ଅପରାଧ ଶାଶୁଘରେ ସ୍ତ୍ରୀକୁ ମାରି ସ୍ୱାମୀ ଫେରାର୍ Angul OnlineAugust 2, 2021August 2, 2021 କଣିହାଁ – ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ଅନ୍ତର୍ଗତ ରେଙ୍ଗାଳି ପ୍ରକଳ୍ପ ଅଞ୍ଚଳରେ ଶଶୁର ଘରେ ସ୍ତ୍ରୀକୁ ହତ୍ୟା କରି ସ୍ଵାମୀ ଫେରାର ହୋଇ ଯାଇଥିବା ଜଣା ପଡିଛି । ସୂଚନା ଅନୁସାରେ କେନ୍ଦୁଝର ଚମ୍ପୁଆ ଥାନା ଦେଓଗାମ୍ ଗ୍ରାମର ସତୁରୀ ବର୍ଷିୟା ସୋମବାରୀ ହାଁସଦା ସ୍ୱାମୀଙ୍କ ମୃତ୍ୟୁ ପରେ ଗତ ତିନି ଚାରି ମାସ ହେବ ଅନୁଗୁଳ ଜିଲ୍ଲା ରେଙ୍ଗାଳି ଡ୍ୟାମ ଟାଙ୍କି ହାଟିଂ ଅଞ୍ଚଳରେ ରହି ଆସୁଥିଲେ । ସେଠାରେ ତାଙ୍କର ଝିଅ ଜେମା ହାଁସଦା ଓ କେନ୍ଦୁଝର ଶୁଆକାଟି ଥାନା ଭରୁମୁଣ୍ତା ଗ୍ରାମର ଜ୍ବାଇଁ ରଞ୍ଜନ ଭୂୟାଁ ମଧ୍ୟ ରହୁଥିଲେ । ଗତକାଲି ବିଳମ୍ବିତ ରାତିରେ ଝିଅ ଜେମା ହାଁସଦା ଓ ଜ୍ବାଇଁ ରଞ୍ଜନ ଭୂୟାଁଙ୍କ ମଧ୍ଯରେ ଘରୋଇ କଥାକୁ ନେଇ ଝଗଡା ଓ ମାଡପିଟ୍ ହୋଇଥିଲେ । ଶାଶୁ ସୋମବାରୀ ହାଁସଦା ଝିଅ ଜ୍ବାଇଁଙ୍କୁ ଛଡାଇବା ସମୟରେ ତାଙ୍କୁ ଜୀବନରୁ ମାରିଦେବାକୁ ଜ୍ବାଇଁ ଧମକ ଦେବାରୁ ସେ ସେଠାରୁ ପଳେଇ ଆସିଥିଲେ । ତେବେ ଆଜି ସକାଳେ ସୋମବାରୀ ହାଁସଦା ଦେଖିଲା ବେଳକୁ ଝିଅର ମୃତଦେହ ପଡି ରହି ଥିବା ବେଳେ ଜ୍ବାଇଁ ଘରେ ନଥିଲେ । ଏହା ଦେଖି ସୋମବାରୀ ରେଙ୍ଗାଳି ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ଖବର ପାଇ ରେଙ୍ଗାଳି ପୁଲିସ ଘଟଣା ସ୍ଥଳରେ ପହଁଚି ତଦନ୍ତ କରୁଛି । Advertisement
ନାବାଳିକା ଦୁଷ୍କର୍ମକାରୀ କୁ ୨୦ବର୍ଷ ସଶ୍ରମ କାରାଦଣ୍ଡ ଅନୁଗୋଳ – ସୋମବାର ଦିନ ମାନ୍ୟବର ଆଡହକ ଆଡିସନାଲ ଜିଲ୍ଲା ଓ ସେସନ୍ ଜଜ୍ ଫାଷ୍ଟଟ୍ରାକ ସ୍ପେସାଲ୍ କୋର୍ଟ ଜଜ ଜଣେ ନାବାଳିକା ଦୁଷ୍କର୍ମ କାରୀକୁ ୨୦ବର୍ଷ…
ତଣ୍ଟି କାଟି ଓ ପଥରରେ ଛେଚି ହତ୍ୟା ପାଲଲହଡା – ତଣ୍ଟି କାଟି ଓ ପଥରରେ ଛେଚି ମହିଳାଙ୍କୁ ଜଘନ୍ୟ ହତ୍ୟା । ମୃତକ ଜଣକ ହେଲେ ସୁସବନାଳି ଗ୍ରାମର ଜନ ମୁଣ୍ଡା । ଏମିତି…
ଜଙ୍ଗଲରେ ଫୁଟାଇଲେ ଗୁଳି – ୫ ଶିକାରୀ ଅଟକ ୧ଚମ୍ପଟ ଅନୁଗୁଳ – ଅନୁଗୁଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟର କୋର ଜଙ୍ଗଲ ରାଇଗୁଡାରେ କିଛି ଶିକାରୀ ଶିକାର ପାଇଁ ଗୁଳି ଫୁଟାଇ ଥିବା ବେଳେ ଗୁଳି ଶବ୍ଦକୁ ଆଧାର…