ମୁଖ୍ୟ ଖବର ଅନୁଗୁଳ ଜିଲ୍ଲାରେ ପେଟ୍ରୋଲର ଶତକ Angul OnlineJune 21, 2021June 21, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ପ୍ରଥମ ଥର ପେଟ୍ରୋଲ ଦାମ ତିନି ଅଙ୍କ ସ୍ପର୍ଶ କରିଛି । ଆକାଶ ଛୁଆଁ ତୈଳଦର ବୃଦ୍ଧିକୁ ନେଇ ସାଧାରଣ ଜନତା ଅସ୍ତବ୍ୟସ୍ତ ହୋଇଛନ୍ତି । ସାରା ଦେଶ ଓ ରାଜ୍ୟରେ ତୈଳ ଦର ବୃଦ୍ଧି ଯୋଗୁଁ ଏକ ପ୍ରକାର ଅସନ୍ତୋଷର ମାହୋଲ ଥିବା ବେଳେ ଖୋଦ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଜିଲ୍ଲାରେ ପେଟ୍ରୋଲ ଦର ୧୦୦ ଟଙ୍କାରେ ପହଞ୍ଚିଛି । ଗତକାଲି ଠାରୁ ଆଠମଲ୍ଲିକରେ ପେଟ୍ରୋଲ ଦର ୧୦୦ ଟଙ୍କା ୩ ପଇସା ହୋଇଛି । ପେଟ୍ରୋଲ ଦରର ଏଭଳି ବୃଦ୍ଧି ଫଳରେ ଗାଡି ଚାଳକଙ୍କ ଚିନ୍ତା ବଢିଯାଇଛି । କରୋନା କାଳରେ ଏଭଳି ଦର ବୃଦ୍ଧି ବୋଝ ଉପରେ ନଳିତା ବିଡା ସଦୃଶ ବୋଲି ଲୋକେ କହିଛନ୍ତି । Advertisement
ଗୋଟିଏ ପଟେ ଦନ୍ତା ନେଲା ଜୀବନ ଅନ୍ୟପଟେ ଦନ୍ତାର ମୃତ୍ୟୁ ଅନୁଗୁଳ – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବନାଞ୍ଚଳରେ ନରହନ୍ତା ଦନ୍ତା ହାତୀର ଉପଦ୍ରବ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଏହି ନରହନ୍ତା ଦନ୍ତା ହାତୀ…
ବିଧାୟକଙ୍କ କ୍ୟାମ୍ପ ଅଫିସ ଗେଟରେ ବୋମା – ନିଷ୍କ୍ରିୟ କଲା ପୁଲିସ ତାଳଚେର – ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନଙ୍କ ଭରତପୁରସ୍ଥିତ କ୍ୟାମ୍ପ ଅଫିସ ଆଗରେ ଥିବା ଟାଇମ ବୋମାକୁ ନିଷ୍କ୍ରିୟ କରିଛି ବୋମା ନିଷ୍କ୍ରିୟକାରୀ ଦଳ ।…
ତିନି ନମ୍ୱର୍ ଜୋନ୍ ଜିଲ୍ଲା ପରିଷଦ ସଭ୍ୟ ଦେଲେ ଇସ୍ତଫା ଅନୁଗୁଳ – ଅନୁଗୁଳ ତିନି ନମ୍ୱର୍ ଜୋନ୍ ଜିଲ୍ଲା ପରିଷଦ ସଭ୍ୟ ପ୍ରିୟଦର୍ଶୀ ପଟ୍ଟନାୟକ (ବାବୁ ପଟ୍ଟନାୟକ) ଶୁକ୍ରବାର ହଠାତ୍ ଜିଲ୍ଲା ପରିଷଦ ସଭ୍ୟ ପଦରୁ ଇସ୍ତଫା…