ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ବାଘୁଆବୋଲ ଏବଂ ନବମିଶ୍ର କଲୋନୀ ଏରିଆରେ ହୋଇଥିବା ଦୁଇଟି ଡକାୟତି ଘଟଣାରେ ପୁଲିସ ଏକ ୮ ଜଣିଆ ଡକାୟତ ଗ୍ୟାଙ୍ଗକୁ ଗିରଫ କରିଛି । ଏହି ଡକାୟତ ମାନେ ସେହି ଅଞ୍ଚଳର ଦୁଇଟି ସ୍ଥାନରେ ଡକାୟତି କରିଥିବା ବେକେ ଆଉ ଗୋଟିଏ ଉଦ୍ୟମ କରିଥିଲେ ।

ସୂଚନା ଅନୁସାରେ ଗତ ୫ ତାରିଖରେ ତାଳଚେର ବାଘୁଆବୋଲ ଏବଂ ନବମିଶ୍ର କଲୋନୀ ଅଞ୍ଚଳରେ ଏକ ସିରିଜ ଲୁଟ ହୋଇଥିଲା । ଲୁଟେରା ମାନେ ଖେଳନା ବନ୍ଧୁକ ଏବଂ ଅନ୍ୟାନ୍ୟ ମାରଣାସ୍ତ୍ର ଦେଖାଇ ଦୁଇଟି ସ୍ଥାନରୁ ଲୁଟ କରିଥିବା ବେଳେ ଅନ୍ୟ ଏକ ସ୍ଥାନରେ ଲୁଟ ଉଦ୍ୟମ କରିଥିଲେ । ଲୁଟର ଶିକାର ହୋଇଥିବା ବ୍ୟକ୍ତି ମାନେ ଥାନାରେ ଅଭିଯୋଗ କରିବା ପରେ ଅନୁଗୁଳ ଏସ ପି ରାହୁଲ ଜୈନଙ୍କ ନିର୍ଦେଶରେ ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇ ତଦନ୍ତ କରା ଯାଇଥିଲା । ତଦନ୍ତ ପରେ ପୁଲିସ ଲୁଟରେ ସମ୍ପୃକ୍ତ ଡକାୟତ ମାନଙ୍କୁ ଗିରଫ କରିବାକୁ ସକ୍ଷମ ହୋଇଛି । ଏହି ଗ୍ୟାଙ୍ଗର ୮ ଜଣ ସଦସ୍ୟଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତ ମାନେ ହେଲେ ଚାଉଳିଆକଟାର ବାପୁନି @ ପ୍ରଶନ ଦାସ ଯାହାଙ୍କ ଘର , ରେମୁଆର ବବୁଲ @ ରାହୁଲ ନାଏକ , ଵାଘୁଆବୋଲର ରାଜା @ ନନ୍ଦନ ନାଏକ ,ଅଙ୍ଗାରୁଆର ଲିଟୁ @ ଆଶିଷ ନାଏକ , ରେମୁଆର ଜଗା @ ସିଦ୍ଧାର୍ଥ ଭୋଇ , ବାଘୁଆବୋଲର ରାଜା @ ସୁବଳ ଚନ୍ଦ୍ର ଦଳେଇ , ଓ ସଚିନ ନାଏକ ଓ ମୁଣ୍ଡାସାହିର ସୋନୁ ଭଦ୍ରା ଯାହା ବୋଲି ପୁଲିସ ସୂଚନା ଦେଇଛି । ସେମାନେ ପ୍ରଥମେ ତାଳଚେର ବାଘୁଆବୋଲ ରେଲୱେ କ୍ରସିଂ ପାଖରେ ଖେଳଣା ବନ୍ଧୁକ ଓ ଅନ୍ୟ ମାରଣାସ୍ତ୍ର ଦେଖାଇଟଙ୍କା ସୁନା ଓ ଲାପଟପ ସହ ଏକ କାର ଲୁଟ କରିଥିଲେ । ପରେ ନବମିଶ୍ର କଲୋନିରୁ ଆଉ ଏକ ଅଶୋକ ଲିଲାଣ୍ଡ ଗାଡି ଡକାୟତି କରିଥିଲେ । ପୁଲିସ ସେମାନଙ୍କୁ ଧରି ପଚରାଉଚରା କରିବା ପରେ ସେମାନେ ଦୋଷ ସ୍ୱୀକାର କରିଥିବା ପୁଲିସ କହିଛି । ସେମାନଙ୍କ ନିକଟରୁ ଏକ କାର , ଦୁଇଟି ମୋଟରସାଇକେଲ , ଏକ ଲାପଟପ , ୧୫ ଟି ମୋବାଇଲ ଫୋନ , ଖେଳନା ବନ୍ଧୁକ , ଛୁରୀ ଆଦି ଜବତ ହୋଇଛି । ଏମାନଙ୍କ ନାମରେ ବିଭିନ୍ନ ଥାନାରେ ଏକାଧିକ ମାମଲା ଥିବା ଜଣା ପଡ଼ିଛି ।