ଅପରାଧ ଘର ମାଲିକଙ୍କୁ ମାଉଜର ଓ ଭୁଜାଲିରେ ଆକ୍ରମଣ କରି ଲୁଟ Angul OnlineFebruary 22, 2023February 22, 2023 ତାଳଚେର – ଅନୁଗୋଳ ଜିଲ୍ଲା ତାଳଚେର ବନମାଳିପୁର ଗାଁରେ ସଶସ୍ତ୍ର ଡକାୟତି ହୋଇଛି । ଭୁଜାଲି ଓ ବନ୍ଧୁକ ଦେଖାଇବା ସହ ଘର ମାଲିକଙ୍କୁ ଭୁଜାଲିରେ ଆକ୍ରମଣ କରି ଟଙ୍କା ସୁନା ଲୁଟି ନେଇଛନ୍ତି ଦୁର୍ବୃତ୍ତ । ସୂଚନା ଅନୁସାରେ ଆଜି ସନ୍ଧ୍ୟା ପ୍ରାୟ ୮ ଟା ବେଳେ ଗାଁର କାଠିଆ ସାହୁ ଓ ତାଙ୍କ ପତ୍ନୀ ଘରେ ଥିବା ବେଳେ ତିନି ଜଣ ଦୁର୍ବୃତ୍ତ ଘର ଆଗକୁ ଆସି ପାଣି ମାଗିଥିଲେ । ପାଣି ପିଇବା ବାହାନାରେ କାଠିଆଙ୍କୁ ଘର ନିର୍ମାଣ କାମ କଥା ବୁଝାବୁଝି କରି ଘର ଭିତରକୁ ପଶି ଯାଇଥିଲେ । ଆଉ ହଠାତ ଭୁଜାଲି ଓ ବନ୍ଧୁକ ଦେଖାଇ କାଠିଆ ଏବଂ ତାଙ୍କ ପତ୍ନୀଙ୍କୁ ଭୟଭୀତ କରି ଟଙ୍କା ସୁନା ମାଗିଥିଲେ । କାଠିଆ ପ୍ରତିବାଦ କରିବାରୁ କାଠିଆଙ୍କ ମୁଣ୍ଡ ଓ ହାତକୁ ଭୁଜାଲିରେ ଆକ୍ରମଣ କରିବା ସହ ତାଙ୍କ ପତ୍ନୀଙ୍କୁ ମଧ୍ୟ ମାଡ଼ ମାରିଥିଲେ । ପରେ ଘରେ ଥିବା ଟଙ୍କା ନେବା ସହ କାଠିଆଙ୍କ ସ୍ତ୍ରୀଙ୍କ ବେକରେ ଥିବା ମଙ୍ଗଳସୁତ୍ର ନେଇ ଚମ୍ପଟ ମାରିଥିଲେ । ଗଲା ବେଳକୁ ସେମାନେ ସେମାନଙ୍କ ଭୁଜାଲି ଓ ପିସ୍ତଲ ଛାଡି ପଳାଇଥିବା ଜଣା ପଡ଼ିଛି । ଖବର ପାଇ ତାଳଚେର ପୁଲିସ ଘଟଣା ସ୍ଥଳରେ ପହଞ୍ଚି କାଠିଆଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରି ତଦନ୍ତ କରୁଛି । Advertisement
ଦୋକାନୀଙ୍କୁ ଧମକାଇ ଲୁଟେରା ଲୁଟିନେଲେ ୭୦ ହଜାର ଟଙ୍କା ଅନୁଗୁଳ – କିଛି ଦିନ ତଳେ ଅନୁଗୁଳ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଲୁଟ କରୁଥିବା ଏକ ଲୁଟେରା ଗ୍ଯାଙ୍ଗକୁ ଅନୁଗୁଳ ପୁଲିସ ଗିରଫ କରି କୋର୍ଟ ଚାଲାଣ…
କୂଅ ଭିତରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର ଅନୁଗୁଳ – ଅନୁଗୁଳ ଜିଲ୍ଲା ଜରପଡା ଥାନା ଅମାନ୍ତପୁର ଗାଁର ଏକ କୂଅ ଭିତରୁ ଯୁବକର ମୃତଦେହ ଉଦ୍ଧାର । ମୃତ ଯୁବକଙ୍କ ପରିଚୟ ମିଳିପାରି ନଥିବା…
କଟକଣା ଭାଙ୍ଗି ବିବାହ – ୨୦ ହଜାର ଜୋରିମନା , ଗରିବଙ୍କୁ ବାଣ୍ଟି ଦିଆଗଲା ଖାଦ୍ୟ ଅନୁଗୁଳ – ଅନୁଗୁଳ ଜିଲ୍ଲା ତାଳଚେର ଗୁରୁଜାଙ୍ଗ ଗାଁରେ କୋଭିଡ କଟକଣା ଉଲ୍ଲଘଂନ କରି ଏକ ବିବାହ ଭୋଜିର ଆୟୋଜନ ଚାଲିଥିବା ବେଳେ ଖବର ପାଇ ପ୍ରଶାସନ…