ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର କଲେଜ ପଡିଆ ନିକଟ ଜଙ୍ଗଲ ପାଖରେ ଡକାୟତି ପାଇଁ ଯୋଜନା କରୁଥିବା ବେଳେ ଡକାୟତ ଗ୍ୟାଙ୍ଗକୁ ତାଳଚେର ପୁଲିସ କାବୁ କରିଛି । ଜାତୀୟ ରାଜପଥ ଉପରେ ଟ୍ରକକୁ ଅଟକାଇ ଚାଳକଙ୍କ ଠାରୁ ଡକାୟତି କରିବାକୁ ଯୋଜନା କରୁଥିବା ବେଳେ ପୁଲିସ ହାତରେ ୬ ଜଣିଆ ଡକାୟତ ଗ୍ୟାଙ୍ଗ ଧରା ପଡିଛନ୍ତି । ତାଙ୍କ ନିକଟରୁ ଦୁଇଟି ଦେଶୀ ବନ୍ଧୁକ , ଅଫୁଟା ଗୁଳି ଓ କଟୁରି ସହ ଏକ ଲୁହା ରଡ଼କୁ ଜବତ କରାଯାଇଛି । ଜଙ୍ଗଲ ନିକଟରେ ଡକାୟତି ପାଇଁ ୭ ଜଣ ଡକାୟତ ଯୋଜନା କରୁଥିବା ବେଳେ ଖବର ପାଇ ପୁଲିସ ଚଢ଼ାଉ କରିଥିଲା । ସେମାନଙ୍କ ମଧ୍ୟରୁ ଜଣେ ଫେରାର ହେବାକୁ ସକ୍ଷମ ହୋଇଥିବା ବେକେ ଅନ୍ୟ ୬ ଜଣଙ୍କୁ ପୁଲିସ ଗିରଫ କରିବାକୁ ସକ୍ଷମ ହୋଇଥିଲା । ଗିରଫ ଅଭିଯୁକ୍ତ ମାନେ ହେଲେ ସାନପୁଅ @ ରାହୁଲ ନାଏକ , ଗଜନି @ ସୁମନ ନାଏକ ,ସୂରଜ @ ପ୍ରଭାତ ନାଏକ , ଇଲୁ @ ରଜତ ନାଏକ , ଯତିନୀ ନାଏକ ଓ ଶିପୁ ନାଏକ । ସମସ୍ତଙ୍କ ଅଭିଯୁକ୍ତଙ୍କ ଘର ତାଳଚେର ଜେଲ ରୋଡ଼ ୱାର୍ଡ଼ ନଂ-୧୧ ରେ ବୋଲି ପୁଲିସ ସୂଚନା ଦେଇଛି । ପୂର୍ବରୁ ଏହି ଅଭିଯୁକ୍ତଙ୍କ ନାମରେ ବହୁ ଅପରାଧିକ ମାମଲା ରହିଥିବା ଜଣାପଡିଛି ।
ଡକାୟତି ଯୋଜନା ବେଳେ ଡକାୟତ ଗ୍ୟାଙ୍ଗକୁ ଗିରଫ କଲା ପୁଲିସ
