ୍ଲକ ଖମାର ରେଞ୍ଜ ଶଙ୍ଖମୁର ପଞ୍ଚାୟତ ବେଶଳିୟା ଜଙ୍ଗଲରେ ଏକ ହାତୀ ଗାତରେ ପଡ଼ି ଗତ ଶନିବାରଠାରୁ ଛଟପଟ ହେଉଥିଲା…