ଅନୁଗୁଳ – ସାଇବର ଲୁଟେରା ଠକିନେଲେ ଲକ୍ଷାଧିକ ଟଙ୍କା । ଥାନାରେ ଅଭିଯୋଗ ପରେ ୨୪ ଘଣ୍ଟା ମଧ୍ୟରେ କେଶ ଡିଟେକସନ କରିବା ସହ ୪୮ ଘଣ୍ଟା ମଧ୍ୟରେ ୪ ଜଣ ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଛି ଅନୁଗୁଳ ପୁଲିସ ।

ସୂଚନା ଅନୁସାରେ ଗତ ଡିସେମ୍ବର ୮ ତାରିଖରେ ଜଣେ ଅଭିଯୋଗକାରୀ ଅନୁଗୁଳ ସାଇବର ଥାନାରେ ଅଭିଯୋଗ କରିଥିଲେ ଯେ ଟ୍ରେଡିଂ ଆପ ଜରିଆରେ ତାଙ୍କ ଆକାଉଣ୍ଟରୁ ୧୨ ଲକ୍ଷ ୫୬ ହଜାର ଟଙ୍କା ଠକେଇ ହୋଇଥିଲା । ଏହି ଘଟଣାରେ ପୁଲିସ ତୁରନ୍ତ ତତ୍ପରତା ଦେଖାଇଥିଲା । ମୋବାଇଲ ନମ୍ବର ଟ୍ରାକ କରି ୨୪ ଘଣ୍ଟା ମଧ୍ୟରେ ଅଭିଯୁକ୍ତ ମାନଙ୍କୁ ଠାବ କରିବା ସହ ନୟାଗଡରେ ଚଢ଼ାଉ କରି ୪୮ ଘଣ୍ଟା ମଧ୍ୟରେ ୪ ଜଣଙ୍କୁ ଗିରଫ କରିଥିଲା ।
ଗିରଫ ଅଭିଯୁକ୍ତ ମାନେ ହେଲେ ଜ୍ୟୋତି ନାଏକ , ପ୍ରତାପ ନାଏକ , ରାମଚନ୍ଦ୍ର ମୁଦୁଲି ଏବଂ ଦିବ୍ୟ ରଞ୍ଜନ ଜେନା । ଏମାନେ ସବୁ ସରଣକୁଳ ଥାନା ଅଞ୍ଚଳର ବାସିନ୍ଦା । ସେମାନଙ୍କ ନିକଟରୁ ୬୯ ହଜାର ନଗଦ ଟଙ୍କା ସହ ଅନେକ ଏ ଟି ଏମ୍ କାର୍ଡ଼ , ମୋବାଇଲ ଆଦି ଜବତ କରାଯାଇଛି । ଏହି ଅଭିଯୁକ୍ତ ମାନେ ପୂର୍ବରୁ ଅନେକ ମାମଲାରେ ସମ୍ପୃକ୍ତ ଥିବା ଜଣା ପଡ଼ିଛି । ଏମାନେ ଟେଲିଗ୍ରାମ ଜରିଆରେ ପ୍ରଲୋଭନ ଦେଖାଇ ଠକେଇ କରିଥିଲେ ।

