ଆଞ୍ଚଳିକ ଦୁର୍ଘଟଣାରେ ଓକିଲ ଗୁରୁତର Angul OnlineDecember 11, 2021December 11, 2021 ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଅନ୍ତର୍ଗତ କୋଶଳା ତାରିଣୀ ପୀଠ ପାଖରେ ଶନିବାର ରାତିରେ ଏକ ଦୁର୍ଘଟଣା ଘଟିଛି । ଏଥିରେ ଥିବା ଚାଳକ ଛେଣ୍ଡିପଦାର ବରିଷ୍ଠ ଆଇନଜୀବି ଲମ୍ବୋଦର ପ୍ରଧାନ ଗୁରୁତର ହୋଇଛନ୍ତି । ସୂଚନା ଅନୁସାରେ ଲମ୍ବୋଦର ଆଜି ଅନୁଗୁଳରୁ ନିଜ ଘର ଛେଣ୍ଡିପଦାକୁ ଫେରୁଥିବା ସମୟରେ କୋଶଳା ତାରେଣୀ ଛକ ନିକଟରେ ଖରାପ ଅବସ୍ଥାରେ ଏକ ଟ୍ରକ୍ ଛିଡା ହୋଇଥିଲା । ଏହୋଇ ଟ୍ରକଟିକୁ ଲମ୍ବୋଦାର ଦେଖି ପାରି ନଥିବା ବେଳେ ଭାରସାମ୍ୟ ହରାଇ କାରଟି ଟ୍ରକକୁ ପଛପଟୁ ଧକ୍କା ଦେଇଥିଲା । ଫଳରେ ଲମ୍ବୋଦର ପ୍ରଧାନ ଆହାତ ହେବା ସହ ଗାଡିରେ ଏୟାର ବେଲୁନ ଥିବା ଯୋଗୁଁ ଅଳ୍ପକେ ବର୍ତ୍ତୀ ଯାଇଛନ୍ତି । ତାଙ୍କୁ ଗୁରୁତର ଅବସ୍ଥାରେ ଥିବା ଦେଖି ପାତ୍ରପଡା ଗ୍ରାମର ଦୀପକ କୁମାର ସାହୁ ତାଙ୍କୁ ଛେଣ୍ଡିପଦା ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଇଥିଲେ । ଏବେ ତାଙ୍କର ସ୍ୱାସ୍ଥ୍ୟବସ୍ଥା ଠିକ୍ ଅଛି ବୋଲି ଡାକ୍ତର ପ୍ରକାଶ କରିଛନ୍ତି । Advertisement
ସ୍ୱାସ୍ଥ୍ୟ ଠିକା କର୍ମଚାରୀ କରିବେ ଆନ୍ଦୋଳନ ଅନୁଗୁଳ – ଅନୁଗୁଳ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଥିବା ସଦଭାବନା ଗୃହ ଠାରେ ଓଡିଶା ସ୍ବାସ୍ଥ୍ୟ ଠିକା କର୍ମଚାରି ସଂଘ ଅନୁଗୁଳ ଶାଖାର ସାଧାରଣ ପରିଷଦ ବୈଠକ…
ବିୟର କ୍ୟାନରେ ପଶିଗଲା ଢାମଣା ସାପ ଅନୁଗୁଳ – ବିୟର କ୍ୟାନରେ ପଶିଗଲା ଢାମଣା ସାପ । ଖବର ପାଇ ସ୍ନେକ ହେଲ୍ପ ଲାଇନର ସଦସ୍ୟ ପହଞ୍ଚି ସାପକୁ ଉଦ୍ଧାର କଲେ । ଏଭଳି…
ଦୁର୍ଘଟଣାରେ କାର ଉପରକୁ ଛିଟିକି ଜଣେ ମୃତ , ଜଣେ ଗୁରୁତର ଅନୁଗୁଳ – ଜାତୀୟ ରାଜପଥ ୫୫ରେ ମୋଟରସାଇକେଲ ଓ କାର ମଧ୍ୟରେ ମୁହାଁମୁହିଁ ଧକ୍କାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ନେ ଜଣେ ଗୁରୁତର ହୋଇଛନ୍ତି ।…