ମୁଖ୍ୟ ଖବର କୋଇଲା ଟ୍ରେନ ହେଲା ଲାଇନଚ୍ୟୁତ – ଜଣେ ମୃତ Angul OnlineSeptember 3, 2021September 3, 2021 ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ଜଗନ୍ନାଥ କୋଇଲା ଖଣି ସାଇଡିଂ ନିକଟରେ କୋଇଲା ଟ୍ରେନ ଲାଇନଚ୍ୟୁତ । ଫଳରେ ଟ୍ରେନରେ ଚାପି ହୋଇ ଜଣଙ୍କର ମୃତ୍ୟୁ ହୋଇ ଯାଇଥିବା ବେଳେ ଟ୍ରାକ କାମ କରୁଥିବା ୧୮ ଜଣ ଶ୍ରମିକ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ସୂଚନା ଅନୁସାରେ ଭରତପୁର ଖଣିରୁ କୋଇଲା ଲୋଡ଼କରି ଏକ ମାଲବାହୀ ଟ୍ରେନ ତାଳଚେର ଷ୍ଟେସନକୁ ଆସୁଥିବା ବେଳେ ଜଗନ୍ନାଥ କୋଇଲାଖଣିର ୧ନମ୍ବର ସାଇଡିଂ ଠାରେ ଲାଇନଚୁତ ହୋଇ ଗୋଟିଏ ପଟକୁ ମାଡିଯିବା ଫଳରେ ସେଠାରେ ଟ୍ରେନ ଟ୍ରାକ କାର୍ଯ୍ୟ କରୁଥିବା ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି । ମୃତ ଶ୍ରମିକ ଜଣକ ହେଲେ ନବରଙ୍ଗପୁର ଅଞ୍ଚଳର ରଘୁନାଥ ଗଉଡ଼ ବୋଲି ଜଣାପଡିଛି । ସେଠାରେ ଟ୍ରାକ କାର୍ଯ୍ୟ କରୁଥିବା ୧୮ ଜଣ ଶ୍ରମିକ ଦଉଡି ପଳାଇଥିଲେ ହେଲେ ଜଣେ ଶ୍ରମିକ ଟ୍ରେନ ବଗିରେ ଚାପି ହୋଇ ଯାଇଥିଲେ । ଫଳରେ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ଘଟଣା ସ୍ଥଳରେ କଲିୟରି ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରି ଘଟଣାର ଅଧିକ ତଦନ୍ତ କରୁଛି । ରେଳବିଭାଗର ଅଧିକାରୀମାନେ ପହଞ୍ଚି କେଉଁ ପରିସ୍ଥିତିରେ ଟ୍ରେନଟି ଲାଇନଚୁତ ହେଲା ତାହାର ତଦନ୍ତ କରିଛନ୍ତି । Advertisement
କଲରାପତରିଆ ବାଘ ଆକ୍ରମଣରେ ଦୁଇଜଣ ଆହତ ଅନୁଗୋଳ – ଅନୁଗୋଳ ଜିଲ୍ଲା ବନ୍ତଳା ରେଞ୍ଜ୍ କୃଷ୍ଣଚକ୍ରଗଡରେ ବାଘ ଆକ୍ରମଣରେ ଦୁଇ ଗୁରୁତର ହୋଇଥିବା ଜଣା ପଡିଛି । ସୂଚନା ଅନୁସାରେ , କୃଷ୍ଣଚକ୍ରଗଡ ଗ୍ରାମର…
ଦୁଇ ହତ୍ୟା ଅଭିଯୁକ୍ତଙ୍କୁ ଫାଶୀ ଦଣ୍ଡାଦେଶ ଅନୁଗୁଳ – ଦୁଇ ହତ୍ୟା ଅଭିଯୁକ୍ତଙ୍କୁ ଫାଶୀ ଦଣ୍ଡାଦେଶ । ଦଣ୍ଡାଦେଶ ଦେଲେ ଆଠମଲ୍ଲିକ ଅତିରିକ୍ତ ଜିଲ୍ଲା ଦୌରାଜଜ୍ । ୧୦/୧୦/୨୦୧୭ ମସିହାରେ ଏହି ଟ୍ରିପଲ ମଡର…
ଦୁର୍ଘଟଣାରେ ଦୁଇ ଜଣଙ୍କ ମୃତ୍ଯୁ ହୋଇଥିବା ବେଳେ ସାତ ଗୋରୁଙ୍କ ମଧ୍ଯ ମୃତ ଅନୁଗୋଳ – ଅନୁଗୋଳ ଜିଲ୍ଲାରେ ଆଜି ଭିନ୍ନ ଭିନ୍ନ ସ୍ଥାନରେ ଦୁର୍ଘଟଣା ଘଟି ଦୁଇ ଜଣଙ୍କ ମୃତ୍ଯୁ ହୋଇଥିବା ବେଳେ ସାତ ଗୋରୁଙ୍କ ମଧ୍ଯ ମୃତ୍ଯୁ…