ଆଞ୍ଚଳିକ ଗାଡି ଧକ୍କାରେ ଜଣେ ମୃତ Angul OnlineAugust 7, 2021August 7, 2021 ତାଳଚେର – ଅନୁଗୁଳ ଜିଲ୍ଲା ଗୋଡିବନ୍ଧ- ଏନଟିପିସି ରାସ୍ତାର ଶିବରାମପୁର ଛକ ନିକଟରେ ଅଜଣା ଟ୍ରକ୍ ଧକ୍କାରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ହେଲେ ଶିବରାମପୁର ଗ୍ରାମର ୨୩ ବର୍ଷୀୟ ଯୁବକ ଦୁଷ୍ମନ୍ତ ବେହେରା । ସୁଚନା ଅନୁସାରେ ଶିବରାମପୁର ଦୁଷ୍ମନ୍ତ ଜଣେ ଦିନ ମଜୁରିଆ ହୋଇଥିବା ବେଳେ ଆଜି କାମ ସାରି ଘରକୁ ଫେରୁଥିବା ବେଳେ ତାଙ୍କୁ କୌଣସି ଅଜଣା ଟ୍ରକ୍ ଧକ୍କା ଦେଇଥିଲା । ଗୁରୂତର ଅବସ୍ଥାରେ ଦୁଷ୍ମନ୍ତଙ୍କୁ ତାଳଚେର ଉପଖଣ୍ଡ ଚିକିତ୍ସାଳୟକୁ ପଠା ଯାଇଥିଲା । ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଘଟଣାକୁ ନେଇ ଉତ୍ତେଜନା ପରିସ୍ଥିତି ଦେଖା ଦେବା ସହ ଗାଁ ଲୋକ ଗୋଡ଼ିବନ୍ଧ-ଏନଟିପିସି ରାସ୍ତା ଅବରୋଧ କରି ବସିଥିଲେ । ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ସହ ଦୁର୍ଘଟଣା ଘଟାଇ ଥିବା ଗାଡ଼ିକୁ ଜବତ କରିଥିବା ସୂଚନା ମିଳିଛି । Advertisement
ମହାମହିମ ରାଜ୍ୟପାଳଙ୍କ ଅନୁଗୁଳ ଜିଲ୍ଲା ଗସ୍ତ ଅନୁଗୁଳ – ମହାମହିମ ରାଜ୍ୟପାଳ ଶ୍ରୀ ରଘୁବର ଦାସ ନିଜର କାର୍ଯ୍ୟଭାର ଗ୍ରହଣ କରିବା ପରେ ପ୍ରଥମ ଥର ପାଇଁ ଅନୁଗୁଳ ଜିଲ୍ଲା ଗସ୍ତ କରିଛନ୍ତି ।…
ସାବରମତି ଆଶ୍ରମ ଆଧୁନିକୀକରଣର ପ୍ରତିବାଦ ଅନୁଗୁଳ – ମହାତ୍ମା ଗାନ୍ଧୀଙ୍କ ସାବରମତୀ ଆଶ୍ରମକୁ ଗୁଜରାଟ ଓ ଭାରତ ସରକାର ଆଧୁନିକୀକରଣ ନାମରେ ଏକ ପର୍ଯ୍ୟଟନସ୍ଥଳୀରେ ପରିବର୍ତ୍ତିତ କରିବାକୁ ଯୋଜନା କରିଛନ୍ତି । ଯାହାକୁ…
ପାଠଶାଳା ଦେବ ନବମାଳତୀ ମେଧା ସମ୍ମାନ ଅନୁଗୋଳ – ସାମାଜିକ ଅନୁଷ୍ଠାନ ପାଠଶାଳା ୨୦୨୧ ମସିହାରେ ପ୍ରତିଷ୍ଠିତ ହୋଇଥିବା ବେଳେ ଏହି ଅନୁଷ୍ଠାନ ଶିକ୍ଷା ପାଇଁ ସମର୍ପିତ ଭାବ ରଖି ତାର କାର୍ଯ୍ୟ ଜାରି…