ଟଙ୍କା ଡବଲ ହେବ କହି ଲୋକଙ୍କ ଠାରୁ ଠକି ନେଉଥିଲେ ଟଙ୍କା – ପାଞ୍ଚ ସାଇବର ଠକଙ୍କୁ ବାନ୍ଧିଲା ପୁଲିସ

ଅନୁଗୁଳ – ଅନୁଗୁଳ ପୁଲିସକୁ ବଡ ସଫଳତା ମିଳିଛି । ଆଜିର ସମୟରେ ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ପୁଲିସକୁ ନାକେଦମ କରୁଥିବା ସାଇବର ଠକ ଗ୍ୟାଙ୍ଗକୁ ଗିରଫ କରିବାରେ ସଫଳ ହୋଇଛି ଅନୁଗୁଳ ପୁଲିସ ।

ଗ୍ୟାଙ୍ଗର ୫ ଜଣଙ୍କୁ ଗିରଫ କରିଥିବା ବେଳେ ସେମାନଙ୍କ ନିକଟରୁ ୨ ଲକ୍ଷ ୨୮ ହଜାର ନଗଦ ଟଙ୍କା , ୬ ଟି ଦାମୀ ମୋବାଇଲ ଫୋନ , ଗୋଟିଏ ରୋଲେକ୍ସ ଘଡି , ସୁନା ଚେନ , ରୁପା ବ୍ରେସ ପ୍ଲେଟ ସହ ଅନେକ ଗୁଡିଏ ବ୍ୟାଙ୍କ ପାସବୁକ , ଏଟିଏମ କାର୍ଡ , ଆଧାର କାର୍ଡ ଏବଂ ଗୋଟିଏ କାର ଜବତ କରିଛି । ଗିରଫ ଅଭିଯୁକ୍ତ ମାନେ ହେଲେ ଭଦ୍ରକର କୃପାସିନ୍ଧୁ ମହାରଣା , ବାଲେଶ୍ଵର ସୋରୋ ଅଞ୍ଚଳର ବିଜୟ ଜେନା , ଦିଲୀପ ଲେଙ୍କା , ଚିତ୍ତ ରଞ୍ଜନ ମୁଦୁଲି ଏବଂ ଦାର୍ଜିଲିଂ ର ମହମଦ ସଲିମ । ଏମାନେ ବିଭିନ୍ନ ପ୍ରଲୋଭନ ଦେଖାଇ ବିଭିନ୍ନ ସମୟରେ ଲୋକଙ୍କ ଠାରୁ ଟଙ୍କା ଠକେଇ କରି ନିଅନ୍ତି । ମୁଖ୍ୟତଃ ବିଭିନ୍ନ ବ୍ୟବସାୟ ଆଳରେ ଟଙ୍କା ଡବଲ ହେବାର ଲୋଭ ଦେଖାଇ ଟଙ୍କା ଠକି ନିଅନ୍ତି । ଗତ କିଛିଦିନ ତଳେ ଅନୁଗୁଳ ସହର ଗାନ୍ଧିମାର୍ଗର ଜଣେ ବ୍ୟବସାୟୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଏଭଳି ଉପାୟରେ ଠକି ନେଇଯିବା ଅଭିଯୋଗ ପରେ ଅନୁଗୁଳ ପୁଲିସ ଘଟଣାର ତଦନ୍ତ କରି ଏହି ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଥିଲା ।

ଅନୁଗୁଳ ଏସ ପି ରାହୁଲ ଜୈନଙ୍କ ନିର୍ଦେଶରେ ଅନୁଗୁଳ ଆଇଆଇସି ଧିରେଶ କୁମାର ଦାସଙ୍କ ନେତୃତ୍ୱରେ ଏସଆଇ ଇନ୍ସପେକ୍ଟର କାଲେଶ୍ବର ସେଠୀ ,ସବ ଇନ୍ସପେକ୍ଟର ସୌରଭ ସାମଲ, ଗୋପୀନାଥ ଭାରତୀ , କନେଷ୍ଟବଳ ଅଶ୍ୱିନୀକାନ୍ତ ସାହୁ , ମହେଶ ନାଏକ , ସୋମନାଥ ସାହୁ ପ୍ରମୁଖ ଏହି ଅପରେସନରେ ସାମିଲ ରହି ତଦନ୍ତ କରିଥିଲେ ଏବଂ ସଫଳ ମଧ୍ୟ ହୋଇଥିବା ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏସ ପି ରାହୁଲ ଜୈନ ସୂଚନା ଦେଇଛନ୍ତି।

Advertisement

Leave a Reply

Your email address will not be published. Required fields are marked *

You cannot copy content of this page