ଆଞ୍ଚଳିକ ଗାଡି ଧକ୍କାରେ ଜଣେ ମୃତ Angul OnlineAugust 7, 2021August 7, 2021 ତାଳଚେର – ଅନୁଗୁଳ ଜିଲ୍ଲା ଗୋଡିବନ୍ଧ- ଏନଟିପିସି ରାସ୍ତାର ଶିବରାମପୁର ଛକ ନିକଟରେ ଅଜଣା ଟ୍ରକ୍ ଧକ୍କାରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ହେଲେ ଶିବରାମପୁର ଗ୍ରାମର ୨୩ ବର୍ଷୀୟ ଯୁବକ ଦୁଷ୍ମନ୍ତ ବେହେରା । ସୁଚନା ଅନୁସାରେ ଶିବରାମପୁର ଦୁଷ୍ମନ୍ତ ଜଣେ ଦିନ ମଜୁରିଆ ହୋଇଥିବା ବେଳେ ଆଜି କାମ ସାରି ଘରକୁ ଫେରୁଥିବା ବେଳେ ତାଙ୍କୁ କୌଣସି ଅଜଣା ଟ୍ରକ୍ ଧକ୍କା ଦେଇଥିଲା । ଗୁରୂତର ଅବସ୍ଥାରେ ଦୁଷ୍ମନ୍ତଙ୍କୁ ତାଳଚେର ଉପଖଣ୍ଡ ଚିକିତ୍ସାଳୟକୁ ପଠା ଯାଇଥିଲା । ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଘଟଣାକୁ ନେଇ ଉତ୍ତେଜନା ପରିସ୍ଥିତି ଦେଖା ଦେବା ସହ ଗାଁ ଲୋକ ଗୋଡ଼ିବନ୍ଧ-ଏନଟିପିସି ରାସ୍ତା ଅବରୋଧ କରି ବସିଥିଲେ । ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ସହ ଦୁର୍ଘଟଣା ଘଟାଇ ଥିବା ଗାଡ଼ିକୁ ଜବତ କରିଥିବା ସୂଚନା ମିଳିଛି । Advertisement
ଦୁର୍ଘଟଣାରେ ଓକିଲ ଗୁରୁତର ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଅନ୍ତର୍ଗତ କୋଶଳା ତାରିଣୀ ପୀଠ ପାଖରେ ଶନିବାର ରାତିରେ ଏକ ଦୁର୍ଘଟଣା ଘଟିଛି । ଏଥିରେ ଥିବା ଚାଳକ…
ଜାତୀୟ ସ୍ବେଚ୍ଛାକୃତ ରକ୍ତଦାନ ଦିବସ ଅବସରରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ଅନୁଗୁଳ – ଜାତୀୟ ସ୍ବେଚ୍ଛାକୃତ ରକ୍ତଦାନ ଦିବସ ଅବସରରେ ରବିବାର ଅମଲାପଡ଼ାର ମା’ ବାସନ୍ତୀ ଦୁର୍ଗାପୂଜା ପଡ଼ିଆରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି ।…
ଗାଡିଆରେ ଭାସୁଛି ଅଜଣା ଶବ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ପଳାସବଣିଆ ଗ୍ରାମ ନିକଟସ୍ଥ ବରନାଳ ଚେକଡ୍ୟାମର ଏକ ଗାଡିଆରେ ମୃତଦେହ ଭାସୁଥିବା ଦେଖିବାକୁ ମିଳିଛି । ସୂଚନା ଅନୁସାରେ…