ଅପରାଧ ଘରେ ଚଳାଇଥିଲେ ସେକ୍ସ ରାକେଟ – ୨ ରୂପଜୀବୀ ଉଦ୍ଧାର – ୪ ଗିରଫ Angul OnlineJune 30, 2024June 30, 2024 ଅନୁଗୁଳ – ଅନୁଗୁଳ ମଦନମୋହନ ପଡାରେ ସେକ୍ସ ରାକେଟ ଠାବ କରିଛି ଅନୁଗୁଳ ପୁଲିସ । ସୂଚନା ଅନୁସାରେ ଗତ ୨୯ ତାରିଖ ଶନିବାର ସନ୍ଧ୍ୟାରେ ଅନୁଗଗୁଳ ପୁଲିସ ଏକ ବିଶ୍ବସ୍ତ ସୂତ୍ର ରୁ ଖବର ପାଇ ମଦନମୋହନ ପଡ଼ା ସ୍ଥିତ ବିକ୍ରମ ଲଜ ପଛ ପଟେ ଥିବା ଗୋଟିଏ ଦୁଇ ମହଲା ଘର ଉପରେ ଚଢ଼ାଉ କରିଥିଲା । ଚଢାଉ ବେଳେ ସେଠାରେ ଚାଲିଥିବା ଏକ ସେକ୍ସ ରାକେଟ କୁ ଠାବ କରିଥିଲା । ଜାଞ୍ଚ କରି ପୁଲିସ ଦୁଇ ରୁପଜୀବୀଙ୍କୁ ଉଦ୍ଧାର କରିବା ସହ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ଗିରଫ ଅଭିଯୁକ୍ତ ମାନେ ହେଲେ କୁରୁମିଠା ଗାଁର ଶ୍ରୀଧର ବାରିକ, ଡେରଜଙ୍ଗ ଗାଁର ବ୍ରଜମୋହନ ସାହୁ, ମଦନମୋହନପଡ଼ା ଅହମଦ ଓ ନସିମ ଅହମଦ । ଅଭିଯୁକ୍ତ ମାନଙ୍କ ଗାଡି ଗୁଡ଼ିକୁ ଜବତ କରାଯାଇ କୋର୍ଟ ଚାଲାଣ କରାଯାଇଛି। Advertisement
କୋରିଅରର ସଂସ୍ଥାରୁ ସଶସ୍ତ୍ର ଡକାୟତି ଅନୁଗୋଳ – ଅନୁଗୋଳ ସହର ଡିଆଇସି ଛକ ନିକଟରେ ଥିବା ଈ-କାର୍ଟ କୋରିଅରରେ ସଶସ୍ତ୍ର ଡକାୟତି ହୋଇଯାଇଛି । ଗତ ସୋମବାର ରାତି ପ୍ରାୟ ସାଢ଼େ ଦଶଟା…
ଠକେଇ ଅଭିଯୋଗରେ ଗିରଫ ପରେ ଛାତ୍ରନେତାଙ୍କୁ ସାଙ୍ଗଠନିକ ପଦବୀରୁ ଅବ୍ୟାହତି ଅନୁଗୁଳ – ଅନୁଗୁଳ ଜିଲ୍ଲା ଯୁବ ନେତାଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିବା ପରେ ଦଳ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ଯାଇଛି ।…
ଭାଉଜଙ୍କୁ ଦୁଷ୍କର୍ମକରି ଦିଅର ଗିରଫ ଅନୁଗୋଳ- ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ଅଞ୍ଚଳରେ ନିଜ ଭାଉଜଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ଦିଅରଙ୍କୁ ଗିରଫ କରିଛି ପୁଲିସ। ସୂଚନା ଯେ, ଅଭିଯୋଗ କାରରିଣୀ ଭାଉଜଙ୍କ…