ଅପରାଧ ସାଙ୍ଗର ଛୁରା ମାଡରେ ସାଙ୍ଗ ଗୁରୁତର Angul OnlineFebruary 2, 2022February 2, 2022 ପାଲଲହଡା – ସାଙ୍ଗର ଛୁରା ମାଡରେ ଆଉଜଣେ ସାଙ୍ଗ ଗୁରୁତର । ଏଭଳି ଘଟଣା ଅନଗୁଳ ଜିଲ୍ଲା ପାଳଲହଡା ଥାନା ୪୯ ନମ୍ବର ଜାତୀୟ ରାଜପଥ ମୁକ୍ତାପୁର ନିକଟରେ ଘଟିଛି । ସୂଚନା ଅନୁସାରେ ମୁକ୍ତାପୁର ଗ୍ରାମର ଖିରୋଦ ନାୟକଙ୍କ ତାର ସାଙ୍ଗ ବିଦେଶୀ ଦାନୀ ସହିତ କୌଣସି କଥାକୁ ନେଇ ବଚସା ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ବିଦେଶୀ ଏକ ଧାରୁଆ ଛୁରୀରେ ଖିରୋଦକୁ ଆକ୍ରମଣ କରିଥିଲା । ଫଳରେ ଖିରୋଦ ଗୁରୁତର ହୋଇ ତଳେ ପଡ଼ି ଯାଇଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ପରିବାର ଲୋକେ ପାଲଲହଡା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ପରେ ଅଧିକ ଗୁରୁତର ହେବାରୁ ତାଙ୍କୁ ଅନଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ଅନ୍ୟପଟେ ଛୁରୀ ମାଡ କରିଥିବା ବିଦେଶୀ ଦାନୀ ଫେରାର ଥିବା ଜଣା ପଡ଼ିଛି । ପାଲଲହଡା ପୁଲିସ ଘଟଣାର ତଦନ୍ତ କରୁଛି । Advertisement
ଘର ତାଲା ଭାଙ୍ଗି ଲୁଟି ନେଲେ ଟଙ୍କା , ସୁନା , ସ୍କୁଟି ସହ ବାସନକୁସନ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ମହାଦେବବିହାର ଅଞ୍ଚଳରେ ଘର ଲୋକ ନଥିବା ବେଳେ ତାଲା ଭାଙ୍ଗି ଏକ ବଡ଼ ଧରଣର ଲୁଟ ହୋଇଛି । ଖବର…
ବାହୁଡ଼ା ଯାତ୍ରାରେ ସକ୍ରିୟ ଚୋର ଗ୍ୟାଙ୍ଗ – ୪ ମହିଳାଙ୍କ ସହ ୫ ଗିରଫ ଅନୁଗୋଳ: ବାହୁଡ଼ା ଯାତ୍ରାର ଜନଗହଳିର ସୁଯୋଗ ନେଇ ଭକ୍ତଙ୍କଠାରୁ ମୂଲ୍ୟବାନ ସାମଗ୍ରୀ ଚୋରି କରୁଥିବା ଅଭିଯୋଗରେ ଅନୁଗୋଳ ପୁଲିସ ୪ ଜଣ ଅଣଓଡ଼ିଆ ମହିଳା ଓ ସେମାନଙ୍କ…
ଧଳା ଚୋରା ବଲେରୋ ଛାଡି ନେଇଗଲେ ନାଲି ବଲେରୋ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ କୋଶଳା ଗ୍ରାମର ଶିମିଳିସାହି ଠାରୁ ଛେଣ୍ଡିପଦା ପୁଲିସ ସୋମବାର ରାତ୍ରୀ ୯ଟାରେ ଏକ ଚୋରା ବଲେରୋ ଗାଡିକୁ…