ଅପରାଧ ରାତ୍ର ଜଗୁଆଳଙ୍କ ଘରୁ ଚୋରି Angul OnlineJuly 17, 2022July 17, 2022 ଅନୁଗୁଳ – ଅନୁଗୁଳ ଉଚ୍ଚ ବିଦ୍ୟାଳୟରେ କାର୍ଯ୍ୟରତ ରାତ୍ର ଜଗୁଆଳ ସରୋଜ ମୁଖୀଙ୍କ ଘରାଉ ଚୋରି ହୋଇଥିବା ଅନୁଗୁଳ ଥାନାରେ ଅଭିଯୋଗ ହୋଇଛି । ଅନୁଗୁଳ ହୁଲୁରୁସିଂହା ଗାଁର ସରୋଜ ଅନୁଗୁଳ ଉଚ୍ଚ ବିଦ୍ୟାଳୟ ପଛପଟରେ ଥିବା ସରକାରୀ କ୍ଵାଟରରେ ରୁହନ୍ତି । ସେ ଥାନାରେ କରିଥିବା ଅଭିଯୋଗ ଅନୁସାରେ ସେ ଗତ କାଲି ଅନୁଗୁଳ ଉଚ୍ଚ ବିଦ୍ୟାଳୟର ରାତ୍ର ଜଗୁଆଳ ଭାବେ କାମ କରୁଥିଲେ । ତେବେ ଭୋର ଚାରିଟା ବେଳେ ସେ ସ୍କୁଲ ଚାରିପାଖ ବୁଲାବୁଲି କରିବା ବେଳେ ତାଙ୍କ କ୍ଵାଟରରୁ କେହି ଜିନିଷପତ୍ର ନେଇ ଦଉଡି ପଳାଇବାକୁ ଚେଷ୍ଟା କରୁଥିଲା । ସରୋଜ ତାକୁ ଧରିବାକୁ ଚେଷ୍ଟା କରିବା ବେଳେ ଚୋରା ଏକ ଡ୍ରେନରେ ପଡି ଖଣ୍ଡିଆ ଖାବରା ହୋଇ ଯାଇଥିଲା । ତାର ମୁଣ୍ଡରେ ଓ ହାତରେ ଆଘାତ ଲାଗିଥିବାରୁ ସେ ଆଉ ଯାଇ ପାରି ନଥିଲା । ସରୋଜ ତାକୁ କାବୁ କରିବା ସହ ପୁଲିସକୁ ସୂଚନା ଦେଲା ପରେ ପୁଲିସ ତାକୁ ଅଟକ ରଖି ପଚରା ଉଚୁରା କରିବା ପରେ କୋର୍ଟ ଚାଲାଣ କରିଛି । Advertisement
ବ୍ରାଉନସୁଗାର ଓ ଦେଶୀ ମଦ ଜବତ – ଦୁଇ ଗିରଫ ଅନୁଗୁଳ – ଅନୁଗୁଳ ଅବକାରୀ ବିଭାଗ ଦୁଇଟି ଭିନ୍ନ ଭିନ୍ନ ସ୍ଥାନରେ ଚଢାଉ କରିଥିବା ବେଳେ ଗୋଟିଏ ସ୍ଥାନରୁ ୨୨ ଗ୍ରାମ ବ୍ରାଉନ୍ସୁଗାର ଜବତ କରିବା ସହ…
ଘରେ ପଶି ଚୋରୀ କରୁଥିବା ବେଳେ ଧରା ପଡିଲା ଚୋର – ନିର୍ଧୂମ ଛେଚି ପୁଲିସର ଜିମା ଦେଲେ ଲୋକ ଅନୁଗୁଳ – ଘରେ ପଶି ଚୋରି କରୁଥିବା ବେଳେ ଧରା ପଡିଗଲା ଚୋର । ଆଉ ନିର୍ଧୁମ ମାଡ଼ ଖାଇବା ପରେ ପୁଲିସ ବାନ୍ଧି ନେଲା ଚୋରକୁ…
ସାମାନ୍ୟ ବଚସାରୁ ହତ୍ୟାକାଣ୍ଡ – ଠେଙ୍ଗା ମାଡ଼ରେ ଯୁବକ ମୃତ ଆଠମଲ୍ଲିକ – ସାମାନ୍ୟ ବଚସାରୁ ହତ୍ୟାକାଣ୍ଡ । ବଡବାପା ପୁଅର ଠେଙ୍ଗା ମାଡ଼ରେ ଯୁବକଙ୍କର ମୃତ୍ଯୁ ହୋଇଛି । ଏଭଳି ଘଟଣା ଅନୁଗୁଳ ଜିଲ୍ଲା ହଣ୍ଡପା ଥାନା…