ମୁଖ୍ୟ ଖବର ଅନୁଗୁଳ ଜିଲ୍ଲାରେ ପେଟ୍ରୋଲର ଶତକ Angul OnlineJune 21, 2021June 21, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ପ୍ରଥମ ଥର ପେଟ୍ରୋଲ ଦାମ ତିନି ଅଙ୍କ ସ୍ପର୍ଶ କରିଛି । ଆକାଶ ଛୁଆଁ ତୈଳଦର ବୃଦ୍ଧିକୁ ନେଇ ସାଧାରଣ ଜନତା ଅସ୍ତବ୍ୟସ୍ତ ହୋଇଛନ୍ତି । ସାରା ଦେଶ ଓ ରାଜ୍ୟରେ ତୈଳ ଦର ବୃଦ୍ଧି ଯୋଗୁଁ ଏକ ପ୍ରକାର ଅସନ୍ତୋଷର ମାହୋଲ ଥିବା ବେଳେ ଖୋଦ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଜିଲ୍ଲାରେ ପେଟ୍ରୋଲ ଦର ୧୦୦ ଟଙ୍କାରେ ପହଞ୍ଚିଛି । ଗତକାଲି ଠାରୁ ଆଠମଲ୍ଲିକରେ ପେଟ୍ରୋଲ ଦର ୧୦୦ ଟଙ୍କା ୩ ପଇସା ହୋଇଛି । ପେଟ୍ରୋଲ ଦରର ଏଭଳି ବୃଦ୍ଧି ଫଳରେ ଗାଡି ଚାଳକଙ୍କ ଚିନ୍ତା ବଢିଯାଇଛି । କରୋନା କାଳରେ ଏଭଳି ଦର ବୃଦ୍ଧି ବୋଝ ଉପରେ ନଳିତା ବିଡା ସଦୃଶ ବୋଲି ଲୋକେ କହିଛନ୍ତି । Advertisement
ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ମହିଳାଙ୍କ ଆତ୍ମହୁତି ଉଦ୍ୟମ – ଦେଢଶୁର ଜମି ଛଡାଇ ନେଇଥିବା ଅଭିଯୋଗ ଅନୁଗୁଳ – ଆଜି (୨୫ ତାରିଖ) ଅନୁଗୁଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜଣେ ବିଧବା ମହିଳା ଆତ୍ମହୁତି ଉଦ୍ୟମ କରିଛନ୍ତି । କିରୋସିନ ଢାଳି ନିଜ ଦେହରେ…
ଆବର୍ଜନା ଗଦା କରିବାରୁ ଦୁଇ ଦୋକାନ ସିଲ କଲା ପ୍ରଶାସନ ଅନୁଗୁଳ – ଦୋକାନ ଆଗରେ ଆବର୍ଜନା କରୁଥିବା ଯୋଗୁଁ ଆଜି ଦୁଇଟି ଦୋକାନକୁ ଅନୁଗୁଳ ପ୍ରଶାସନ ପକ୍ଷରୁ ସିଲ କରାଯାଇଛି । ସୂଚନା ଅନୁସାରେ ବସଷ୍ଟାଣ୍ଡରୁ କାଞ୍ଚନ…
ହାତୀ ଆକ୍ରମଣରେ ମୃତ୍ୟୁ ହେଲେ ମିଳିବ ୧୦ ଲକ୍ଷ – ନବମାଳତୀ ସ୍ମୃତି ପୀଠ ପାଇଁ ଯାହା ଟଙ୍କା ଅବଶ୍ୟକ ଦିଆଯିବ – ମୁଖ୍ୟମନ୍ତ୍ରୀ ଅନୁଗୁଳ – ଆଜିଠାରୁ ଆରମ୍ଭ ହୋଇଛି ଅନୁଗୁଳ ମହୋତ୍ସବ । ମୁଖ୍ୟମନ୍ତ୍ରୀ ମହୋନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି ମହୋତ୍ସବର ଉଦଘାଟନ…