ଅନୁଗୁଳ – ଜାତୀୟ ରାଜପଥ ୫୫ ର କୁଟାସିଂହା ଠାରେ ପୁଲିସ ଚେକିଂ ବେଳେ ଅଘଟଣ ଘଟି ଯାଇଛି। ଏକ ଟ୍ୟାଙ୍କର ଧକ୍କାରେ ଜଣେ ପୁଲିସ ଗାଡି ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି । ମୃତ ଡ୍ରାଇଭର ବିଭୁତି ଭୂଷଣ ପ୍ରଧାନ ବୋଲି ଜଣା ପଡ଼ିଛି ।
ସୂଚନା ଅନୁସାରେ କିଶୋରନଗର ଥାନା ପୁଲିସ ଜାତୀୟ ରାଜପଥ ୫୫ ର କୁଟାସିଂହା ଠାରେ ଗାଡି ଚେକିଂ କରୁଥିବା ଏକ ଟ୍ୟାଙ୍କର ଦ୍ରୁତ ଗତିରେ ଆସୁଥିଲା । ସେହି ଟ୍ୟାଙ୍କରକୁ ଅଟକାଇବା ଚେଷ୍ଟା କରୁଥିବା ବେଳେ ଟ୍ରକଟି ହାଇୱେ ପେଟ୍ରୋଲିଂ ଗାଡି ଚାଳକ ବିଭୁତିଙ୍କୁ ଧକ୍କା ଦେଇ ଫେରାର ହୋଇ ଯାଉଥିଲା । କିଶୋରନଗର ପୁଲିସ ଗୋଡ଼ାଇ ଗୋଡ଼ାଇ ଟ୍ରକ ଟିକୁ ରେଢ଼ାଖୋଲ ପାଖରୁ ଧରିବାକୁ ସକ୍ଷମ ହୋଇଥିଲେ । ଅନ୍ୟପଟେ ବିଭୁତିଙ୍କୁ ତୁରନ୍ତ କିଶୋରନଗର ଡାକ୍ତରଖାନାରେ ଭର୍ତ୍ତି କରା ଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।