ଅପରାଧ ଗଛରେ ଝୁଲୁଛି ମହିଳାଙ୍କ ମୃତଦେହ – ହତ୍ୟା ଅଭିଯୋଗ Angul OnlineJune 25, 2021June 25, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ଗଡସନ୍ତ୍ରୀ ଶିବ ମନ୍ଦିର ପ୍ରାଙ୍ଗଣ ସ୍ଥିତ ଏକ ଚମ୍ପା ଗଛରେ ସକାଳେ ଜଣେ ମହିଳାଙ୍କ ମୃତଦେହ ଝୁଲୁଥିବା ଦେଖିବାକୁ ମିଳିଥିଲା । ସୂଚନା ମୁତାବକ ମହିଳା ଲିଜାରାଣୀ ଦାସ ଏବଂ ଗଡସନ୍ତ୍ରୀ ପାଟଣାସାହିରୁ ହୋଇଥିବା ବେଳେ ସେ ହଣ୍ଡପା ଥାନା ଅନ୍ତର୍ଗତ ବଡ଼ବର ଗ୍ରାମର ସୁରେଶ ଦାସଙ୍କୁ ୯ ବର୍ଷ ପୂର୍ବେ ବିବାହ କରିଥିଲେ । ଗତ କିଛି ମାସ ପୂର୍ବେ ସ୍ୱାମୀ ଓ ସ୍ତ୍ରୀ ଙ୍କ ମଧ୍ୟରେ ବଚସା ହୋଇଥିଲା । ଘର ଲୋକେ ବୁଝାସୁଝା କରିବା ପରେ ଘଟଣାର ସମାଧାନ ହୋଇଥିଲା । ତେବେ ଆଜି(ଶୁକ୍ରବାର) ଦିନ ୧୧ ଘଟିକା ସମୟରେ ଲିଜାଙ୍କ ମା ଦ୍ରୌପଦୀ ଦାସଙ୍କ ପାଖକୁ ମୃତ ଲିଜାଙ୍କ ଦିଅର ଫୋନ କରି , ତୁମ ଝିଅ ଗଡସନ୍ତ୍ରୀ ଗ୍ରାମ ଶିବ ମନ୍ଦିର ଠାରେ ଅଛି ଆସି କି ନେଇ ଯିବା ପାଇଁ କହିଥିଲେ । ଲିଜାଙ୍କ ମାଆ ଦ୍ରୌପଦୀ ସେଠାକୁ ଆସି ଲିଜାଙ୍କ ମୃତଦେହ ଏକ ଗଛରେ ଝୁଲୁଥିବା ଦେଖିବାକୁ ପାଇଥିଲେ । ଏହି ଘଟଣା ପରେ ଲିଜାଙ୍କୁ ହତ୍ୟା କରା ଯାଇଥିବା ଦ୍ରୌପଦୀ ବଅଁରପାଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ବଅଁରପାଳ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ତଦନ୍ତ କରୁଥିବା ଜଣାପଡିଛି । Advertisement
ମନ୍ଦିର ହୁଣ୍ଡି ଓ ଦୋକାନରୁ ଚୋରୀ ଅଭିଯୋଗରେ ଜଣେ ଗିରଫ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା ପୁଲିସ ମନ୍ଦିର ହୁଣ୍ଡି ଓ ଦୋକାନ ତାଲା ଭାଙ୍ଗି ଚୋରୀ କରିବା ଅଭିଯୋଗରେ ଜଣକୁ ଗିରଫ କରି…
୫ ବର୍ଷ ଶିଶୁକୁ ତଣ୍ଟି ଚିପି ହତ୍ୟା ଉଦ୍ୟମ ଘଟଣାରେ ଅଭିଯୁକ୍ତକୁ କାରାଦଣ୍ଡାଦେଶ ଅନୁଗୁଳ – ଅନୁଗୁଳ ଥାନା କୁମଣ୍ଡ ବେଲସୁଣ୍ଡା ଗ୍ରାମରେ ଦେଢ଼ ବର୍ଷ ତଳେ ଜଣେ ଶିଶୁ ପୁତ୍ରକୁ ହତ୍ୟା ଉଦ୍ୟମ ମାମଲାର ରାୟ ଗୁରୁବାର ସିଜେଏମ୍ କୋର୍ଟରେ…
ବିପୁଳ ପରିମାଣର ନକଲି ବିଦେଶୀ ମଦ ଠିପି ଓ ଲେବଲ ଜବତ ଅନୁଗୁଳ – ଅନୁଗୁଳ ସହର ଉପକଣ୍ଠ ରାଣୀଗୁଡା ରେ ଅବକାରୀ ବିଭାଗ ଓ କଟକ ଫ୍ଲାଇଙ୍ଗ ସ୍କ୍ବାର୍ଡର ମିଳିତ ଚଢ଼ାଉ ବେଳେ ବିପୁଳ ପରିମାଣର ବିଦେଶୀ ମଦ…