ଅପରାଧ ଟ୍ରକ ଲୁଟ ଉଦ୍ୟମ ବେଳେ ୫ ଡକାୟତଙ୍କୁ ଗିରଫ କଲା ପୁଲିସ Angul OnlineApril 29, 2024April 29, 2024 ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ପୋଲିସ ଦ୍ଵାରା ୫ ଆନ୍ତଜିଲ୍ଲା ଲୁଟେରା ଗିରଫ । ଜାତୀୟ ରାଜପଥ ୧୪୯ ସନ୍ଥପଡା ନିକଟରେ ୯ ଜଣ ଯୁବକ ମାରଣାସ୍ତ୍ର ଧରି ଟ୍ରକ ଗୁଡ଼ିକୁ ଅଟକାଇ ଲୁଟ ଯୋଜନା କରୁଥିବା ବେଳେ ଖବର ପାଇ ତାଳଚେର ପୁଲିସ ଘଟଣା ସ୍ଥଳରେ ପହଞ୍ଚି ୫ ଜଣଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲା । ବାକି ୪ ଜଣ ଲୁଟେରା ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ । ଗିରଫ ୫ ଜଣଙ୍କ ପାଖରୁ ବିଭିନ୍ନ ମାରଣାସ୍ତ୍ର ସହ ଏକ ବନ୍ଧୁକ ଜବତ ହୋଇଛି । ଲୁଟେରା ମାନେ ଢେଙ୍କାନାଳ ଜିଲ୍ଲା କମଳାଙ୍ଗ ଅଞ୍ଚଳର ପିଙ୍କୁ ନାଏକ , ବିମଳ ନାଏକ , ବଂଶୀଧର ନାଏକ , ତାଳଚେର ଥର୍ମାଲ ଜଗନ୍ନାଥପୁର ଅଞ୍ଚଳର ବିଶ୍ୱଜିତ୍ ନାଏକ , ତାଳଚେର ଡେରା ଅଞ୍ଚଳର ଅମରେଶ ନାଏକ , ଅଭିମନ୍ୟୁ ନାଏକ , ବଅଁରପାଳ ଅଞ୍ଚଳର ଦିଲୁ ନାଏକ ଏବଂ ଢେଙ୍କାନାଳ ପରଜଙ୍ଗ ଅଞ୍ଚଳର ଚନ୍ଦନ ନାଏକ ଏବଂ ସରୋଜ ନାଏକ ବୋଲି ତାଳଚେର ପୁଲିସ ସୂଚନା ଦେଇଛି । Advertisement
ନୋଟ ବଦଳରେ କାଗଜ ବିଡା ଦେଇ ଠକୁଥିଲେ – ୩ ଠକଙ୍କୁ ବାନ୍ଧିଲା ପୁଲିସ ଅନୁଗୁଳ – ଅନୁଗୁଳ ଟାଉନ୍ ଥାନା ଆଜି ତିନି ଜଣ ଠକକୁ ଗିରଫ କରିଛି । ୫୦୦ ଟଙ୍କିଆ ନୋଟ ବଦଳରେ ଅଧିକ ପରିମାଣର ୧୦୦ ଟଙ୍କିଆ…
ପୁଅର ମୁଥ ମାଡରେ ମା’ର ମୃତ୍ୟୁ ଅନୁଗୁଳ – ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା ନିଶା ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି । ସାମାନ୍ୟ କିଛି ଟଙ୍କା ପାଇଁ ନିଜ ଜନ୍ମ…
ସ୍ତ୍ରୀ କୁ ଠେଙ୍ଗାରେ ପିଟି ପିଟି ହତ୍ୟା ଅଭିଯୋଗ – ସ୍ୱାମୀ ଗିରଫ ଅନୁଗୋଳ – ଅନୁଗୋଳ ଜିଲ୍ଲା ହଣ୍ଡପା ଥାନା ପାପସରା ଗ୍ରାମରେ ସୋମବାର ବିଳମ୍ବିତ ରାତିରେ ପତ୍ନୀ ମିତାଲି ପ୍ରଧାନଙ୍କୁ ତାଙ୍କ ସ୍ୱାମୀ ବିମଳ ପ୍ରଧାନ ଏକ ଠେଙ୍ଗାରେ…