ମୁଖ୍ୟ ଖବର ଟ୍ୟାଙ୍କର ଧକ୍କାରେ ଜଣେ ମୃତ Angul OnlineJune 26, 2021June 26, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଜଣେ ପଥଚାରୀକୁ ଏଲପିଜି ଟ୍ୟାଙ୍କର ଧକ୍କା ଦେବା ଫଳରେ ପଥଚାରୀଙ୍କ ମୃତ୍ୟୁ ହୋଇଥିବା ଜଣା ପଡିଛି । ସୂଚନା ଅନୁସାରେ ଟ୍ୟାଙ୍କରଟି ତାଙ୍କୁ ଧକ୍କା ଦେବା ପରେ ଘଟଣା ସ୍ଥଳରେ ପଥଚାରୀ ଗୁରୁତର ଅବସ୍ଥାରେ ଥିବା ବେଳେ ବଅଁରପାଳ ପୁଲିସ ତାଙ୍କୁ ଉଦ୍ଧାର କରି ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରିଥିଲେ । ତେବେ ସ୍ଥାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସୂଚନା ଅନୁସାରେ ମୃତକ ଜଣଙ୍କ ନାମ ଜଗବନ୍ଧୁ ଦେହୁରୀ । ଜଗବନ୍ଧୁ ୩୦ ବର୍ଷ ହେବ ବଅଁରପାଳ ଅଞ୍ଚଳରେ ଭଡାରେ ରହୁଥିଲେ । ଜଗବନ୍ଧୁ ଦେହୁରୀ ତାଙ୍କ ଘର ମାଲିକଙ୍କ ଦୋକାନରେ ସେ କାମ କରୁଥିଲେ । Advertisement
୧୦ ଫୁଟ ଲମ୍ବର ଅଜଗର ଉଦ୍ଧାର ଅନୁଗୁଳ – ଅନୁଗୁଳ ଜିଲ୍ଲା ମୂଷlପlପୁଲି ଗାଁ ର ବାଙ୍କନିଧି ପ୍ରଧାନଙ୍କ ବଗିଚାରେ ଥିବା କୂଅରୁ ଶୁକ୍ରବାର ଏକ ୧୦ ଫୁଟ ଲମ୍ବର ଅଜଗର ସାପ ଉଦ୍ଧାର…
ଉପ-ବାଚସ୍ପତିଙ୍କ ପୁଅ ଅରୁଣାଭଙ୍କୁ ଆକ୍ରମଣ ଉଦ୍ୟମ – ଦୁଇ ଅଟକ ଅନୁଗୁଳ – ଉପ-ବାଚସ୍ପତିଙ୍କ ପୁଅଙ୍କୁ ଆଜି ରାତି ପ୍ରାୟ ୧୦ ଟା ବେଳେ କିଛି ଦୁର୍ବୃତ୍ତ ଆକ୍ରମଣ ଉଦ୍ୟମ କରିଥିବା ଜଣା ପଡିଛି । ଆକ୍ରମଣ ଉଦ୍ୟମକାରୀ…
ବଅଁରପାଳ-ମହୀଧରପୁର ରାସ୍ତା ହେବ ୪ ଲାଇନ ବିଶିଷ୍ଟ ଅନୁଗୁଳ – ଅନୁଗୁଳ ଜିଲ୍ଲା ଦେଇ ଅତିକ୍ରମ କରିବ ଆଉ ଏକ ଜାତୀୟ ରାଜପଥ । ଏ ନେଇ ଆଜି ଜାତୀୟ ରାଜପଥ ଓ ପୂର୍ତ୍ତ ବିଭାଗ…