ମୁଖ୍ୟ ଖବର ତାଳଚେରକୁ ସ୍ୱତନ୍ତ୍ର ଜିଲ୍ଲା ଦାବିରେ ଭୁବନେଶ୍ୱରରେ ଧାରଣା Angul OnlineFebruary 22, 2023February 22, 2023 ଭୁବନେଶ୍ବର – ତାଳଚେରକୁ ଜିଲ୍ଲା ଘୋଷଣା ଦାବି ଜୋର୍ ଧରିଛି । ତାଳଚେର ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ବିଧାନସଭା ଆଗରେ ଧାରଣା ଦିଆଯାଇ ତାଳଚେରକୁ ତୁରନ୍ତ ଜିଲ୍ଲା ଘୋଷଣା କରିବାକୁ ଦାବି କରାଯାଇଛି । ଏହା ସହିତ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ଏପରିକି ତାଳଚେରକୁ ଜିଲ୍ଲା ଘୋଷଣା କରା ନଗଲେ ଭବିଷ୍ୟତରେ ଆନ୍ଦୋଳନାତ୍ମକ ପରିସ୍ଥିତି ସୃଷ୍ଟି ହେବ ବୋଲି ଚେତାବନୀ ଦିଆଯାଇଛି । ତାଳଚେରକୁ ଜିଲ୍ଲା ଘୋଷଣା କରିବାକୁ ଦୀର୍ଘ ଦିନ ହେଲା ଦାବି ହୋଇଆସୁଛି । ଏଥିପାଇଁ ତାଳଚେର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଦେଢ଼ ମାସ ଧରି ଶାନ୍ତିପୂର୍ଣ୍ଣ ଗଣଧାରଣା ଦିଆଯାଇଥିଲା । ଶେଷରେ ଏହି ଆନ୍ଦୋଳନ ଭୁବନେଶ୍ବରରେ ପହଞ୍ଚିଛି । କ୍ରିୟାନୁଷ୍ଠାନ କମିଟି ସଦସ୍ୟଙ୍କ ସମେତ ତାଳଚେରବାସୀ ଆଜି ବିଧାନସଭା ସମ୍ମୁଖରେ ଧାରଣା ଦେଇଛନ୍ତି । ପରେ ନବୀନ ନିବାସକୁ ଯାଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଓଏସ୍ଡି ରୀତାରାଣୀ ମହାପାତ୍ରଙ୍କୁ ସ୍ମାରକପତ୍ର ଦିଆଯାଇଛି । ଏଥିରେ ଦର୍ଶାଯାଇଛି ଯେ ୧୯୯୩ରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ତାଳଚେର ରାଜ୍ୟର ୩୧ ନମ୍ବର ଜିଲ୍ଲା ହେବ ବୋଲି ଏକ ଭରା ସଭାରେ ଘୋଷଣା କରିଥିଲେ । ବିଭିନ୍ନ ସମୟରେ ଅଞ୍ଚଳବାସୀ ସରକାରଙ୍କୁ ଏହା ମନେ ପକାଇ ଦେଇଛନ୍ତି । କିନ୍ତୁ ସରକାର ତାଳଚେରକୁ ଜିଲ୍ଲା ଘୋଷଣା କରିବା ନେଇ କୌଣସି ପ୍ରକ୍ରିୟା ଆରମ୍ଭ କରି ନାହାନ୍ତି । ତାଳଚେର, ପାଳଲହଡ଼ା ଓ ପର୍ଜଙ୍ଗ ଅଞ୍ଚଳକୁ ନେଇ ସରକାର ସ୍ୱତନ୍ତ୍ର ତାଳଚେର ଜିଲ୍ଲା ଘୋଷଣା କରନ୍ତୁ ବୋଲି ଦାବି କରାଯାଇଛି । ତାଳଚେରରୁ ରାଜ୍ୟ ଓ କେନ୍ଦ୍ର ସରକାର ଅଧିକ ରାଜସ୍ୱ ପାଉଥିବାବେଳେ ଏ ଅଞ୍ଚଳର ଠିକ୍ ଭାବେ ଉନ୍ନତି ହୋଇପାରି ନାହିଁ । ପାଳଲହଡ଼ା ଓ ପର୍ଜଙ୍ଗ ଅଞ୍ଚଳରୁ ଜିଲ୍ଲା କାର୍ଯ୍ୟାଳୟ ଅଧିକ ଦୂରତା ହୋଇଥିବାରୁ ଅଞ୍ଚଳବାସୀ ଠିକ୍ ଭାବରେ ପ୍ରଶାସନିକ ସେବା ପାଇ ପାରୁ ନ ଥିବାରୁ ତାଳଚେର ଜିଲ୍ଲା ହେଲେ ଲୋକମାନଙ୍କୁ ଉପଯୁକ୍ତ ସେବା ମିଳିବ ବୋଲି ତାଳଚେର ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ କୁହା ଯାଇଛି । Advertisement
ସରକାରୀ ବାବୁଙ୍କ ଘରେ ଭିଜିଲାନ୍ସ – ମିଳିଲା ପୁଳାପୁଳା ଟଙ୍କା ଅନୁଗୁଳ – ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଭୁବନେଶ୍ୱର ସ୍ଥିତ ଗ୍ରାମ୍ୟ ଉନ୍ନୟନ ବିଭାଗର ମୁଖ୍ୟ ଯନ୍ତ୍ରୀ ବୈକୁଣ୍ଠ ନାଥ ଷଡ଼ଙ୍ଗୀଙ୍କ ଘରେ ଭିଜିଲାନ୍ସ ରେଡ଼…
କାର ଧକ୍କାରେ ବର୍ଷିଆନ ସାହିତ୍ୟିକଙ୍କ ମୃତ୍ୟୁ ଅନୁଗୁଳ – ଅନୁଗୁଳ ଜିଲ୍ଲା ପାଲଲହଡା ଥାନା ଅନ୍ତର୍ଗତ ଖମାର କଲେଜ ନିକଟରେ ଏକ କାର ଧକ୍କାରେ ସାଇକେଲରେ ଯାଉଥିବା ଜଣେ ବର୍ଷିଆନ ସାହିତ୍ୟିକଙ୍କ ମୃତ୍ୟୁ ହୋଇଛି…
୪ ଡକାୟତ ଗିରଫ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ପୁଲିସ ୪ ଡ଼କାୟତଙ୍କୁ ଗିରଫ କରିଛି । ଏହି ଚାରିଜଣ ଡକାୟତଙ୍କୁ ପୁଲିସ ଗିରଫ କରିବାସହ ତାଙ୍କଠାରୁ ୨୧ହଜାର ଟଙ୍କା…