ବାହୁଡ଼ା ଯାତ୍ରାରେ ସକ୍ରିୟ ଚୋର ଗ୍ୟାଙ୍ଗ – ୪ ମହିଳାଙ୍କ ସହ ୫ ଗିରଫ

ଅନୁଗୋଳ: ବାହୁଡ଼ା ଯାତ୍ରାର ଜନଗହଳିର ସୁଯୋଗ ନେଇ ଭକ୍ତଙ୍କଠାରୁ ମୂଲ୍ୟବାନ ସାମଗ୍ରୀ ଚୋରି କରୁଥିବା ଅଭିଯୋଗରେ ଅନୁଗୋଳ ପୁଲିସ ୪ ଜଣ ଅଣଓଡ଼ିଆ ମହିଳା ଓ ସେମାନଙ୍କ ଜଣେ ପୁରୁଷ ସହଯୋଗୀଙ୍କୁ ଗିରଫ କରିଛି। ଗିରଫ ସମସ୍ତ ଅଭିଯୁକ୍ତ ଆନ୍ଧ୍ରପ୍ରଦେଶର ବାସିନ୍ଦା ବୋଲି ପୁଲିସ ସୂଚନା ଦେଇଛି।

ସୂଚନା ଅନୁସାରେ, ବାହୁଡ଼ା ଯାତ୍ରା ଅବସରରେ ଅନୁଗୋଳ ସହରରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥିଲା। ଏହି ଭିଡ଼ର ସୁଯୋଗ ନେଇ ଅଭିଯୁକ୍ତମାନେ ଚତୁରତାର ସହ ମହିଳାଙ୍କ ପର୍ସ, ମୋବାଇଲ ଫୋନ୍, ସୁନା କାନଫୁଲ, ମୁଦି ଓ ଅନ୍ୟାନ୍ୟ ମୂଲ୍ୟବାନ ସାମଗ୍ରୀ ଚୋରି କରୁଥିଲେ।

ତେବେ ପୂର୍ବରୁ ସତର୍କ ଥିବା ଅନୁଗୋଳ ପୁଲିସ ଭିଡ଼ ମଧ୍ୟରେ ସନ୍ଦିଗ୍ଧ ଗତିବିଧି ଉପରେ କଡ଼ା ନଜର ରଖିଥିଲା। ଫଳରେ ୪ ଜଣ ମହିଳାଙ୍କ ସହ ସେମାନଙ୍କ ଜଣେ ପୁରୁଷ ସହଯୋଗୀଙ୍କୁ କାବୁ କରିବାରେ ସଫଳ ହୋଇଥିଲା।

ଅଭିଯୁକ୍ତମାନଙ୍କ ନିକଟରୁ ୫ଟି ମୋବାଇଲ ଫୋନ୍, ଏକାଧିକ ପର୍ସ, କାନଫୁଲ, ଗୋଟିଏ ସୁନା ମୁଦି ଏବଂ ନଗଦ ୨୩,୯୦୦ ଟଙ୍କା ଜବତ କରାଯାଇଛି।

ଏହି ଗ୍ୟାଙ୍ଗର ସଦସ୍ୟମାନେ ପୂର୍ବରୁ ଅନ୍ୟ ଧାର୍ମିକ ସମାବେଶ କିମ୍ବା ଯାତ୍ରାରେ ସମାନ ଅପରାଧରେ ସମ୍ପୃକ୍ତ ଥିଲେ କି ନାହିଁ, ସେନେଇ ପୁଲିସ ତଦନ୍ତ ଜାରି ରଖିଛି।

Advertisement

Leave a Reply

Your email address will not be published. Required fields are marked *

You cannot copy content of this page