ପାୱାର କଟ ଯୋଗୁଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀ ହେଲେ ହନ୍ତସନ୍ତ – ସାମାନ୍ୟ ରକ୍ତ ପରୀକ୍ଷା ନ କରିପାରି ଫେରିଲେ ରୋଗୀ

ଅନୁଗୁଳ – ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅବ୍ୟବସ୍ଥା । ପାୱାର କଟ ହେଲେ ଭଗବାନଙ୍କ ଭରସାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆସୁଥିବା ରୋଗୀ । ପାୱାର କଟ ଯୋଗୁଁ ରକ୍ତ ପରୀକ୍ଷା ମଧ୍ୟ ହୋଇ ପାରୁ ନାହିଁ ।

ସୂଚନା ଅନୁସାରେ, ବିଦ୍ୟୁତ ବିଭାଗ ପକ୍ଷରୁ ମରାମତି ପାଇଁ ଆଜି ସକାଳ ୮ ଘଟିକା ରୁ ଅପରାହ୍ନ ୫ ଘଟିକା ପର୍ଯ୍ୟନ୍ତ ସାରା ଅନୁଗୁଳ ସହରରେ ବିଦ୍ୟୁତ୍ ସେବା ବନ୍ଦ ହୋଇଥିଲା । ଯାହାର ସିଧାସଳଖ ପ୍ରଭାବ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପଡିଥିବା ଦେଖଗିବାକୁ ମିଳିଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବିଦ୍ୟୁତ୍ ପାୱାର କଟ ହେଲେ କୌଣସି ବିକଳ୍ପ କରାଯାଇ ନାହିଁ । ଯେଉଁଥିପାଇଁ ରୋଗୀଙ୍କ ରକ୍ତ ପରୀକ୍ଷା ଏବଂ ଫିଜିଓଥେରାପି ବନ୍ଦ ହୋଇ ଯାଇଥିଲା । ଦୂର ଦୂରାନ୍ତରୁ ଆସି ରକ୍ତ ପରୀକ୍ଷା ନ କରି ପାରି ନିରାଶ ହୋଇ ରୋଗୀ ଫେରିଥିଲେ । ସେହିପରି ଫିଜିଓଥାରାପି ପାଇଁ ଲାଗିଥିବା ଅତ୍ୟାଧୁନିକ ମେସିନ ମଧ୍ୟ ବିଦ୍ୟୁତ ସେବା ବିଛିନ୍ନ ଜୋଫୁଂ କାର୍ଯ୍ୟକାରୀ ହୋଇ ପାରି ନଥିଲା । ଏପରିକି ଡାକ୍ତରଖାନାର କିଛି କରିଡର ଓ ରୁମ ସମ୍ପୂର୍ଣ୍ଣ ଅନ୍ଧାରରେ ରହିଥିବା ଦେଖିବାକୁ ମିଳିଥିଲା ।

କିଛି ଦିନ ତଳେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ମେଡିକାଲ କଲେଜର ମାନ୍ୟତା ପାଇଁ ମେଡିକାଲ ପାଠ ପଢିବା ପାଇଁ ଛାତ୍ରଛାତ୍ରୀ ମାନଙ୍କୁ ଗତ କାଲି ସ୍ଵାଗତ ମଧ୍ୟ କରାଯାଇଛି। କିନ୍ତୁ ଆଜି ଏ ବ୍ୟବସ୍ଥା ପାଇଁ ରୋଗୀ ନିନ୍ଦା ପ୍ରକାଶ କରୁଛନ୍ତି । ପାୱାର କଟ ହେଲେ କୌଣସି ବିକଳ୍ପ ବ୍ୟବସ୍ଥା କାହିଁକି କରାଯାଇନାହିଁ ବୋଲି ପ୍ରଶ୍ନ କରିଛନ୍ତି ବୁଦ୍ଧିଜିବୀ ।

Advertisement

Leave a Reply

Your email address will not be published. Required fields are marked *

You cannot copy content of this page